ପ୍ରଥମଥର ରେଖାଙ୍କ ମଥାରେ ସିନ୍ଦୂର ଦେଖି କାନ୍ଦିବାକୁ ଲାଗିଥିଲେ ଜୟା ! ଜୟା ଯେତେବେଳେ ପଚାରିଲେ ରେଖା ଦେଇଥିଲେ ଏହିପରି ଉତ୍ତର…

ପ୍ରଥମଥର ରେଖାଙ୍କ ମଥାରେ ସିନ୍ଦୂର ଦେଖି କାନ୍ଦିବାକୁ ଲାଗିଥିଲେ ଜୟା ! ଜୟା ଯେତେବେଳେ ପଚାରିଲେ ରେଖା ଦେଇଥିଲେ ଏହିପରି ଉତ୍ତର…

ବଲିଉଡରେ ସୁନ୍ଦରି ଅଭିନେତ୍ରୀଙ୍କ କୌଣସି କମ୍ ନୁହେଁ । କିନ୍ତୁ ରେଖାଙ୍କ ସୁନ୍ଦରତାର ଆଗରେ ଯେକେହି ମଧ୍ୟ ଫିକା ପଡିଯାନ୍ତି । ୬୭ବର୍ଷ ବୟସରେ ମଧ୍ୟ ରେଖା ବଲିଉଡର ଯୁବପିଡି ଅଭିନେତ୍ରୀକୁ ଟକ୍କର୍ ଦେଇପାରନ୍ତି । ଯେପରି ଭାବରେ ରେଖାଙ୍କ ବୟସ ବଢ଼ିବାରେ ଲାଗୁଛି ଠିକ୍ ସେପରି ତାଙ୍କର ସୁନ୍ଦରତା ମଧ୍ୟ ବୃଦ୍ଧି ପାଉଛି । ବଲିଉଡ ଜଗତରେ ରେଖା ଜଣେ ଏହିପରି ଅଭିନେତ୍ରୀ ଯିଏ କି ସମୟ ବିତିବା ସଙ୍ଗେସଙ୍ଗେ ତାଙ୍କର ସୁନ୍ଦରତା ମଧ୍ୟ ବଢିବାକୁ ଲାଗିଛି । ରେଖାଙ୍କ ଉପରେ ହୋଇଥିବା ଗୀତ, ‘ଇନ ଆ‍ଁଖୋ କି ମସ୍ତି କେ ମସ୍ତାନ ହଜାରେଁ ହେ’ ତାଙ୍କୁ ପୁରାପୁରି ଭାବେ ଫିଟ୍ ହୋଇଛି । ତାଙ୍କର ସୁନ୍ଦରତାର ଦିୱାନା ନା କେବଳ ବୟସ୍କ ବ୍ୟକ୍ତି ଅଟନ୍ତି ବରଂ ଆଜିକାର ୟୋଙ୍ଗଷ୍ଟାର୍ ମଧ୍ୟ ଅଟନ୍ତି । ଗୋଟିଏ ସମୟରେ ତାଙ୍କର ନାମ ଅମିତାଭ ବଚ୍ଚନଙ୍କ ସହ ଯୋଡ଼ା ହୋଇଥିଲା । ରେଖା ଅଧିକରେ ନିଜର ଫିଲ୍ମ କ୍ୟାରିୟର ବଦଳରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିଲେ । କେତେବେଳେ ସେ ଅମିତାଭ ବଚ୍ଚନଙ୍କ ସହ ନିଜର ଅଫେୟାରକୁ ନେଇ ଚର୍ଚ୍ଚାରେ ରହୁଥିଲେ ତୋ ଅନ୍ୟ କେତେବେଳେ ବିନୋଦ ମେହେରଙ୍କ ସହ ରହୁଥିଲେ । ତାଙ୍କ ମଥାର ସିନ୍ଦୂର ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କ ପାଇଁ ରହସ୍ୟ ହୋଇରହିଛି ।

ଜୟା ହିଁ ସାକ୍ଷାତ କରାଇଥିଲେ ରେଖା ଓ ଅମିତାଭ ବଚ୍ଚନଙ୍କୁ :

ରେଖା ଏବଂ ଅମିତାଭ ବଚ୍ଚନଙ୍କ ସମ୍ପର୍କ ବିଷୟରେ ପ୍ରାୟତଃ ଲୋକେ ଜାଣିଛନ୍ତି । ରେଖା ନିଜେ ଅନେକ ଇଣ୍ଟରଭ୍ୟୁରେ କହି ସାରିଛନ୍ତି ଯେ, ସେ ଅମିତାଭ ବଚ୍ଚନଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ । ରେଖା ଏହା ମଧ୍ୟ କହିଥିଲେ ଯେ, ଅମିତାଭଙ୍କ ଆଗରେ ଠିଆ ହେବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ସେ ଏହା ମଧ୍ୟ କହିଥିଲେ କି ଯେତେବେଳେ ସେ ପ୍ରଥମ ଫିଲ୍ମ ଅମିତାଭଙ୍କ ସହ କରିଥିଲେ, ସେତେବେଳେ ସେ ତାଙ୍କୁ ଦେଖି “ଡାଇଲଗ୍” ମଧ୍ୟ ଭୁଲି ଯାଇଥିଲେ । ସେହି ସମୟରେ ରେଖା ଏବଂ ଜୟା ଗୋଟିଏ ବିଲ୍ଡିଙ୍ଗରେ ରହୁଥିଲେ । ଖବର ଅନୁସାରେ ଜୟା ହିଁ ରେଖାଙ୍କୁ ପ୍ରଥମେ ଅମିତାଭ ସହ ସାକ୍ଷାତ କରାଇଥିଲେ । ଯେତେବଳେ ରେଖା ଏବଂ ଅମିତାଭ ବଚ୍ଚନ ଦୁହେଁ ମିଶି ଫିଲ୍ମ କରିବାକୁ ଲାଗିଲେ ସେହି ଦିନଠାରୁ ଦୁହେଁଙ୍କ ସଂପର୍କର ଖବର ଲୋକଲୋଚନକୁ ଆସିଥିଲା । ଏହା ମଧ୍ୟରେ ଅମିତାଭ ଜୟାଙ୍କ ସହ ବିବାହ କରି ଦେଇଥିଲେ ଏବଂ ରେଖାଙ୍କୁ ସେତେବେଳେ ଦୁଃଖ ଲାଗିଥିଲା ଯେତେବେଳେ ଅମିତାଭ ତାଙ୍କୁ ବାହାଘରର ନିମନ୍ତ୍ରଣ ମଧ୍ୟ ଦେଇନଥିଲେ ।

ଯେତେବେଳେ ପ୍ରଥମଥର ରେଖାଙ୍କୁ ମଥାରେ ସିନ୍ଦୂର ସହିତ ଦେଖିଥିଲେ :

ଋଷି ଏବଂ ନିତୁ କପୁରଙ୍କ ବାହାଘରରେ ଅମିତାଭ ବଚ୍ଚନ ଜୟାଙ୍କ ସହିତ ଯାଇଥିଲେ । ତାଙ୍କର ବାହାଘରରେ ରେଖା ଏକ ସୁନ୍ଦର ଶାଢ଼ୀ ପିନ୍ଧି ମଥାରେ ସିନ୍ଦୂର ଲଗାଇ ସେଠାରେ ପହଞ୍ଚିଥିଲେ । ରେଖାଙ୍କ ମଥାରେ ସିନ୍ଦୂର ଦେଖି, ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଲୋକମାନେ ଭଳି କି ଭଳି କଥା କହି ଉପହାସ କରିବାକୁ ଆରମ୍ଭ କରିଦେଲେ । ରେଖାଙ୍କୁ ସେହି ପରିସ୍ଥିତିରେ ଦେଖି ଜୟା ନିଜକୁ ରୋକି ପାରିନଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ । କିନ୍ତୁ ଯେତେବେଳେ ରେଖାଙ୍କୁ ସିନ୍ଦୂର ବିଷୟରେ ପଚରାଗଲ, ତୋ ସେ ଉତ୍ତର ଦେଇଥିଲେ କି ସେ ଗୋଟିଏ ଶୁଟରୁ ସିଧାସଳଖ ଭାବରେ ସେଠାକୁ ଆସିଯାଇଛନ୍ତି, ସେଥିପାଇଁ ତାଙ୍କ ମଥାରେ ସିନ୍ଦୂର ଅଛି ।

ସିନ୍ଦୂର ଲାଗାଇବା ପରେ ଦେଇଥିଲେ ଏହି ଜବାବ :

ଯଦିଓ, ଏହାପରେ ମଧ୍ୟ ସେ ଅନେକଥର ସିନ୍ଦୂର ଲଗାଇ ସମସ୍ତଙ୍କ ସମ୍ମୁଖକୁ ଆସିବାର ନଜର ଆସିଥିଲେ କିନ୍ତୁ ରେଖା କହିଥିଲେ କି ସେ ଯେଉଁ ସହରରୁ ଆସିଛନ୍ତି ସେଠାରେ ସିନ୍ଦୂର ଲଗାଇବା ଏକ ଫ୍ୟାସନ୍ ଅଟେ । ରେଖାଙ୍କୁ ଯେତେବେଳେ ଗୋଟିଏ ଇଣ୍ଟରଭ୍ୟୁରେ ପ୍ରଶ୍ନ କରାଯାଇଥିଲା କି କଣ ଆପଣଙ୍କୁ କେବେ ମଧ୍ୟ ଅମିତାଭ ବଚ୍ଚନଙ୍କ ସହ ପ୍ରେମ ହୋଇଛି ? ତେବେ ସେ ଉତ୍ତର ଦେବାକୁ ଯାଇ କହିଛନ୍ତି; ତାଙ୍କୁ କିଏ ପ୍ରେମ ନ କରିଛି । ସାରା ଦୁନିଆର ଲୋକମାନେ ତାଙ୍କୁ ପ୍ରେମ କରୁଛନ୍ତି । ଏହି କଥାକୁ ସେ ଅଲଗା ଅଲଗା ଭାବରେ ଅନେକ ଇଣ୍ଟରଭ୍ୟୁରେ କହି ସାରିଛନ୍ତି ।

Leave a Reply

Your email address will not be published. Required fields are marked *