ମିଡିଆ ସାମ୍ନାରେ ଜୟା ବଚ୍ଚନଙ୍କ ଏପରି କାମ ପାଇଁ ବିରକ୍ତ ହୋଇ ଯାଇଥିଲେ ଐଶ୍ୱର୍ଯ୍ୟା । ସବୁ ଘରର ଶାଶୂ ମାନଙ୍କ ଠାରେ ଥାଏ ଏହି ଦୁର୍ବଳତା ।

ମିଡିଆ ସାମ୍ନାରେ ଜୟା ବଚ୍ଚନଙ୍କ ଏପରି କାମ ପାଇଁ ବିରକ୍ତ ହୋଇ ଯାଇଥିଲେ ଐଶ୍ୱର୍ଯ୍ୟା । ସବୁ ଘରର ଶାଶୂ ମାନଙ୍କ ଠାରେ ଥାଏ ଏହି ଦୁର୍ବଳତା ।

ଐଶ୍ୱର୍ଯ୍ୟା ରାୟ ଏବଂ ଜୟା ବଚ୍ଚନ ବଲିଉଡ଼ର ପ୍ରସିଦ୍ଧ ଶାଶୂ ବୋହୂ ଯୋଡ଼ି ଅଟନ୍ତି । ସେମାନଙ୍କୁ ଅନେକ ଥର ଏକାସହିତ ସର୍ବସାଧାରଣ ସ୍ଥାନରେ ଦେଖାଯାଇଛି । ସେମାନଙ୍କ ମଧ୍ୟରେ ଥିବା ଟ୍ୟୁନିଂକୁ ନେଇ ଇଣ୍ଡଷ୍ଟ୍ରିରେ ଅନେକ ପ୍ରକାରର କଥା ପ୍ରାୟ ଚାଲିଥାଏ । ଏପରି କୁହାଯାଏ ଯେ ଐଶ୍ୱର୍ଯ୍ୟା ଶାନ୍ତ ସ୍ୱଭାବର ଅଟନ୍ତି ଏବଂ ଜୟା କ୍ରୋଧ ସ୍ୱଭାବର । ଏହିପରି ଜୟା ବଚ୍ଚନଙ୍କ କ୍ରୋଧ ବିଷୟରେ ସମସ୍ତେ ଜାଣିଛନ୍ତି । ତାଙ୍କୁ ଅନେକଥର ମିଡିଆ ଉପରେ ବିରକ୍ତି ଭାବ ପ୍ରକାଶ କରାଯାଉଥିବାର ଦେଖାଯାଇଛି । ଅନ୍ୟ ପକ୍ଷରେ ଐଶ୍ୱର୍ଯ୍ୟା ସମସ୍ତଙ୍କ ସହିତ ଖୁବ୍ ବିନମ୍ର ଢଙ୍ଗରେ ବ୍ୟବହାର କରନ୍ତି । ଗୋଟିଏ ସମୟ ଏପରି ମଧ୍ୟ ଆସିଥିଲା ଯେତେବେଳେ ଏଶ୍ ନିଜର ଶାଶୂ ଜୟାଙ୍କର ଏକ କାମ ପାଇଁ ଖୁବ୍ ବିରକ୍ତ ହୋଇ ଯାଇଥିଲେ ।

newstrend

ବାସ୍ତବରେ ଥରେ ଏକ ଇଣ୍ଟରଭ୍ୟୁ ସମୟରେ ଜଣେ ରିପୋର୍ଟର ଐଶ୍ୱର୍ଯ୍ୟାଙ୍କୁ ‘ ଏଶ୍ ‘ କହି ଡାକି ଦେଇଥିଲେ । ଇଣ୍ଡଷ୍ଟ୍ରିରେ ଐଶ୍ୱର୍ଯ୍ୟାଙ୍କ ନିକ୍ ନେମକୁ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଐଶ୍ୱର୍ଯ୍ୟାଙ୍କ ଶାଶୂ ଅର୍ଥାତ ଜୟା ବଚ୍ଚନଙ୍କୁ ରିପୋର୍ଟରଙ୍କ ଏଶ୍ ବୋଲି ସମ୍ବୋଧନ କରିବା ପସନ୍ଦ ନଥିଲା । ସେତେବେଳେ ସେ ସେହି ରିପୋର୍ଟରଙ୍କ ଉପରେ ବିରକ୍ତ ହୋଇ କହିଦେଇଥିଲେ । ଏହି ସମୟରେ ଐଶ୍ୱର୍ଯ୍ୟା ଖୁବ୍ ଅସହଜ ଅନୁଭୂତ କରିଥିଲେ । କିଛି ରିପୋର୍ଟର ଏହି ଦାବି କରନ୍ତି ଯେ ଜୟାଙ୍କର ଏପରି ଭାବରେ ବିରକ୍ତ ହୋଇଯିବା ସେମାନଙ୍କୁ ପସନ୍ଦ ଆସିନଥିଲା । ସେ ଏହି କାରଣରୁ ତାଙ୍କ ଶାଶୂ ଉପରେ ଅନେକ ଦିନ ରାଗିଥିଲେ ।

newstrend

ଏହାବ୍ୟତୀତ ଏକ ଖବର ଏହା ମଧ୍ୟ ଥିଲା ଯେ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜୀବନରେ ବାରମ୍ବାର ଏଭଳି ତାଙ୍କ ଶାଶୂ ସବୁ କଥାରେ ମୁଣ୍ଡ ପୁରାଇବା ତାଙ୍କୁ ଭଲ ଲାଗୁନଥିଲା । କିନ୍ତୁ ପରେ ଏହି ଖବର କେବଳ ଏକ ଶୁଣାଯାଉଥିବା ମିଥ୍ୟା କଥା ବୋଲି ପ୍ରମାଣିତ ହୋଇଥିଲା । ଏହିପରି ସାମାନ୍ୟ ଭାବରେ ଦେଖିବାକୁ ଗଲେ ଅନେକ ବୋହୂଙ୍କୁ ନିଜର ଶାଶୂ ବାରମ୍ବାର ଦଖଲ ଦେବା ପସନ୍ଦ ଆସିନଥାଏ । ତେଣୁ ଚାଲନ୍ତୁ ଜାଣିନେବା ଏପରି କଣ ସବୁ ହସ୍ତକ୍ଷେପ ଶାଶୂ ବୋହୂଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ ।

ସ୍ଵାମୀ ଓ ସ୍ତ୍ରୀଙ୍କ ବ୍ୟକ୍ତିଗତ ମାମଲା :-

ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ଏବଂ ଝଗଡ଼ା ଉଭୟ ହେବା ଏକ ଅତି ସାଧାରଣ କଥା ଅଟେ । ତାହାକୁ ସେମାନେ ତାଙ୍କ ଅନୁସାରେ ସମାଧାନ କରି ନିଅନ୍ତି । ଏହିପରି ଯଦି ଶାଶୂ ବାରମ୍ବାର ମଝିରେ ଅସିଯାଏ । ଖାସକରି ସେତେବେଳେ ଯେତେବେଳେ ଶାଶୂକୁ ସବୁବେଳେ ନିଜ ଝିଅ ଠିକ୍ ଏବଂ ବୋହୂ ଭୁଲ୍ ନଜର ଆସନ୍ତି । ଅନେକ ଶାଶୂ ସବୁ ପରିସ୍ଥିତିରେ ନିଜ ଝିଅର ହିଁ ପକ୍ଷ ନିଅନ୍ତି । ଶାଶୂର ଏପରି ଭାବରେ ହସ୍ତକ୍ଷେପ କରିବା ଦ୍ୱାରା ମାମଲା ଅନେକ ସମୟରେ ସୁଧୁରିବା ପରିବର୍ତ୍ତେ ଆହୁରି ଅଧିକ ବିଗିଡ଼ିଯାଏ ।

newstrend

ପିଲା ଏବଂ ପରିବାର ସହିତ ଜଡ଼ିତ ନିଷ୍ପତ୍ତି :-

ଶାଶୂ ଏବଂ ବୋହୂଙ୍କ ଚିନ୍ତାଧାରାରେ ଆକାଶ ପାତାଳର ଅନ୍ତର ହୋଇଥାଏ । ଏପରି ଖୁବ୍ କମ୍ ହୋଇଥାଏ ଯେଉଁଠି ଉଭୟଙ୍କ ବିଚାରରେ ସାମଞ୍ଜସ୍ୟ ରହିଥାଏ । ଏହି କାରଣ ଅଟେ ଯେ ଯେତେବେଳେ ଶାଶୂ ପରିବାର କିମ୍ବା ପିଲାଙ୍କ ସହ ଜଡ଼ିତ କୌଣସି ନିଷ୍ପତ୍ତି ନିଅନ୍ତି ତେବେ ବୋହୂକୁ ତାହା ପସନ୍ଦ ଆସି ନଥାଏ । ସେ ନିଜ ପରିବାରକୁ ନିଜ ହିସାବରେ ଚଲାଇବାକୁ ପସନ୍ଦ କରିଥାଏ । ଶାଶୂର ଏହି ମାମଲାରେ ହସ୍ତକ୍ଷେପ କେବଳ କଳି ଝଗଡ଼ାକୁ ଜନ୍ମ କରିଥାଏ ।

newstrend

ଚାକିରୀ ଏବଂ ଘର କାମ :-

ବୋହୂକୁ କେଉଁ ଚାକିରୀ କରିବା ଆବଶ୍ୟକ, କେତେବେଳେ ଘରେ ରହିବା ଉଚିତ, ଘରେ କେଉଁ କାମ କେତେବେଳେ କରିବା ଉଚିତ, ଏହିସବୁ କଥା ଉପରେ ସବୁ ଶାଶୂ ହସ୍ତକ୍ଷେପ କରିଥାନ୍ତି । କିନ୍ତୁ ବୋହୂକୁ ଶାଶୂର ଏହି କଥା ଖରାପ ଲାଗିଥାଏ । ତାଙ୍କୁ ନିଜ ହିସାବରେ କାମ କରିବା ପସନ୍ଦ ଥାଏ ।

ଦରମାର ହିସାବ କିତାବ :-

ଶାଶୂ ଚାହିଁଥାଏ ଯେ ପୁଅର ରୋଜଗାର ଏବଂ ଘର ଖର୍ଚ୍ଚ ଉପରେ ତାହାର ହିଁ ହୁକୁମ ଚାଲୁ । ଯେଉଁଠି ବୋହୂ ଚାହିଁଥାଏ ଯେ ଦରମା ତାହା ହାତକୁ ଆସୁ । ସେ ଟଙ୍କାକୁ ନିଜ ହିସାବରେ ଖର୍ଚ୍ଚ କରିବାକୁ ଚାହାନ୍ତି । ଏହି କାରଣରୁ ଘରେ ମହାଯୁଦ୍ଧ ଭଳି ସଂଘର୍ଷ ଚାଲିଥାଏ ।

Leave a Reply

Your email address will not be published. Required fields are marked *