ଐଶ୍ଚର୍ଯ୍ୟାଙ୍କ ଏହି ଗୁଣର ଦିୱାନୀ ଅଟନ୍ତି ଜୟା ବଚ୍ଚନ ! କହିଲେ ନିଜେ ଏକ ବଡ଼ କଳାକାର ହୋଇ ମଧ୍ୟ ନିଜକୁ ରଖନ୍ତି ସବୁଠାରୁ ପଛରେ…

ଐଶ୍ଚର୍ଯ୍ୟାଙ୍କ ଏହି ଗୁଣର ଦିୱାନୀ ଅଟନ୍ତି ଜୟା ବଚ୍ଚନ ! କହିଲେ ନିଜେ ଏକ ବଡ଼ କଳାକାର ହୋଇ ମଧ୍ୟ ନିଜକୁ ରଖନ୍ତି ସବୁଠାରୁ ପଛରେ…

ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଅଭିନେତ୍ରୀ ସପା ସାଂସଦ ଜୟା ବଚ୍ଚନଙ୍କ ମଧ୍ୟରେ ଏକ ମଧୁର ସମ୍ବନ୍ଧ ରହିଛି । ଶାଶୁ ବୋହୂର ଏହି ଯୋଡ଼ି ବଲିଉଡ଼ରେ ବେଶ୍ ଚର୍ଚ୍ଚିତ ଓ ପ୍ରସିଦ୍ଧ ଅଟନ୍ତି । ଅନେକ ସୁଯୋଗରେ ଦୁହେଁ ଭଲ ସଂପର୍କ ରଖିଥିବାର ନଜର ଆସନ୍ତି । ଐଶ୍ଚର୍ଯ୍ୟା ନିଜ ଶାଶୁ ଜୟାଙ୍କୁ ବହୁତ ସମ୍ମାନ ପ୍ରଦାନ କରନ୍ତି, ସେପଟେ ଜୟାଙ୍କ ହୃଦୟରେ ମଧ୍ୟ ନିଜ ବୋହୂଙ୍କ ପାଇଁ ଅଶେଷ ଭଲପାଇବା ଓ ସମ୍ମାନ ରହିଛି ।

କିଛି ସମୟରେ ଜୟା ବଚ୍ଚନ ନିଜ ବୋହୂ ଐଶ୍ଚର୍ଯ୍ୟାଙ୍କୁ ଖୁବ୍ ପ୍ରଶଂସା କରନ୍ତି । ସେପଟେ ନିଜର ଏକ ସାକ୍ଷାତକାରରେ ଜୟା କହିଥିଲେ ଯେ ସେ ତାଙ୍କ ବୋହୂର ଗୋଟିଏ କଥାର ଦିୱାନୀ ଅଟନ୍ତି । ଜୟା ନିଜ ସାକ୍ଷାତକାରରେ ଐଶ୍ଚର୍ଯ୍ୟାଙ୍କ ପ୍ରଶଂସା କରି କହିଥିଲେ ଯେ, ଆମ ପରିବାର ପାଇଁ ଐଶ୍ଚର୍ଯ୍ୟା ପୁରାପୁରି ଉତ୍ତମ ଅଟନ୍ତି । ଐଶ୍ଚର୍ଯ୍ୟା କେବେ କୌଣସି କାମରେ ନିଜକୁ ଆଗରେ ରଖନ୍ତି ନାହିଁ । ବରଂ ସେ ସମସ୍ତଙ୍କ ଧ୍ୟାନ ରଖନ୍ତି ଓ ପଛରେ ରୁହନ୍ତି ।

ଜୟା ବଚ୍ଚନ କହିଥିଲେ ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଐଶ୍ଚର୍ଯ୍ୟା ଏକ ବଡ଼ ଷ୍ଟାର୍ ଥିଲେ, ଯଦିଓ ଯେତେବେଳେ ସେ ପରିବାର ସହିତ ରୁହନ୍ତି ସେତେବେଳେ ସେ ସର୍ବଦା ସମସ୍ତ କାର୍ଯ୍ୟରେ ଆଗରେ ନଥାନ୍ତି, ବରଂ ନିଜ ପରିବାରକୁ ପ୍ରାଥମିକତା ଦିଅନ୍ତି ଓ ନିଜେ ସବୁଠାରୁ ପଛରେ ରୁହନ୍ତି । ଜୟାଙ୍କ ଅନୁସାରେ, ଐଶ୍ଚର୍ଯ୍ୟା ସମସ୍ତଙ୍କ କଥା ଶୁଣନ୍ତି ଓ ତା’ ଉପରେ ଅନୁସରଣ କରନ୍ତି । ଜୟା ବଚ୍ଚନଙ୍କ ଅନୁଯାୟୀ, ତାଙ୍କୁ ବୋହୂ ଐଶ୍ଚର୍ଯ୍ୟାଙ୍କ ଏହି କଥାଟି ବହୁତ ପସନ୍ଦ ଆସେ ।

ପରିବାରକୁ ଦିଅନ୍ତି ସମୟ …

ଜୟା ବଚ୍ଚନ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଉ ଏକ ବିଶେଷ କଥା ବିଷୟରେ କହିଥିଲେ । ଜୟା କହିଥିଲେ ଯେ ଐଶ୍ଚର୍ଯ୍ୟାଙ୍କୁ ଏହାର ସୂଚନା ଥାଏ ଯେ, ପରିବାରକୁ କେବେ ଓ କେତେ ସମୟ ଦେବା ଦରକାର ଏହା ବିଷୟରେ ସେ ଜାଣନ୍ତି ।

ଏକ ଉତ୍ତମ ଓ ଦାୟିତ୍ୱବାନ୍ ମାଁ’ ଅଟନ୍ତି ଐଶ୍ଚର୍ଯ୍ୟା…

ଜୟା ବଚ୍ଚନ କହିଛନ୍ତି ଯେ, ଐଶ୍ଚର୍ଯ୍ୟା ଘରେ ମଧ୍ୟ ସମସ୍ତଙ୍କ ଧ୍ୟାନ ରଖନ୍ତି । ସେପଟେ ସେ ନିଜ ଝିଅ ଆରାଧ୍ୟା ବଚ୍ଚନଙ୍କୁ ନିଜେ ଦେଖାଶୁଣା କରନ୍ତି । ଐଶ୍ଚର୍ଯ୍ୟା ଏକ ଭଲ ବୋହୂ ହେବା ସଙ୍ଗେ ସଙ୍ଗେ ଏକ ଦାୟିତ୍ଵବାନ୍ ମାଁ’ ଅଟନ୍ତି । ଆରାଧ୍ୟାଙ୍କ କୌଣସି ଦାଇ ମାଁ ନାହାଁନ୍ତି । ଆରାଧ୍ୟାଙ୍କ ସମସ୍ତ କାର୍ଯ୍ୟ ଐଶ୍ଚର୍ଯ୍ୟା କରନ୍ତି ।

ଅଭିଷେକ ବଚ୍ଚନ ଓ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ୨୦୦୭ରେ ବିବାହ କରିଥିଲେ । ଦୁହେଁ ବଲିଉଡ଼ର ପାୱାର୍ କପଲ୍ ଅଟନ୍ତି । ବିବାହର ୪ ବର୍ଷପରେ ୨୦୧୧ରେ ଦୁହେଁ ଝିଅ ଆରାଧ୍ୟାଙ୍କ ମାତାପିତା ହୋଇଥିଲେ ।

Leave a Reply

Your email address will not be published. Required fields are marked *