ଶୋଲେର ଗବ୍ବର ଅର୍ଥାତ ଅଜମଦ ଖାଁଙ୍କୁ, ଜାବେଦ-ସଲିମଙ୍କ ଏହି କଥା ଖରାପ ଲାଗିଥିଲା ! ଯାହାଫଳରେ ଏକତ୍ର କାମ କଲେ ନାହିଁ କାମ….

‘ଶୋଲେ’ ଗବର ସିଂ ଅର୍ଥାତ ଅମଜଦଙ୍କୁ ଆମେ ସମସ୍ତେ ଖୁବ ଭଲ ଭାବରେ ଜାଣୁ । ତାଙ୍କ ଜନ୍ମ ୧୨ ନଭେମ୍ବର ୧୯୪୦ ମସିହା ମୁମ୍ବାଇରେ ହୋଇଥିଲା । ସେ ନିଜ ଚଳଚ୍ଚିତ୍ର କ୍ୟାରିୟରରେ ଅନେକଗୁଡ଼ିଏ ହିଟ ଚଳଚ୍ଚିତ୍ର ଦେଇଛନ୍ତି କିନ୍ତୁ ଆଜି ମଧ୍ୟ ତାଙ୍କୁ ଲୋକେ ‘ଗବର ସିଂ’ ରୂପେ ଜାଣନ୍ତି । ଏହି ଚରିତ୍ରକୁ ସେ ଏପରି ଭାବରେ ଜୀବନ୍ତ କରିଥିଲେ ଯେ ଆଜି ପର୍ଯ୍ୟନ୍ତ ଲୋକେ ତାଙ୍କ ଅଭିନୟର ଫ୍ୟାନ ଅଟନ୍ତି ।

ଶୋଲେ ଚଳଚ୍ଚିତ୍ରକୁ ସଲିମ ଖାନ ଓ ଜାବେଦ ଅଖତର ଲେଖିଥିଲେ। ଏହି ଚଳଚ୍ଚିତ୍ର ରମେଶ ସିପ୍ପୀ ନିର୍ଦ୍ଦେଶନା ଦେଇଥିଲେ । ବାସ୍ତବରେ ଅମଜଦ ଖାଁଙ୍କୁ ଶୋଲେ ରେ ଗବ୍ବର ଚରିତ୍ର ସଲିମ ଖାଁ ଓ ଜାବେଦ ଅଖତରଙ୍କ କହିବା ଯୋଗୁଁ ମିଳିଥିଲା । ଯଦିଓ ଚଳଚ୍ଚିତ୍ର ଶେଷ ହେଉ ହେଉ ଏମାନଙ୍କ ମଧ୍ୟରେ କିଛି ଏପରି ହେଲା ଯେ ଶୋଲେ ପରେ ଅମଜଦ ଖାଁ ଆଉ କେବେମଧ୍ୟ ଜାବେଦ ଅଖତର ଓ ସଲିମ ଖାଁ ଙ୍କ ସହିତ କୌଣସି ଚଳଚ୍ଚିତ୍ରରେ କାମ କଲେ ନାହିଁ ।

ବାସ୍ତବରେ ପ୍ରଥମେ ଗବରଙ୍କ ଚରିତ୍ର ଡେନୀଙ୍କୁ ମିଳିଥିଲା । ଯଦିଓ ସେତେବେଳେ ସେ ଫିରୋଜ ଖାଁଙ୍କ ଚଳଚ୍ଚିତ୍ର ‘ଧର୍ମାତ୍ମା’ ଚଳଚ୍ଚିତ୍ରର ସୁଟ କାରଣରୁ ଆଫଗାନିସ୍ତାନରେ ଥିଲେ । ଏମିତିରେ ସେ ଶୋଲେ ଚଳଚ୍ଚିତ୍ରକୁ ମନା କରି ଦେଇଥିଲେ । ଏମିତିରେ ଜାବେଦ ଓ ସଲିମ ଗବ୍ବରଙ୍କ ଚରିତ୍ର ପାଇଁ ଏକ ଅଭିନେତାକୁ ଖୋଜୁଥିଲେ।

ସଲିମ ଥରେ ଦିଲ୍ଲୀର ଏକ ନାଟକରେ ଅମଜଦ ଖାନଙ୍କ ଅଭିନୟ ଦେଖିଥିଲେ । ଏମିତିରେ ସେ ରମେଶ ସିପ୍ପୀଙ୍କୁ କହିଲେ ଯେ ସେ ଅମଜଦଙ୍କୁ ତାଙ୍କ ଚଳଚ୍ଚିତ୍ରରେ ନିଅନ୍ତୁ । ଯେତେବେଳେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେଲା ଜାବେଦ ଅଖତରଙ୍କୁ ଅମଜଦ ଖାଁ ଙ୍କ ସ୍ୱର ସେତିକି ଭଲ ଲାଗିଲା ନାହିଁ ।

ଏହା ପରେ ସଲିମ-ଜାବେଦ ରମେଶ ସିପ୍ପୀଙ୍କୁ କହିଲେ ଯେ ଆମେ କହିବା ଯୋଗୁଁ ଆପଣ ଅମଜଦଙ୍କୁ ନେଇଛନ୍ତି କିନ୍ତୁ ଯଦି ଆପଣଙ୍କୁ ତାଙ୍କ ସ୍ୱର ଓ ଅଭିନୟ ପସନ୍ଦ ଆସିଲା ନାହିଁ ତେବେ ଆପଣ ତାଙ୍କୁ ବାହାର ମଧ୍ୟ କରିପାରିବେ । ଆମେ ଆଉ କାହାକୁ ଗବର ଚରିତ୍ର ପାଇଁ ନେବୁ ।

ଯେତେବେଳେ ଅମଜଦ ଖାଁ ଙ୍କୁ ଏହା ବିଷୟରେ କିଛି ଜଣାପଡ଼ିଲା ସେତେବେଳେ ସେ ଦୁଃଖିତ ହୋଇଗଲେ । ଏହା ପରେ ସଲିମ-ଜାବେଦ ଓ ଅମଜଦ ଖାଁ ଙ୍କ ମଧ୍ୟରେ ଅନେକ ଭୁଲ ବୁଝାମଣା ସୃଷ୍ଟି ହେଲା ଏବଂ ସେମାନେ କେବେମଧ୍ୟ ଏକାଠି କାମ କଲେ ନାହିଁ । ଯଦିଓ ଯେତେବେଳେ ଚଳଚ୍ଚିତ୍ର ବକ୍ସ ଅଫିସରେ ମୁକ୍ତିଲାଭ କଲା ସେତେବେଳେ ଦର୍ଶକ ମାନେ ଅମଜଦ ଖାଁ ଙ୍କୁ ଗବ୍ବର ଚରିତ୍ର ପାଇଁ ବହୁତ ପସନ୍ଦ କଲେ । ତାଙ୍କର ଏହି ଚରିତ୍ର ଅମର ହୋଇଗଲା ।

ସେହି ଚଳଚ୍ଚିତ୍ର ହାଇଲାଇଟ ହୋଇ ରହିଗଲା । ଅମଜଦ ଖାଁଙ୍କୁ ଗବ୍ବର ସିଂହ ଯୋଗୁଁ କ୍ୟାରିୟରରେ ବହୁତ ସଫଳତା ହାସଲ ହେଲା । ସେତେବେଳେ ତାଙ୍କ ଲୋକପ୍ରିୟତା ଏତେ ଅଧିକ ହୋଇଯାଇଥିଲା ଯେ ଏକ ବିସ୍କୁଟ ପ୍ରସ୍ତୁତ କରୁଥିବା କମ୍ପାନୀ ତାଙ୍କୁ ଏହାର ବ୍ରାଣ୍ଡ ଏମ୍ବାସେଡର ରୂପେ ବାଛିନେଲେ । ଏହା ପ୍ରଥମ ଥର ପାଇଁ ଥିଲା ଯେତେବେଳେ କୌଣସି ଖଳନାୟକଙ୍କୁ ବିଜ୍ଞାପନରେ ଆସିବା ପାଇଁ ସୁଯୋଗ ମିଳିଥିଲା ।

Be the first to comment

Leave a Reply

Your email address will not be published.


*