ଏହି ସୁନ୍ଦର ଯୁବକ ସହିତ ଶୀଘ୍ର ବିବାହ କରିପାରନ୍ତି ଜସଲୀନ୍ ମଥାରୁ ! ଜାଣନ୍ତୁ କିଏ ଅଟେ ସେହି ଯୁବକ ।

ଏହି ସୁନ୍ଦର ଯୁବକ ସହିତ ଶୀଘ୍ର ବିବାହ କରିପାରନ୍ତି ଜସଲୀନ୍ ମଥାରୁ ! ଜାଣନ୍ତୁ କିଏ ଅଟେ ସେହି ଯୁବକ ।

ବନ୍ଧୁଗଣ ଟିଭି ଜଗତର ବିବାଦିତ ଶୋ “ବିଗ୍ ବୋସ୍”ରୁ ଚର୍ଚ୍ଚିତ ଜସଲୀନ୍ ମଥାରୁ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫ୍ୟାନ୍ସ ମାନେ ମଧ୍ୟ ଏହା ଜାଣିବା ପାଇଁ ଚାହଁନ୍ତି ଯେ ଜସଲୀନ୍ କେବେ ଓ କାହାକୁ ବାହା ହେବେ । ଜସଲୀନ୍ ବର୍ତ୍ତମାନ ଏହି ରହସ୍ୟ ଉନ୍ମୋଚନ କରିଦେଇଛନ୍ତି । ଜସଲୀନ୍ କସମେଟିକ୍ ସର୍ଜନ ଅଭିନୀତ ଗୁପ୍ତାଙ୍କୁ ବିବାହ କରିବେ । ନିଜେ ଜସଲୀନ୍ ଏହା କହିଛନ୍ତି ।

bollywoodpapa
bollywoodpapa

ଜଣାଇଦେଉଛୁ ଯେ ଜସଲୀନଙ୍କ ଅନୁଯାୟୀ ସେ ଦୀର୍ଘ ସମୟ ଧରି ଅଭିନୀତ ସହିତ କଥାବାର୍ତ୍ତା କରୁଥିଲେ । ଦୁହେଁ କରୋନା କାରଣରୁ ଭର୍ଚୁଆଲ ମିଟିଂ କରି ସାଥିରେ ସମୟ ଅତିବାହିତ କରୁଥିଲେ । ଜସଲୀନ୍ ଏହା ମଧ୍ୟ କହିଛନ୍ତି ଯେ ସେ ପ୍ରଥମ ଥର ପାଇଁ ଭୋପାଳରେ ଅଭିନୀତଙ୍କୁ ଦେଖା କରିଥିଲେ । ଲକଡାଉନ ମଧ୍ୟରେ ଦୁହେଁ ଭୋପାଳରେ ଏକାଠି ସମୟ ଅତିବାହିତ କରିଅଛନ୍ତି ।

bollywoodpapa
bollywoodpapa

ଜସଲୀନ୍ ଏଥିରୁ ମଧ୍ୟ ଖୁବ୍ ଆନନ୍ଦିତ ଅଛନ୍ତି ଯେ ଅଭିନୀତ ବହୁତ ଯତ୍ନବାନ ଓ ସହଯୋଗୀ ଅଟନ୍ତି । ସେ ତାଙ୍କୁ ଆହୁରି ଅଧିକ କାମ କରିବା ପାଇଁ ପ୍ରେରଣା ଦିଅନ୍ତି । ସେମାନେ ଚାହଁନ୍ତି ଯେ ଜସଲୀନ୍ ଆହୁରି ସଫଳତା ହାସଲ କରନ୍ତୁ, ଆହୁରୀ ଅଧିକ ଶିଖନ୍ତୁ । ଅଭିନୀତ ଓ ଜସଲୀନ୍ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି, କିନ୍ତୁ ଏହା ସତ ନୁହେଁ । ଏପରି ହେବନାହିଁ । ଜସଲୀନ୍ କହିଛନ୍ତି ଯେ ବର୍ତ୍ତମାନ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ବିବାହ ବିଷୟରେ ସେ ଭାବି ନାହାଁନ୍ତି । ଦୁହେଁ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଇଛନ୍ତି ।

bollywoodpapa
bollywoodpapa

ଜସଲୀନ୍ ଓ ଅଭିନୀତଙ୍କ ପ୍ରେମ ଅନୁପ ଜଲୋଟାଙ୍କ ଯୋଗୁଁ ଆରମ୍ଭ ହେଲା । ଅଭିନୀତଙ୍କ ପିତା ଅନୁପଙ୍କ ଭଲ ବନ୍ଧୁ ଅଟନ୍ତି । ଜସଲୀନ୍ ଆଜତକ୍ ସହିତ କଥାବାର୍ତ୍ତା କରୁଥିବା ସମୟରେ ଅଭିନୀତଙ୍କ କାମ ବିଷୟରେ କହିଛନ୍ତି । ତାଙ୍କ ଅନୁଯାୟୀ ଅଭିନୀତ ବଡ଼ କସମେଟିକ୍ ସର୍ଜନ ଅଟନ୍ତି । ତାଙ୍କର କିଛି କ୍ଲିନିକ୍ ମଧ୍ୟ ଅଛି ।

bollywoodpapa
bollywoodpapa

ଜଣାଇଦେଉଛୁ ଯେ ଅଭିନୀତ ଗୁପ୍ତା ସୋସିଆଲ ମିଡ଼ିଆରେ ଲୋକଙ୍କ ପାଇଁ ଜରୁରୀ ଭିଡ଼ିଓ ତିଆରି କରନ୍ତି । ତାଙ୍କ ଭିଡ଼ିଓ ଗୁଡ଼ିକ ଟିକିଏ ଅଲଗା ଓ ଏପରି ମାମଲାର ହୋଇଥାଏ ଯାହା ବିଷୟରେ ଲୋକମାନେ ଖୋଲାଖୋଲି ଭାବେ କହିବାକୁ ଚେଷ୍ଟା କରନ୍ତି ନାହିଁ, ଏଥିପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଏ । କିନ୍ତୁ ନିଜେ ଜସଲୀନ୍ ଏପରି କିଛି ଭାବନ୍ତି ନାହିଁ । ସେ ଅଭିନୀତଙ୍କୁ ଟ୍ରୋଲ୍ କରୁଥିବା ଲୋକଙ୍କୁ ବିବେକହୀନ ଓ ବୋକା ବୋଲି କହିଛନ୍ତି । ତାଙ୍କ ଅନୁଯାୟୀ ସମସ୍ତ ମନୁଷ୍ୟ ନିଜ ନିଜ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *