ଜାହ୍ନବୀ କପୁର୍ ବିବାହକୁ ନେଇ କଲେ ବଡ଼ ଖୋଲାସା ! କହିଲେ ସ୍ୱାମୀ ପିନ୍ଧିବେ ଲୁଙ୍ଗି ଏବଂ କଦଳୀ ପତ୍ରରେ ଖାଦ୍ୟ ଖାଇବେ…

ଜାହ୍ନବୀ କପୁର୍ ବିବାହକୁ ନେଇ କଲେ ବଡ଼ ଖୋଲାସା ! କହିଲେ ସ୍ୱାମୀ ପିନ୍ଧିବେ ଲୁଙ୍ଗି ଏବଂ କଦଳୀ ପତ୍ରରେ ଖାଦ୍ୟ ଖାଇବେ…

ସମସ୍ତଙ୍କର ନିଜ ଜୀବନକୁ ନେଇ ଅଲଗା ଅଲଗା ଯୋଜନା ରହିଥାଏ । ସମସ୍ତେ ନିଜ ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ଚାହିଁଥାନ୍ତି । ବାସ୍ତବରେ ଏଭଳି ବହୁତ କମ୍ ହୋଇଥାଏ କି ଲୋକମାନେ ନିଜର ସମସ୍ତ ଇଚ୍ଛାକୁ ପୂରଣ କରିପାରିଥାନ୍ତି । ଆପଣଙ୍କୁ କହିରଖୁଛୁ ଯେ, ବଲିଉଡ ଇଣ୍ଡଷ୍ଟ୍ରିର କଳାକାରମାନେ ମଧ୍ୟ ଏଭଳି କିଛି ଚାହିଁଥାନ୍ତି । ତେବେ ଏମାନଙ୍କର ପ୍ରାୟତଃ ସମସ୍ତ ଇଚ୍ଛା ପୂରଣ ହୋଇ ଯାଇଥାଏ । ଏଭଳି ପରିସ୍ଥିତିରେ ଆମେ ବଲିଉଡ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସ୍ୱର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର୍ ବର୍ତ୍ତମାନ ସମୟରେ ନିଜର ଆଗାମୀ ଚଳଚ୍ଚିତ୍ର ‘ରୁହୀ’ର ପ୍ରମୋଶନ୍ ରେ ବ୍ୟସ୍ତ ଅଛନ୍ତି । ବାସ୍ତବରେ ଚଳଚ୍ଚିତ୍ରକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ପ୍ରଥମଥର ପାଇଁ ଜାହ୍ନବୀ କପୁର୍ ସମ୍ପୂର୍ଣ୍ଣ ଅଲଗା ଅବତାରରେ ଦେଖା ଦେଉଛନ୍ତି । ଟ୍ରେଲର୍ ରେ ତାଙ୍କ ଅଭିନୟକୁ ଦେଖି ପ୍ରଶଂସକ ମାନଙ୍କର ଉତ୍ତେଜନା ସ୍ତର ବଢି ବଢି ଯାଉଛି । ଏଥିସହ ନିକଟରେ ଜାହ୍ନବୀ କପୁର୍ ନିଜ ବିବାହକୁ ନେଇ ବଡ଼ ଖୋଲାସା କରିଦେଇଛନ୍ତି । ସେ ଏହା କହିଛନ୍ତି ଯେ, ସେ କିଭଳି ଭାବରେ ବିବାହ କରିବାକୁ ଚାହୁଁଛନ୍ତି, ଯାହାକୁ ଶୁଣି ଆପଣ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଏଭଳି କିଛି ହେବ ବିବାହର ଯୋଜନା:-

ବାସ୍ତବରେ ଜାହ୍ନବୀ କପୁର୍ ଏକ ସାକ୍ଷାତକାର ସମୟରେ କହିଥିଲେ ଯେ, ସେ ଅତ୍ୟନ୍ତ ସରଳ ଭାବରେ ବିବାହ କରିବାକୁ ଚାହୁଁଛନ୍ତି । ଆଗକୁ ସେ କହିଛନ୍ତି ଯେ, ସେ ତିରୁପତିରେ ବିବାହ କରିବାକୁ ଚାହୁଁଛନ୍ତି । ସେଠାକୁ ସେ ଅନେକଥର ଯାଇ ସାରିଛନ୍ତି ଏବଂ ସେ ତାଙ୍କ ଜୀବନସାଥି ସହ ସେଠାରେ ବିବାହ କରିବାକୁ ଚାହୁଁଛନ୍ତି । ଏଭଳି ଚିନ୍ତା ତାଙ୍କ ମନରେ ଅନେକ ପୂର୍ବରୁ ଆସିଅଛି । ବାସ୍ତବରେ ସେ ବିବାହରେ କଣ ପିନ୍ଧିବେ ସେ ବିଷୟରେ ମଧ୍ୟ ଚିନ୍ତା କରିସାରିଛନ୍ତି । ସେ ସୁନେଲି ରଙ୍ଗର କାଞ୍ଜିଭରମ୍ ଶାଢ଼ୀ ପିନ୍ଧିବେ ଏବଂ ଚମ୍ପା ଫୁଲ ଲଗାଇବେ ବୋଲି କହିଛନ୍ତି ।

ଏଥିସହ ତାଙ୍କର ହେବାକୁ ଯାଉଥିବା ସ୍ୱାମୀ ଲୁଙ୍ଗି ପିନ୍ଧିବେ ଏବଂ ସେମାନେ କଦଳୀ ପତ୍ରରେ ଖାଦ୍ୟ ଖାଇବେ । ତାଙ୍କୁ ଲାଗୁଛି ଯେ, ଅନେକ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇପାରେ କିନ୍ତୁ ତାଙ୍କୁ ତାଙ୍କ ବିବାହରେ ଅତ୍ୟଧିକ ଭିଡ଼ କରିବାର ନାହିଁ । ବିବାହାକୁ କେବଳ ନିକଟତର ଲୋକମାନେ ଆସିବେ । ବାସ୍ତବରେ ଗ୍ରାଣ୍ଡ ବିବାହ ଦେଖିବାପାଇଁ ବହୁତ ଭଲ ଲାଗିଥାଏ କିନ୍ତୁ ଏତେ ଲୋକଙ୍କୁ ଦେଖି ଆପଣ ନିଜକୁ ସମସ୍ୟା ହେବ ବୋଲି ଲାଗିଯାଇଥାଏ, ଯାହା ସେ ଦେଖିବାକୁ ଚାହାଁନ୍ତି ନାହିଁ ।

ଚଳଚ୍ଚିତ୍ରର କୌଣସି ଅଭାବ ନାହିଁ:-

ଆପଣଙ୍କୁ କହିରଖୁଛୁ ଯେ, ଜାହ୍ନବୀ କପୁରଙ୍କର ବିବାହକୁ ନେଇ ଏହି ଯୋଜନା ଶୁଣି ନେବା ପରେ ଏହା ସ୍ପଷ୍ଟ ହୋଇଯାଉଛି କି ତାଙ୍କୁ ଦେଖେଇ ହେବା ଠାରୁ ଅଧିକ ସାଧାରଣ ରହିବା ପସନ୍ଦ ଅଟେ । ଏହି କାରଣରୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁମାତ୍ରାରେ ପସନ୍ଦ କରିଥାନ୍ତି । ବାସ୍ତବରେ ‘ରୁହି’ ବ୍ୟତୀତ ଜାହ୍ନବୀ କପୁର୍ ‘ଗୁଡ୍ ଲକ୍ ଜେରି’ରେ ମଧ୍ୟ ଦେଖାଯିବେ । ଯାହାର ଶୁଟିଂ କରୁଥିବା ସମୟରେ କିଛି ଦିନ ପୂର୍ବରୁ ସେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ସେ ପଞ୍ଜାବନ ଅବତାରରେ ଦେଖାଯିବାକୁ ଯାଉଛନ୍ତି । ଏହାବ୍ୟତୀତ ଜାହ୍ନବୀଙ୍କୁ “ଦୋସ୍ତାନା ୨”ରେ ମଧ୍ୟ ସୁଯୋଗ ମିଳିଯାଇଛି । ଜାହ୍ନବୀ ‘ରୁହି’ ଚଳଚ୍ଚିତ୍ରକୁ ନେଇ ଅତ୍ୟନ୍ତ ଆଗ୍ରହୀ ଅଛନ୍ତି । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ରାଜକୁମାର୍ ରାଓ ଏବଂ ବରୁଣ ଶର୍ମା ଦେଖାଯିବେ ।

Leave a Reply

Your email address will not be published. Required fields are marked *