ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହି ରାଜ୍ୟରେ ଲାଗୁ ରହିବ ଜନତା କର୍ଫ୍ୟୁ । ନିୟମ ଭଙ୍ଗ କରିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ !

ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହି ରାଜ୍ୟରେ ଲାଗୁ ରହିବ ଜନତା କର୍ଫ୍ୟୁ । ନିୟମ ଭଙ୍ଗ କରିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ !

ଭାରତରେ କୋରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ପର୍ଯ୍ୟନ୍ତ ପହଂଚି ସାରିଲାଣି । ସଂକ୍ରମିତ ମାମଲାର ସଂଖ୍ୟାରେ ପ୍ରତିଦିନ ନୂଆଁ ରେକର୍ଡ଼ କରାଯାଉଛି । ଏହିପରି କୋରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ଅଂଶରେ ପୁଣିଥରେ ଲକଡାଉନ ରଖାଯାଇଛି । ଯେଉଁଠି ଅନେକ ଅଂଶରେ ପୂର୍ବରୁ ହିଁ ଲକଡାଉନକୁ ବଢ଼ାଇ ଦିଆଯାଇଛି । ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ସଂକ୍ରମଣକୁ ରୋକିବାକୁ ପ୍ରୟାସରେ ରାଜ୍ୟ ସରକାର ମାନେ ଲକଡାଉନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଲିଷ୍ଟରେ ଗୋଆର ନାମ ମଧ୍ୟ ସାମିଲ ଅଛି, ଗୋଆ ସରକାର ବୁଧବାର ଦିନ କହିଛନ୍ତି ଯେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ରାଜ୍ୟରେ ଜନତା କର୍ଫ୍ୟୁ ହେବ ।

newstrend

ଦେଶରେ ପ୍ରଥମ ପର୍ଯ୍ୟାୟର ଲୋକଡାଉନ ମାର୍ଚ୍ଚ ୨୪ ରୁ ଆରମ୍ଭ ହୋଇଥିଲା , ଏହି ଲକଡାଉନ ୫ଟି ପର୍ଯ୍ୟାୟ ପର୍ଯ୍ୟନ୍ତ ଚାଲିଥିଲା । ତା’ପରେ ଦେଶରେ ଲୋକଙ୍କୁ ହେଉଥିବା ଅସୁବିଧା ଗୁଡ଼ିକୁ ନଜରରେ ରଖି ଏବଂ ଅର୍ଥବ୍ୟବସ୍ଥାକୁ ପୁଣିଥରେ ଠିକ୍ ସ୍ଥିତିକୁ ଆଣିବାକୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଅନଲୋକ କରିବାର ନିଷ୍ପତ୍ତି ନିଆଯାଇଥିଲା । ଅନଲୋକ ସହିତ ଦେଶରେ କରୋନାର ମମାଲ ମଧ୍ୟ ଦ୍ରୁତ ବେଗରେ ବଢ଼ିଯାଇଛି । ଏହିପରି ବର୍ତ୍ତମାନ ଭୂତାଣୁର ସଙ୍କଟ ଦ୍ୱିଗୁଣିତ ହୋଇଯାଇଛି । ଏହି ଭୟଙ୍କର ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଅନେକ ରାଜ୍ୟ ପୁଣିଥରେ ଲକଡାଉନର ସାହାରା ନେଇଛନ୍ତି ।

newstrend

ଗୋଆରେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ :-

ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କୋରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ବୁଧବାର ଦିନ ଘୋଷଣା କରିଛନ୍ତି ଯେ ରାଜ୍ୟରେ ଆଗାମୀ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଲାଗିବ । କର୍ଫ୍ୟୁ ସମୟରେ ଲୋକମାନଙ୍କର ଘରୁ ବାହାରିବା ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ରହିବ । କେବଳ ଜରୁରୀ ସେବା ଗୁଡ଼ିକ ପାଇଁ ଛାଡ଼ ମିଳିପାରିବ । ତା’ସହିତ ସୀଏମ କହିଛନ୍ତି ଯେ ଏହି ସପ୍ତାହ ଗୋଆରେ ଶୁକ୍ରବାର, ଶନିବାର ଏବଂ ରବିବାର ଏହି ଦିନ ୩ ଦିନ ପର୍ଯ୍ୟନ୍ତ ଲକଡାଉନ ରହିବ ।

ଆପଣଙ୍କର ଜାଣିବା ପାଇଁ କହିରଖୁଛୁ ଯେ ଜନତା କର୍ଫ୍ୟୁ ସମୟରେ ରାତି ୮ ଠାରୁ ସକାଳ ୬ ପର୍ଯ୍ୟନ୍ତ ଲୋକଙ୍କୁ ନିଜ ଘରୁ ବାହାରିବା ଉପରେ ପ୍ରତିବନ୍ଧକ ରହିବ । ଏହି ସମୟରେ ସ୍ଵାସ୍ଥ୍ୟ ସେବା ଗୁଡ଼ିକ ସହିତ ଜଡ଼ିତ ଲୋକଙ୍କୁ ଯିବା ଆସିବାର ଅନୁମତି ଦିଆଯିବ ।

ଗୋଆରେ କୋରୋନା ସଂକ୍ରମଣ ବିଷୟରେ କହିବାକୁ ଗଲେ, ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୨୯୦୦ ଜଣ ଲୋକ କୋରୋନା ଦ୍ଵାରା ସଂକ୍ରମିତ ହୋଇସାରିଛନ୍ତି । ଯେଉଁଠି ୨୦ ରୁ ଅଧିକ ଲୋକ ଏହି ଭୂତାଣୁ କାରଣରୁ ନିଜର ପ୍ରାଣ ହରାଇଛନ୍ତି । ପୁଣି ୧୬୦୦ ରୁ ଅଧିକ ଲୋକ ଠିକ୍ ହୋଇ ନିଜ ଘରକୁ ଫେରିଛନ୍ତି ।

ଦେଶରେ ଅନେକ ରାଜ୍ୟରେ ପୁଣିଥରେ ଲୋକଡାଉନ :-

newstrend

ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ଆସାମ୍ ଏବଂ ନାଗାଲ୍ୟାଣ୍ଡ ଭଳି ଅନେକ ରାଜ୍ୟରେ ଲକଡାଉନ ଜାରି ରହିଛି । ଦେଶରେ ବାରମ୍ବାର ବଢ଼ୁଥିବା ମାମଲାକୁ ନଜରରେ ରଖି ରାଜ୍ୟ ସରକାର ମାନେ ବର୍ତ୍ତମାନ ସତର୍କ ହେଉଛନ୍ତି । ବର୍ତ୍ତମାନ ଦେଖିବାକୁ ପଡ଼ିବ ଯେ ରାଜ୍ୟ ଗୁଡ଼ିକରେ ଲକଡାଉନ ଦ୍ଵାରା କୋରୋନାର ପ୍ରସାରକୁ କେତେ ପର୍ଯ୍ୟନ୍ତ ରୋକାଯିବାରେ ସମ୍ଭବ ହେଉଛି ।

newstrend

ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାର ୩୨ ହଜାରରୁ ଅଧିକ ମାମଲା ସମ୍ନାକୁ ଆସିଛି । ପ୍ରତିଦିନ ବଢ଼ୁଥିବା ମାମଲା ଦ୍ଵାରା ଏବେ କୋରୋନା ରୋଗୀଙ୍କ ସଂଖ୍ୟା ୯ ଲକ୍ଷ ୬୮ ହଜାର ହୋଇସାରିଛି । ଏହି ଭୂତାଣୁ କାରଣରୁ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟାରେ ବାରମ୍ବାର ବୃଦ୍ଧି ହେବାରେ ଲାଗିଛି । ଏହି ସଂଖ୍ୟା ପ୍ରାୟ ୨୫ ହଜାର ପର୍ଯ୍ୟନ୍ତ ପହଂଚି ଯାଇଛି । ଏମିତିରେ ଭୂତାଣୁର ସଙ୍କଟକୁ ନଜରରେ ରଖି ରାଜ୍ୟ ସରକାର ଲକଡାଉନର ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *