ଡ୍ରଗ୍ ରାକେଟର ସର୍ଦାର ଅଟନ୍ତି ଜମଶାଦ, ଜେଲରୁ ଚଳାଉଥିଲା ଧନ୍ଦା ଏବଂ ବଲିଉଡ କଳାକାରଙ୍କୁ କରୁଥିଲା ଡ୍ରଗ୍ସର ସପ୍ଲାଏ !

ରଙ୍ଗୀନ୍ ମିଜାଜ୍ ଜମଶେଦ ଅଲୀ ମଲିକ ବଲିଉଡରେ ପାଦ ରଖୁଥିବା କଳାକାର, ମୋଡେଲ ଏବଂ ଟିଭି କଳାକାରଙ୍କର ଡ୍ରଗ୍ସ ଡିମାଣ୍ଡକୁ ପୁରା କରୁଥିଲା । ଜେଲରେ ହିଁ ଭାରତରେ ଡ୍ରଗ୍ସର କିଣା ବିକା ଧନ୍ଦା ହୋଇଥାଏ ଏବଂ ଏଥିରେ ସାମିଲ ହୋଇଥିବା ଡ୍ରଗ୍ସ କାରବାରୀ ଧନୀ ମଧ୍ୟ ହୋଇଯାଆନ୍ତି ।

ବଲିଉଡ ରେ ଡ୍ରଗ୍ସ ରାକେଟର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ( NCB ) ଡ୍ରଗ୍ସ ସୂଚିତ ପୁରୁଣା ଏବଂ ମାହିର ଖେଳାଳିଙ୍କ ବିଷୟରେ ସନ୍ଧାନ କରୁଛି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚରେ ଡ୍ରଗ୍ସ ଏଙ୍ଗଲ ସମ୍ନାକୁ ଆସିଥିଲା । ଏହାପରଠାରୁ NCB ବଲିଉଡରେ ଡ୍ରଗ୍ସ ନେଟୱର୍କକୁ କେନ୍ଦ୍ରରେ ରଖି ଯାଞ୍ଚ ପ୍ରଖର କରିଛି । NCB ସେପ୍ଟେମ୍ବର ୨୬ରେ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୂର ଏବଂ ସାରା ଅଲୀ ଖାନଙ୍କ ବୟାନ ରେକର୍ଡ଼ କରିଛି ।

ବଲିଉଡରେ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହ, ରାଜପୁତର ପୂର୍ବ ପ୍ରବନ୍ଧକ ଶ୍ରୁତି ମୋଦୀ, ନିର୍ମାତା ମଧୁ ମଣ୍ଟେନା, ଫ୍ୟାଶନ ଡିଜାଇନର ସିମୋନା ଖଂଭାଟା, ଅଭିନେତ୍ରୀ ରକୂଳ ପ୍ରୀତ ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ବୟାନ NCB ରେକର୍ଡ଼ କରି ସାରିଛି । ଏଜେନ୍ସି ଏହି ମାମଲାରେ ଏବେ ସୁଦ୍ଧା ୧୮ ଜଣ ଲୋକଙ୍କୁ ଗିରଫ କରି ସାରିଛି ।

ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଅନୁସନ୍ଧାନରେ ଅନେକ ସୂତ୍ର ରହିଛି । ଗୋଟିଏ ସୂତ୍ର ହେଉଛି ଦୁନିଆର ସବୁଠାରୁ ଷ୍ଟାଇଲିସ୍ ଏବଂ କୋଟିପତି ଡ୍ରଗ୍ସ କାରବାରି ଜମଶାଦ ଅଲୀ ମଲିକ । ଜମଶାଦ ବର୍ତ୍ତମାନ ମୁମ୍ବାଇ ଜେଲରେ । NCB ଜମଶେଦକୁ ୨୦୧୯ ମସିହାରେ ଗିରଫ କରିଥିଲା । ଏହାବ୍ୟତୀତ NCBର ରଡ଼ାର ଡ୍ରଗ୍ସ ଦୁନିଆର ଦୁଇଜଣ ବଡ଼ ଫାଇନେନ୍ସର ମଧ୍ୟ ଅଛନ୍ତି । ମୁମ୍ବାଇର ହିମାଂଶୁ ଭାଈ, ଅହମ୍ମଦାବାଦର ରାଜୁ ଭାଈ ଏବଂ ଦିଲ୍ଲୀର ସଞ୍ଜୟ ଗୁପ୍ତା ଏଜେନ୍ସିର ରଡ଼ାର… ରେ ଅଛନ୍ତି ।

ଏହି ତିନିଜଣ ଜମଶାଦର ଖୁବ୍ ନିକଟତର, କିନ୍ତୁ ପ୍ରତ୍ୟେକ ଥର NCB ଆଖିରେ ଧୂଳି ଦେଇ ଆସିଛନ୍ତି । ଜମଶାଦ ବଲିଉଡରେ ପାଦ ଦେଉଥିବା ମୋଡେଲ, ଟିଭି ଅଭିନେତ୍ରୀ ଏବଂ ବଲିଉଡ ସେଲିବ୍ରିଟିଙ୍କ ସହିତ ଜଡ଼ିତ ଥିଲା ଏବଂ ସେମାନଙ୍କ ଡ୍ରଗ୍ସ ଡିମାଣ୍ଡକୁ ପୁରା କରୁଥିଲା । ଏପରି କୁହାଯାଏ ଯେ ଏହା ଅତି ରଙ୍ଗୀନ୍ ମିଜାଜର ଚରିତ୍ର ଅଟେ ।

କେରଳ ଆତଙ୍କର ନର୍ସରୀ ସହିତ ଜଡ଼ିତ ଜମଶାଦ :-

NCBର ସୂତ୍ରରୁ ଜମଶାଦ ଅଲୀ ମୂଳ ରୂପରେ କେରଳର କାସରଗୁଡ଼ର ପ୍ରବାସୀ ଥିଲା । ଏହା ସେହି ଜାଗା ଅଟେ ଯାହାକୁ ଆତଙ୍କବାଦର ନର୍ସରୀ ବୋଲି କୁହାଯାଇଥାଏ । ଏହି ଜାଗା ସମଗ୍ର ଦେଶର ଏଜେନ୍ସିଙ୍କ ନଜରରେ ରହିଛି ।

ଜମଶାଦ ଚରସ ଏବଂ କୋକିନ୍ କାରବାରରେ ମହାରାଷ୍ଟ୍ର ଏବଂ ଦେଶର ସବୁଠାରୁ ବଡ଼ ବ୍ୟବସାୟୀ ଅଟେ । ଜମଶାଦ କତ୍ତରରେ ରହି ଡ୍ରଗ୍ସ ମାଫିଆଙ୍କ ଜରିଆରେ ଭାରତରେ ନିଜର ଧନ୍ଦା କରୁଥିଲା । ଯେଉଁଥିରେ କୋକିନ ଏବଂ ଚରସର ସବୁଠାରୁ ବଡ଼ କାରବାର ସାମିଲ ରହିଛି ।

ଜେଲରୁ ହିଁ ଡ୍ରଗ୍ସର କୋଲ୍ ସେଣ୍ଟର ଅପରେଟ କରୁଛି :-

ଏଜେନ୍ସିର ଅଧିକାରୀଙ୍କ ମୁତାବକ, କତ୍ତରର ଜେଲରେ ବନ୍ଦ ଡ୍ରଗ୍ସ ମାଫିଆ ଜେଲରୁ ହିଁ କୋଲ୍ ସେଣ୍ଟର ଅପରେଟ କରୁଛନ୍ତି । ୱାଈ – ଫାଈ ସୁବିଧା ସହିତ ମହଙ୍ଗା ଫୋନ ଜରିଆରେ ଜମଶେଦ ଅଲୀ କତ୍ତରର ଜେଲରୁ ଡ୍ରଗ୍ସ କାରବାର ସହିତ ସିଧାସଳଖ ଜଡ଼ିତ ଥିଲା । ଜେଲରୁ ହିଁ ଭାରତରେ ଡ୍ରଗ୍ସ କିଣା ବିକା ଧନ୍ଦା କରୁଥଲା ଏବଂ ଏହି କାରବାର କରି କାରବାରୀ କୋଟିପତି ହୋଇଯାଉଥିଲେ ।

ଜମଶେଦ ୨୦୧୩ – ୧୪ରେ ଇଞ୍ଜିନିୟରିଂର ପଢ଼ା ଛାଡ଼ି କେରଳରୁ କତ୍ତରକୁ ପରିବହନ ବ୍ୟବସାୟ କରିବାକୁ ଯାଇଥିଲା । ସେଠାରେ ସେ ଚରସର ସେବନ କରି ଧରା ପଡ଼ିଥିଲା । ଯେଉଁ କାରଣରୁ ତାକୁ ୬ ମାସ ଜେଲ୍ ଦଣ୍ଡ ମିଳିଥିଲା । ଜେଲରେ ହିଁ ମୋହସିନ୍ ନାମକ ଡ୍ରଗ୍ସ ମାଫିଆକୁ ହାତ କରି ଜମଶାଦ ଭାରତରେ ଡ୍ରଗ୍ସର ଧନ୍ଦା ସମ୍ଭାଳିବାକୁ ଲାଗିଲା ।

NCBର ସୂତ୍ର ଅନୁସାରେ ଦିଲ୍ଲୀରେ ଜମଶାଦର ଡ୍ରଗ୍ସର ସବୁ କାମ ସଞ୍ଜୟ ଗୁପ୍ତା ସମ୍ଭାଳିଥାଏ ଏବଂ ଦିଲ୍ଲୀରୁ ମାଲୟେସିୟା ଏବଂ ସିଙ୍ଗାପୁର ଡ୍ରଗ୍ସ ଡିଲିଙ୍ଗ ସହିତ ଜଡ଼ିତ ଅଛି । ବଲିଉଡ ଡ୍ରଗ୍ସ କନେକ୍ସନର ଯାଞ୍ଚରେ ଏସବୁ ଚରିତ୍ର ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

Be the first to comment

Leave a Reply

Your email address will not be published.


*