ଯଦି ଆପଣଙ୍କ ପିଲା ମୁଦ୍ରା ଗିଳି ଦିଅନ୍ତି ତେବେ ଆପଣ ଚିନ୍ତା କରନ୍ତୁ ନାହିଁ, ଆପଣାନ୍ତୁ ଏହି ଘରୋଇ ଉପାୟ !

ଛୋଟ ପିଲାଙ୍କୁ ନେଇ ଅନେକ ଚିନ୍ତା ଏବଂ ସମସ୍ୟା ରହିଥାଏ , ସେଥିମଧ୍ୟରୁ ଏହା ଅନ୍ୟତମ ଯେ ଯଦି ପିଲାର ଗଳାରେ କିଛି ଅଟକି ଯାଏ ତେବେ ଆପଣଙ୍କୁ ବହୁତ ସମସ୍ୟା ହୋଇଥାଏ। ଏମିତିରେ ଆପଣ ଅନେକ ଉପାୟ ଆପଣାଇ ହାରି ଯାଇଥାନ୍ତି। କିନ୍ତୁ ସମସ୍ୟା ରହିଯାଇଥାଏ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପାୟ ସହିତ ପରିଚୟ କରାଇବାକୁ ଯାଉଛୁ , ଯାହା ପରେ ଯଦି ଆପଣଙ୍କ ପିଲା ମୁଦ୍ରା ଗିଳି ଦେଇଥାଏ ତେବେ ଆପଣ ଏହା ମାଧ୍ୟମରେ ତୁରନ୍ତ ସେହି ମୁଦ୍ରାକୁ ବାହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଆପଣକଂ ପାଇଁ ଏଥିରେ କଣ ଖାସ ଅଛି ?

ହଁ ଆଜ୍ଞା , ଯଦି ପିଲାର ଗଳାରେ କିଛି ଅଟକି ଯାଏ ତେବେ ଆପଣ ସର୍ବପ୍ରଥମେ ନିଜର ଧର୍ଯ୍ୟ ହରାନ୍ତୁ ନାହିଁ , ବରଂ ଶାନ୍ତି ରେ ରୁହନ୍ତୁ । ଜଣାଇ ଦେଉଛୁ ଯେ ସର୍ବପ୍ରଥମେ ଆପଣ ଏହା ଜ୍ଞାତ କରିବାକୁ ଚେଷ୍ଟା କରନ୍ତୁ ଯେ ପିଲା କଣ ଗିଳି ଦେଇଛି ? ଏହାଦ୍ବାରା ଆପଣଙ୍କର ଅଧା ସମସ୍ୟା ଦୂର ହୋଇଯିବ । ଆପଣ ପିଲାର କ୍ରନ୍ଦନରୁ ଜାଣିପାରିବେ ଯେ ମାମଲା କେତେ ଗମ୍ଭୀର ଅଛି ।

newstrend

ଯଦି ପିଲାର ଗଳାରେ କିଛି ଫସି ଯାଇଥାଏ ତେବେ ସେ ବହୁତ ଜୋରରେ କ୍ରନ୍ଦନ କରିବାକୁ ଲାଗିଥାଏ, ଏହା ସହ ସେ ଚିଲେଇବାକୁ ମଧ୍ୟ ଲାଗିଥାଏ, ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ । ତେବେ ଚାଲନ୍ତୁ ଜଣାଇ ଦେଉଛୁ ଯେ କିପରି ଆପଣ ସହଜରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଘରୋଇ ଉପାୟ ମାଧ୍ୟମରେ ବାହାର କରନ୍ତୁ ପିଲାର ଗଳାରୁ ଫସି ଯାଇଥିବା ଜିନିଷ

newstrend

୧. ସର୍ବପ୍ରଥମେ ଆପଣ ପିଲାକୁ ଆଗ ଆଡକୁ ଝୁଲାନ୍ତୁ, ଏହାସହ ଆପଣ ଗୋଟିଏ ହାତରେ ପିଲାର ଛାତିକୁ ଧରି ଅନ୍ୟ ହାତରେ ପିଠିକୁ ୫ ରୁ ୬ ଥର ଥାପୁଡନ୍ତୁ । ଜଣାଇ ଦେଉଛୁ ଏହି ପ୍ରକ୍ରିୟାକୁ ଆପଣ ୨ ରୁ ୩ ଥର କରିବା ଉଚିତ । କାହିଁକି ନା ଏହା କରିବା ଦ୍ୱାରା ପିଲାର ଗଳାରେ କଫ ହେବା ଯାହାପର ଗଳାରେ ଫସି ଯାଇଥିବା ମୁଦ୍ରା ବାହାରକୁ ବାହାରି ଆସିବ।

୨. ଜଣାଇ ଦେଉଛୁ ଯେ ପିଲାର ଗଳାର ମୁଦ୍ରା ଫସି ଯିବା ପରେ ତାର ପେଟର ଉପରି ଭାଗକୁ ଦୁଇ ହାତରେ ଜୋରରେ ଭିଡ଼ି ଧରିବା ସହ ଚାପ ଦିଅନ୍ତୁ, ଯାହା ଦ୍ଵାରା ଛାତିରୁ ନିଶ୍ୱାସ ତଳକୁ ଯିବା ଅପେକ୍ଷା ଉପରକୁ ଉଠି ଯିବ ଏହା ଦ୍ବାରା ମୁଦ୍ରା ବାହାରି ପଡ଼ିବ ।

newstrend

୩. ଏହା ବ୍ୟତୀତ ଯେତେବେଳେ ପିଲାର ଗଳାରେ ମୁଦ୍ରା ଫସିଯାଏ ଆପଣ ତାକୁ ସେ ପର୍ଯ୍ୟନ୍ତ ଖସିବାକୁ ଦିଅନ୍ତୁ ଯେ ପର୍ଯ୍ୟନ୍ତ ଗଳାରେ କଫ ନହୁଏ, କାହିଁକି ନା କଫ ହେବା ପରେ ଗଳାରେ ଥିବା ଜିନିଷ ବାହାରକୁ ଆସିଯିବ ।

ଆମେ ଆପଣଙ୍କୁ ଏଠାରେ ଆଉ ଗୋଟିଏ କଥାର ଜ୍ଞାତ କରିବୁ ଯେ ଯଦି ଏହି ସବୁ ଉପାୟ ଆପଣାଇବା ପରେ ମଧ୍ୟ ଯଦି ମୁଦ୍ରା ନ ବାହାରେ ତେବେ ଆପଣ ଡାକ୍ତର ସହ ସମ୍ପର୍କ କରିବା ଉଚିତ ।

Be the first to comment

Leave a Reply

Your email address will not be published.


*