ଉଡ଼ାଯାହାଜରେ ବସିବା ପାଇଁ ଏହି ଅଭିନେତ୍ରୀଙ୍କ ସହ ଝଗଡା କରି ବସିଥିଲେ ଜେକଲିନ୍ ! ଅଣ୍ଟା ଧରି ତଳକୁ ଟାଣି ଦେଇଥିଲେ ।

ଉଡ଼ାଯାହାଜରେ ବସିବା ପାଇଁ ଏହି ଅଭିନେତ୍ରୀଙ୍କ ସହ ଝଗଡା କରି ବସିଥିଲେ ଜେକଲିନ୍ ! ଅଣ୍ଟା ଧରି ତଳକୁ ଟାଣି ଦେଇଥିଲେ ।

ବଲିଉଡ଼ ଅଭିନେତ୍ରୀ ଜେକଲୀନ୍ ଫର୍ଣ୍ଣାଣ୍ଡିସ୍ ବଲିଉଡ଼ର ଜଣେ ଏପରି ଅଭିନେତ୍ରୀ ଅଟନ୍ତି ଯିଏ ଚଳଚ୍ଚିତ୍ରରୁ ଅଧିକ ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତି । ତାଙ୍କ ଫଟୋ ଗୁଡ଼ିକ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୁଏ । ଲକଡାଉନ ସମୟରେ ଜେକଲୀନ୍ ସଲମାନଙ୍କ ସହିତ ତାଙ୍କ ଫାର୍ମହାଉସରେ ଫଶିଯାଇଥିଲେ । ସେହି ସମୟରେ ତାଙ୍କର ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ନିକଟରେ ଜେକଲୀନଙ୍କ ଆଉ ଏକ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି । ଏଥିରେ ସେ ଅଭିନେତ୍ରୀ ଲିସାଙ୍କ ସହ ଉଡ଼ାଯାହାଜରେ ବସିବା ପାଇଁ ଟଣା ଓଟରା କରୁଛନ୍ତି । ଦୁହିଁଙ୍କ ଏହି ଝଗଡ଼ା ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି ।

newstrend

ଉଡ଼ାଯାହାଜରେ ବସିବା ପୂର୍ବରୁ ଜେକଲୀନ୍ ଓ ଲିସା କଲେ ମସ୍ତି

ଯଦି ଆପଣ ଏହା ଚିନ୍ତା କରୁଛନ୍ତି ଆମେ ଆପଣଙ୍କୁ ଲିସା ଓ ଜେକଲୀନଙ୍କ ଝଗଡା ବା କ୍ୟାଟ୍ ଫାଇଟ୍ ବିଷୟରେ କହିବୁ ତା’ହେଲେ ଏହା ପୁରାପୁରି ଭୁଲ୍ । ବାସ୍ତବରେ ଦୁହେଁ ପରସ୍ପର ସହିତ ଥଟ୍ଟା କରୁଥିବାର ନଜର ଆସୁଛନ୍ତି । ପ୍ରକୃତରେ ଜେକଲୀନ୍ ପ୍ରଥମେ ଉଡ଼ାଯାହାଜରେ ବସିବା ପାଇଁ ଚଢ଼ନ୍ତି ସେତେବେଳେ ଲିସା ତାଙ୍କୁ ପଛରୁ ଟାଣି ଦିଅନ୍ତି ଏବଂ ନିଜେ ଆଗକୁ ଯିବାକୁ ଲାଗନ୍ତି । ତା’ପରେ ଜେକଲୀନ୍ ତାଙ୍କୁ ପଛକୁ ଟାଣନ୍ତି ଓ ନିଜେ ଆଗକୁ ବଢ଼ିବାରେ ଲାଗନ୍ତି । ଏହି ସମୟରେ ଭିଡ଼ିଓରେ ଦୁହେଁ ହସୁଥିବାର ନଜର ଆସୁଛନ୍ତି । ଏହି ଭିଡ଼ିଓରେ ଫ୍ୟାନ୍ସ ମାନେ ଖୁବ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହି ଭିଡ଼ିଓରେ ଦେଖାଯାଉଛି ଯେ ଦୁହେଁ କିପରି ପରସ୍ପର ସହ ଥଟ୍ଟା ମଜା କରୁଛନ୍ତି । ଲିସା ଧୂସର ରଙ୍ଗର ପୋଷାକ ପିନ୍ଧିଛନ୍ତି ଏବଂ ଜେକଲୀନ୍ ମଧ୍ୟ ଧଳା ରଙ୍ଗର ଗାଉନରେ ଖୁବ୍ ସୁନ୍ଦରୀ ଦେଖାଯାଉଛନ୍ତି । ଲିସା ଓ ଜେକଲୀନଙ୍କ ଏହି ଥଟ୍ଟା ମଜା ଭିଡ଼ିଓ ଫିଲ୍ମୀ କିଡା ୧୨୩ର ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡ଼ିଓକୁ ୩୫ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି ।

ଫ୍ୟାନ୍ସ ମାନଙ୍କୁ ପସନ୍ଦ ଆସୁଛି ଦୁହିଁଙ୍କ ମସ୍ତି

newstrend

ଚଳଚ୍ଚିତ୍ର ଜଗତ ପାଇଁ ଅଧିକାଂଶ ସମୟରେ ଏହା କୁହାଯାଏ ଯେ ଦୁଇଟି ଅଭିନେତ୍ରୀ କେବେହେଲେ ଭଲ ବନ୍ଧୁ ହୋଇପାରନ୍ତି ନାହିଁ । ଯଦିଓ ଏହା ଅନେକ ଥର ଭୁଲ୍ ସାବ୍ୟସ୍ତ ହୋଇଥାଏ । ଏହି ଭିଡ଼ିଓରେ ଯେପରି ଭାବେ ଲିସା ଓ ଜେକଲୀନ୍ ପରସ୍ପର ସହ ମସ୍ତି କରୁଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ତାଙ୍କ ସମ୍ପର୍କ ବହୁତ ଭଲ ଅଟେ ଏବଂ ଦୁହେଁ ପରସ୍ପରଙ୍କ ବହୁତ ଭଲ ବନ୍ଧୁତା ରହିଛି । ଫ୍ୟାନ୍ସ ମାନଙ୍କୁ ତାଙ୍କ ମସ୍ତି ଦେଖି ବହୁତ ଭଲ ଲାଗୁଛି ।

newstrend

ଜଣାଇଦେଉଛୁ ଯେ ଜେକଲୀନ୍ ଓ ଲିସା ଚଳଚ୍ଚିତ୍ର ‘ହାଉସଫୁଲ ୩’ରେ ଏକାଠି କାମ କରିଥିଲେ । ତାଙ୍କ କ୍ୟାରିୟର ବିଷୟରେ ଆଲୋଚନା କରିବା ତେବେ ଜେକଲୀନ୍ ଚଳଚ୍ଚିତ୍ର ‘ଅଲ୍ଲାଦିନ’ରୁ ବଲିଉଡ଼ରେ ପାଦ ରଖିଥିଲେ । ଯଦିଓ ତାଙ୍କୁ ସଲମାନଙ୍କ ‘କିକ୍’ ଚଳଚ୍ଚିତ୍ରରୁ ପରିଚୟ ମିଳିଥିଲା । ଏହା ବ୍ୟତୀତ ଚଳଚ୍ଚିତ୍ର ‘ମର୍ଡର ୨’ ଓ ‘ହାଉସଫୁଲ-୨’ରେ ମଧ୍ୟ ଜେକଲିନଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା । ଯଦିଓ ଜେକଲୀନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଟପ୍ ବା ଉଚ୍ଚ ସ୍ତରୀୟ ଅଭିନେତ୍ରୀ ଭାବେ ପରିଚିତ ନୁହଁନ୍ତି । ଗତ ମାସରେ ଜେକଲୀନ୍ ବିଗ୍ ବସ୍ ପୂର୍ବତନ ପ୍ରତିଯୋଗୀ ଆସିମ୍ ରିୟାଜଙ୍କ ସହିତ ନଜର ଆସିଥିଲେ । ଏହି ଗୀତରୁ ସେ ଖୁବ୍ ଚର୍ଚ୍ଚିତ ହୋଇଥିଲେ ।

ଅନ୍ୟପକ୍ଷରେ ଲିସା ମଧ୍ୟ ବଲିଉଡ଼ର ଜଣେ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି ଏବଂ ସହ ଅଭିନେତ୍ରୀ ଭାବେ ପରିଚିତ । ଲିସା ଅଭିନେତ୍ରୀ ସୋନମ୍ କପୂରଙ୍କ ସହିତ ଚଳଚ୍ଚିତ୍ର ‘ଆଏଶା’ରେ ନଜର ଆସିଥିଲେ କିନ୍ତୁ ଏହି ଚଳଚ୍ଚିତ୍ର ବେଶୀ କିଛି ବିଶେଷ କରି ପାରିଲା ନାହିଁ । ଯଦିଓ ଲିସାଙ୍କୁ ଚଳଚ୍ଚିତ୍ର “କୁଇନ୍” ରେ ବିଜୟଲକ୍ଷ୍ମୀଙ୍କ ଭୂମିକା ପାଇଁ ବହୁତ ପ୍ରଶଂସା ମିଳିଥିଲା । ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ସହିତ ତାଙ୍କର ବନ୍ଧୁତା ଫ୍ୟାନ୍ସ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହା ବ୍ୟତୀତ ଲିସା ଫିଲ୍ମ ‘ଏ ଦିଲ୍ ହେ ମୁଶ୍କିଲ’ରେ ମଧ୍ୟ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *