ଧୋନି-କୋହଲି ନୁହେଁ ବରଂ ଏହି ବ୍ୟାଟ୍ସ ମ୍ୟାନ ଅଟନ୍ତି ସ୍ଵପ୍ନା ଚୌଧୁରୀଙ୍କ ପ୍ରଥମ ପସନ୍ଦ । ସୁଯୋଗ ମିଳିଲେ କରିବାକୁ ଚାହଁନ୍ତି ଡେଟ୍ !

ଧୋନି-କୋହଲି ନୁହେଁ ବରଂ ଏହି ବ୍ୟାଟ୍ସ ମ୍ୟାନ ଅଟନ୍ତି ସ୍ଵପ୍ନା ଚୌଧୁରୀଙ୍କ ପ୍ରଥମ ପସନ୍ଦ । ସୁଯୋଗ ମିଳିଲେ କରିବାକୁ ଚାହଁନ୍ତି ଡେଟ୍ !

ସ୍ଵପ୍ନା ଚୌଧୁରୀ ହରିୟାଣାର ଚର୍ଚ୍ଚିତ ଗାୟିକା ଓ ନର୍ତ୍ତକୀ ଅଟନ୍ତି । ତାଙ୍କ ଫ୍ୟାନ୍ନ ଫୋଲୋଇଂ କୌଣସି ସୁପରଷ୍ଟାର ଠାରୁ କମ୍ ନୁହେଁ । ପ୍ରଥମେ ଅଧିକାଂଶ ହରିୟାଣାର ଲୋକମାନେ ହିଁ ତାଙ୍କୁ ଚିନ୍ହି ପାରୁଥିଲେ । କିନ୍ତୁ “ବିଗ୍ ବୋସ୍”କୁ ଆସିବା ପରେ ତାଙ୍କର ଫ୍ୟାନ୍ ଫୋଲୋଇଂ ବହୁତ ବଢିବାକୁ ଲାଗିଲା । “ବିଗ୍ ବୋସ୍”କୁ ଆସିବା ପରେ ସ୍ଵପ୍ନାଙ୍କ ପ୍ରସିଦ୍ଧି ବଢ଼ିବାକୁ ଲାଗିଲା । ବର୍ତ୍ତମାନ ତାଙ୍କର ଗଣନା ସୁପରଷ୍ଟାର ମାନଙ୍କ ସହ କରାଯାଏ । ସ୍ଵପ୍ନା ବଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ନଜର ଆସି ସାରିଛନ୍ତି । ବଲିଉଡ଼ ଅଭିନେତ୍ରୀ ମାନେ ପ୍ରତିଦିନ ନିଜ ପ୍ରିୟ ଖେଳାଳୀ ମାନଙ୍କ ବିଷୟରେ ଖୁଲାସା କରନ୍ତି । ଏହି ସୂଚୀରେ ବର୍ତ୍ତମାନ ସ୍ଵପ୍ନା ଚୌଧୁରୀଙ୍କ ନାମ ମଧ୍ୟ ସାମିଲ ହୋଇଯାଇଛି । ନିକଟରେ ସ୍ଵପ୍ନା ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ କହିଛନ୍ତି । ସ୍ଵପ୍ନା କହିଛନ୍ତି ଯେ ଭାରତୀୟ ଦଳର ଏକ ବିବାହିତ କ୍ରିକେଟର ତାଙ୍କୁ ଖୁବ୍ ପସନ୍ଦ କରନ୍ତି ଏବଂ ସୁଯୋଗ ମିଳିଲେ ସେ ତାଙ୍କ ସହ ଡେଟକୁ ଯିବା ପାଇଁ ଚାହଁନ୍ତି ।

ସ୍ଵପ୍ନାଙ୍କୁ ପସନ୍ଦ ଆସନ୍ତି ଏହି ଭାରତୀୟ ବ୍ୟାଟ୍ସ ମ୍ୟାନ

newstrend

ନିକଟରେ ସ୍ଵପ୍ନା ଏକ ଇଣ୍ଟରଭ୍ୟୁ ଦେଇଥିଲେ । ଇଣ୍ଟରଭ୍ୟୁରେ ତାଙ୍କୁ ପଚାରଗଲା ଯେ ତାଙ୍କର ପ୍ରିୟ ଖେଳାଳୀ କିଏ । ଏହାର ଉତ୍ତରରେ ସ୍ଵପ୍ନା କହିଲେ ଯେ ମୋତେ କ୍ରିକେଟରେ ସେତେ ବେଶୀ ରୁଚି ନାହିଁ କିନ୍ତୁ ଯେତେବେଳେ ଜଣେ କ୍ରିକେଟର ପଡ଼ିଆକୁ ଆସନ୍ତି ସେତେବେଳେ ମୁଁ କ୍ରିକେଟ ଦେଖିବା ଭୁଲେ ନାହିଁ । ବାସ୍ତବରେ, ସ୍ଵପ୍ନାଙ୍କୁ ଛୋଟ ବେଳରୁ ବିରୁ ଅର୍ଥାତ ବିରେନ୍ଦ୍ର ସହବାଗ ବହୁତ ପସନ୍ଦ ଥିଲେ । କେବଳ ଛୋଟ ବେଳରେ ନୁହେଁ ସ୍ଵପ୍ନାଙ୍କୁ ଆଜି ମଧ୍ୟ ବିରେନ୍ଦ୍ର ସେହବାଗ ବହୁତ ପସନ୍ଦ ଆସନ୍ତି । ଯେବେମଧ୍ୟ ବିରୁ ଟିଭିକୁ ଆସନ୍ତି ସ୍ଵପ୍ନା ତାଙ୍କୁ ଦେଖିବାକୁ ଭୁଲନ୍ତି ନାହିଁ । ଏହା ବ୍ୟତୀତ, ସ୍ଵପ୍ନାଙ୍କୁ ବିରୁଙ୍କ କମେଣ୍ଟ୍ରି ମଧ୍ୟ ଖୁବ୍ ପସନ୍ଦ ଆସେ । ତାଙ୍କୁ ତାଙ୍କର ସେନ୍ସ ଅଫ ହ୍ୟୁମର ବହୁତ ପସନ୍ଦ ଆସେ । ବିରୁଙ୍କ ସେନ୍ସ ଅଫ ହ୍ୟୁମରଙ୍କୁ ସମସ୍ତେ ପସନ୍ଦ କରନ୍ତି । ସ୍ଵପ୍ନା କହିଛନ୍ତି ଯେ ତାଙ୍କୁ ବିରେନ୍ଦ୍ର ସହବାଗଙ୍କ ବ୍ୟାଟିଂ ବହୁତ ପସନ୍ଦ ଆସେ ।

ଖୁବ କମ୍ ବୟସରେ ନେଇଥିଲେ ପରିବାର ଦାୟିତ୍ୱ

newstrend

ଜଣାଇଦେଉଛୁ ଯେ ସ୍ଵପ୍ନାଙ୍କ ଜନ୍ମ ହରିୟାଣାର ରୋହତକ ଗାଁରେ ୨୫ ସେପ୍ଟେମ୍ବର ୧୯୯୦ ମସିହାରେ ହୋଇଥିଲା । ସ୍ଵପ୍ନା ଯେଉଁ ସଫଳତା ହାସଲ କରିଛନ୍ତି ଏହାକୁ ପାଇବା ପାଇଁ ସେ ଖୁବ୍ କଠିନ ପରିଶ୍ରମ କରିଛନ୍ତି । ସ୍ଵପ୍ନା ଖୁବ୍ କମ୍ ବୟସରେ ସଫଳତା ହାସଲ କରିଛନ୍ତି । ତାଙ୍କ ପିତାଙ୍କ ଦେହାନ୍ତ ପରେ ସ୍ଵପ୍ନା ନିଜ କାନ୍ଧରେ ପରିବାରର ଦାୟିତ୍ବ ବହନ କଲେ । ନିଜ ବଳରେ ସେ ନିଜ ଓ ନିଜ ପରିବାରର ପେଟ ପୋଷିଲେ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ତାଙ୍କ ପିତାଙ୍କ ଦେହାନ୍ତ ସେହି ସମୟରେ ହୋଇଥିଲା ଯେତେବେଳେ ସ୍ଵପ୍ନା କେବଳ ୧୦ ବର୍ଷର ଥିଲେ ।

ଛୋଟ ବେଳରୁ ନାଚିବା ଓ ଗାଇବାରେ ଥିଲା ରୁଚି

newstrend

ସ୍ଵପ୍ନାଙ୍କୁ ଛୋଟ ବେଳରୁ ଗୀତ ଗାଇବା ଓ ନୃତ୍ୟ ପରିବେଷଣ କରିବା ରୁଚି ଥିଲା । ବଡ଼ ହୋଇ ସେ ତାଙ୍କର ଏହି ରୁଚିକୁ ନିଜ ଜୀବିକାରେ ପରିଣତ କଲେ । ବିଗ୍ ବୋସ୍ ପରେ ସ୍ଵପ୍ନାଙ୍କୁ ଚଳଚ୍ଚିତ୍ରର ଅଫର ଆସିବା ଆରମ୍ଭ ହୋଇଗଲା । ସେ କିଛି ଚଳଚ୍ଚିତ୍ରରେ ଆଇଟମ୍ ସଙ୍ଗ ମଧ୍ୟ କରିଛନ୍ତି । ଆଜି ସ୍ଵପ୍ନାଙ୍କୁ ଛୋଟ ବଡ଼ ସମସ୍ତେ ଜାଣନ୍ତି ଏବଂ ତାଙ୍କ ନୃତ୍ୟ ଦେଖିବା ପାଇଁ ଦୂର ଦୂରରୁ ଲୋକମାନେ ଆସନ୍ତି । ଟଙ୍କା ଓ ସମ୍ପତ୍ତି ଅର୍ଜନ କରିବା ପରେ ସ୍ଵପ୍ନା ନିଜ ନୃତ୍ୟ ପରିବେଷଣ କରିବା ଛାଡ଼ିଲେ ନାହିଁ । ସେ ଆଜି ମଧ୍ୟ ଅନ୍ୟ ଜାଗାକୁ ଯାଇ ଷ୍ଟେଜ୍ ଶୋ କରନ୍ତି । ସେ ନିଜ ଜୀବନରେ ଯେତେ ସଂଘର୍ଷ କରିଛନ୍ତି ଏହା ପରେ ଏପରି ସଫଳତା ମିଳିବା ତାଙ୍କ ଅଧିକାର ଅଟେ ।

Leave a Reply

Your email address will not be published. Required fields are marked *