ଘରର ମନ୍ଦିରରେ ଏହି ଚାରି ମୂର୍ତ୍ତି ରଖନ୍ତୁ ନାହିଁ ! ନଚେତ୍ ଦରିଦ୍ରତା ପିଛା ଛାଡି ନଥାଏ ।

ହିନ୍ଦୁ ଧର୍ମ ଓ ପରମ୍ପରା ଅନୁସାରେ ଭଗବାନଙ୍କ କୃପା ପାଇବା ପାଇଁ ଲୋକେ ନିଜ ନିଜ ଘରର ମନ୍ଦିରରେ ଦେବାଦେବୀଙ୍କ ମୂର୍ତ୍ତି ରଖିଥାନ୍ତି । ମାନ୍ୟତା ରହିଛି, ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫୋଟ ରଖିଲେ ସମସ୍ୟାରୁ ମୁକ୍ତି ମିଳିଥାଏ । ମନ୍ଦିରରେ ପୂଜାର୍ଚ୍ଚନା କଲେ ଘରର ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଭଗବାନଙ୍କ କିଛି ସ୍ୱରୂପ ରହିଛି; ଯାହାକୁ ଘରେ ରଖିଲେ ଶୁଭ ପ୍ରତିବଦଳରେ ଅଶୁଭ ଲାଗି ରହିଥାଏ ।

ଭୈରବ ଦେବ :

Google

ଭୈରବ ଦେବଙ୍କୁ ଶିବଙ୍କ ଅବତାର ବୋଲି ମାନ୍ୟତା ରହିଛି । ଘରେ ଛୋଟ ଶିବଲିଙ୍ଗ ରଖି ପାରିବେ କିନ୍ତୁ ଶିବଙ୍କ ଅବତାର ଭୈରବଙ୍କ ପ୍ରତିମା ରଖିବା ଉଚିତ ନୁହେଁ । ଭୈରବଦେବ ତନ୍ତ୍ରର ଦେବତା ଅଟନ୍ତି ଏବଂ ଭୈରବଙ୍କୁ ଘରେ ନୁହେଁ ବରଂ ଘର ବାହାରେ ପୂଜା କରାଯାଇଥାଏ ।

ନଟରାଜ :

Google

ନଟରାଜ ଭଗବାନ ଶିବଙ୍କ ରୌଦ୍ର ରୂପ ଅଟନ୍ତି । ଶିବ ତାଣ୍ଡବ ନୃତ୍ୟ କରିବା ସମୟରେ ନଟରାଜ ସ୍ୱରୂପ ରୂପ ଧାରଣ କରିଥାନ୍ତି । ଏହି ମୂର୍ତ୍ତି ଘରେ ରଖିବା ଫଳରେ ଘରେ ଅଶାନ୍ତି ବୃଦ୍ଧି ହୋଇଥାଏ । ନଟରାଜ ମୂର୍ତ୍ତି ଘରେ ରଖିବା ଫଳରେ ପରିବାରର ସଦସ୍ୟଙ୍କ ସ୍ଵଭାବ କ୍ରୋଧି ହୋଇଥାଏ ।:

ଶନିଦେବ :

Google

ଶାସ୍ତ୍ର ଅନୁସାରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି କିନ୍ତୁ ଶନିଦେବ ଏକ କ୍ରୁର ଦେବତା ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଶନିଦେବ ସୂର୍ଯ୍ୟଙ୍କ ପୁତ୍ର ଅଟନ୍ତି । ଶନିଙ୍କ ପ୍ରତିମା ଘରେ ରଖି ପୂଜା କଲେ ଅଶୁଭ ହୋଇଥାଏ । ଶନିଙ୍କ ପୂଜା ଘରେ ନୁହେଁ ବରଂ ଘର ବାହାରେ କରାଯାଇଥାଏ ।

ରାହୁ ଓ କେତୁ :

Google

ରାହୁ ଓ କେତୁ ଛାୟା ଗ୍ରହ ଅଟନ୍ତି ଏବଂ ଶାସ୍ତ୍ରରେ ଏହି ଗ୍ରହ ଦୁହିଁଙ୍କୁ ପାପର ଦେବତା ବୋଲି ଦର୍ଶା ଯାଇଛି । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଏହି ଦୁଇଟି ଗ୍ରହର ପୂଜା କଲେ ବଡ଼ ବଡ଼ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ଏହି ଦୁଇଟି ଗ୍ରହର ପୂଜା ଘରେ କରାଯାଇନଥାଏ । ଏହି ଦୁଇଟି ଗ୍ରହର ପୂଜା ବାହାରେ କୌଣସି ମନ୍ଦିରରେ କରାଯାଇଥାଏ । ଏହି ଦୁଇଟି ଗ୍ରହର ମୂର୍ତ୍ତି ଘରେ ରଖିଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ।

Be the first to comment

Leave a Reply

Your email address will not be published.


*