ଜୟ ଭାରତ… ISRO ଭଗବଦ୍ ଗୀତା ସମେତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟ ମହାକାଶ ପଠାଇଛି !

ଜୟ ଭାରତ… ISRO ଭଗବଦ୍ ଗୀତା ସମେତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟ ମହାକାଶ ପଠାଇଛି !

ଆଜି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଶ୍ରୀହାରିକୋଟା ଠାରୁ ପିଏସଏଲଭି-ସି୫୧ ମାଧ୍ୟମରେ ମହାକାଶକୁ ୧୯ଟି ଉପଗ୍ରହ ପଠାଇଛି । ଯେଉଁଥିରେ ବ୍ରାଜିଲର ମଧ୍ୟ ଏକ ଉପଗ୍ରହ ଅଛି । ଯାହାର ନାମ ଆମାଜୋନିଆ-୧ । ଏହା ବ୍ୟତୀତ ଇସ୍ରୋ ପିଏସଏଲଭି-ସି୫୧ ରକେଟ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ଭଗବତ ଗୀତା ମହାକାଶକୁ ପଠାଇଛି । ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏବଂ ଭଗବତ ଗୀତା ଇସ୍ରୋ ଦ୍ୱାରା ମହାକାଶକୁ କାହିଁକି ପଠାଯାଇଛି ?

ବାସ୍ତବରେ ସତୀଶ ଧାୱନ ସାଟେଲାଇଟର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ଖୋଦିତ କରାଯାଇଛି ଏବଂ ‘ଆତ୍ମନିର୍ଭରଶୀଳ ମିଶନ’ ଶବ୍ଦ ଲେଖାଯାଇଛି । ଏହି ଉପଗ୍ରହକୁ ଇସ୍ରୋ ପାଇଁ ସ୍ପେସ କିଡ୍ସ ଇଣ୍ଡିଆ ଦ୍ୱାରା ବିକଶିତ କରାଯାଇଛି ଏବଂ ସ୍ପେସ କିଡ୍ସ ଇଣ୍ଡିଆ ଏହି ଉପଗ୍ରହ ମାଧ୍ୟମରେ ମହାକାଶରେ ବିକିରଣ ଉପରେ ଗବେଷଣା କରିବ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ପଦକ୍ଷେପ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏହି ଉପଗ୍ରହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ଖୋଦିତ ହୋଇଛି ।

ତେବେ ଭଗବତ ଗୀତା ମଧ୍ୟ ଏହି ଉପଗ୍ରହ ସହିତ ମହାକାଶକୁ ପଠାଯାଇଛି । ଭଗବତ ଗୀତାକୁ ମହାକାଶକୁ ନେବାର ପରାମର୍ଶ ସ୍ପେସ କିଡ୍ସ ଇଣ୍ଡିଆର ସିଇଓ ଡ଼॰ ଶ୍ରୀମତୀ କେସନ ଦେଇଛନ୍ତି । ସେ ତାଙ୍କ ଏହି ପଦକ୍ଷେପ ପଛର କାରଣ ବର୍ଣ୍ଣନା କରି କହିଛନ୍ତି ଯେ ବିଶ୍ଵର ଅନ୍ୟ ମହାକାଶ ମିଶନଗୁଡିକ ପବିତ୍ର ପୁସ୍ତକ ଯେପରି; ବାଇବେଲ ମହାକାଶକୁ ପଠାଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ଭାରତ କାହିଁକି ପଛରେ ରହିବ ! ତେଣୁ ଆମେ ମଧ୍ୟ ଭଗବତ ଗୀତାକୁ ମହାକାଶକୁ ନେବାକୁ ଚିନ୍ତା କରିଛୁ ।

ଆପଣଙ୍କୁ କହିରଖୁଛୁ ଯେ, ଭାରତର ଏହା ୨୦୨୧ ମସିହାର ପ୍ରଥମ ମହାକାଶ ମିଶନ । ଯାହା ସଫଳ ହୋଇଛି ଏବଂ ଏହି ମିଶନ ଅଧୀନରେ ୬୩୭ କିଲୋଗ୍ରାମ ଓଜନ ବିଶିଷ୍ଟ ଆମାଜୋନିଆ-୧ ମଧ୍ୟ ମହାକାଶକୁ ପଠାଯାଇଛି । ଯାହା ବ୍ରାଜିଲର ପ୍ରଥମ ଉପଗ୍ରହ, ଯାହାକି ଭାରତରୁ ଉତକ୍ଷେପଣ କରାଯାଇଛି । ଆମାଜୋନିଆ-୧ ସାହାଯ୍ୟରେ ଆମାଜନ ଅଞ୍ଚଳର ଜଙ୍ଗଲ ଉପରେ ନଜର ରଖାଯାଇପାରିବ ।

Leave a Reply

Your email address will not be published. Required fields are marked *