କଣ ଆଗାମୀ ଫିଲ୍ମରେ ବିକାଶ ଦୁବେଙ୍କ ଭୂମିକା ତୁଲାଇବାକୁ ଯାଉଛନ୍ତି ମନୋଜ ବାଜପେୟୀ ? ଅଭିନେତା କହିଲେ ସତ୍ୟତା…

କଣ ଆଗାମୀ ଫିଲ୍ମରେ ବିକାଶ ଦୁବେଙ୍କ ଭୂମିକା ତୁଲାଇବାକୁ ଯାଉଛନ୍ତି ମନୋଜ ବାଜପେୟୀ ? ଅଭିନେତା କହିଲେ ସତ୍ୟତା…

କାନପୁର ବିକରୂର ସୀଓ ସମେତ ୮ ଜଣ ପୋଲିସ୍ କର୍ମଚାରୀଙ୍କ ହତ୍ୟା କରିଥିବା ଗେଙ୍ଗଷ୍ଟାର ବିକାଶ ଦୁବେ ଶୁକ୍ରବାର ସକାଳେ ପୋଲିସ୍ ଏନକାଉଣ୍ଟରରେ ନିହତ ହୋଇଛି । ଉତ୍ତରପ୍ରଦେଶ ଏସଟୀଏଫର ଟିମ୍ ବିକାଶ ଦୁବେକୁ ଉଜ୍ଜେନରୁ ଗିରଫ କରି କାନପୁର ନେଉଥିଲେ । ସହର ଠାରୁ ୧୭ କିଲୋମିଟର ପୂର୍ବ ସଚେଣ୍ଡି ଥାନା କ୍ଷେତ୍ରର ୬.୩୦ ସମୟରେ ଏକ ଗାଡ଼ି ଓଲଟି ଯାଇଥିଲା । ଏହି ସୁଯୋଗର ଫାଇଦା ଉଠାଇ ସୁରକ୍ଷାକର୍ମୀଙ୍କ ପିଷ୍ଟଲ ଛଡ଼ାଇ ନେଇଥିଲା ଏବଂ ପୋଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏବଂ ପୋଲିସ୍ ପ୍ରତିଉତ୍ତରରେ ବିକାଶ ଦୁବେ ଉପରକୁ ଗୁଳି ଚଳାଇଥିଲା ଏବଂ ଘଟଣା ସ୍ଥଳରେ ତାହାର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଏହି ଘଟଣାକୁ ନେଇ ବଲିଉଡ଼ରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି ଏବଂ ଏହି ଖବର ଆସୁଛି ଯେ ମନୋଜ ବାଜପେୟୀ ଗେଙ୍ଗଷ୍ଟାର ବିକାଶ ଦୁବେ ଭୂମିକାରେ ନିଜର ଆଗାମୀ ଫିଲ୍ମରେ ଅଭିନୟ କରିପାରନ୍ତି । ଆଜି ଆପଣଙ୍କୁ ଏହି କଥାର ସତ୍ୟତା ବିଷୟରେ କହିବୁ ।

newstrend

କଣ ସତରେ ବିକାଶ ଦୁବେର ଭୂମିକାରେ ଅଭିନୟ କରିବେ ମନୋଜ ବାଜପେୟୀ :-

କାନପୁର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବିକାଶ ଦୁବେଙ୍କ ଏନକାଉଣ୍ଟରର ଖବର ଦେଶରେ ହଲଚଲ ସୃଷ୍ଟି କରିଛି । ଏହାସହିତ ଏହି ଘଟଣା ଉପରେ ବଲିଉଡ଼ରୁ ମଧ୍ୟ ପ୍ରତିକ୍ରିୟା ଆସିବାରେ ଲାଗିଛି । ବଲିଉଡ଼ରୁ ଏହି ଖବର ମଧ୍ୟ ସମ୍ନାକୁ ଆସିଛି ଯେ ଏହି ଘଟଣା ଉପରେ ଖୁବଶୀଘ୍ର କୌଣସି ଫିଲ୍ମ କିମ୍ବା ୱେବ୍ ସିରିଜ୍ ନିର୍ମିତ ହୋଇପାରେ । କେବଳ ଏତିକି ନୁହେଁ କିଛି ଦିନ ପରେ ଫିଲ୍ମ ନିର୍ମାତା ସନ୍ଦୀପ କପୂର ମନୋଜ ବାଜପେୟୀଙ୍କୁ ଏହି ସମ୍ପୂର୍ଣ୍ଣ ମାମଲା ଉପରେ ଏକ ଫିଲ୍ମ ମଧ୍ୟ ବନାଇବା କଥା ମଧ୍ୟ କହିଛନ୍ତି ।

newstrend

ଫିଲ୍ମ ନିର୍ମାତା ସନ୍ଦୀପ ଟ୍ଵିଟ୍ କରିଥିଲେ ଯେ, ‘ ଯାହା ମଧ୍ୟ ଆଜି ଏନକାଉଣ୍ଟରରେ ହୋଇଛି ତାହା କୌଣସି ସିନେମା ଠାରୁ କମ୍ ନୁହେଁ । ମନୋଜ ବାଜପେୟୀ କିପରି ରହିବ ଯଦି ଆପଣ ନିଜର ଆଗାମୀ ଫିଲ୍ମରେ ବିକାଶ ଦୁବେର ଭୂମିକାରେ କାମ କରନ୍ତି । ଆପଣ ଏହି ଫିଲ୍ମରେ କମାଲ କରିଦେବେ । ‘ ଏହି ଟ୍ଵିଟ୍ ସମ୍ନାକୁ ଆସିବା ମାତ୍ରେ ହିଁ ମିଡିଆରେ ଖବର ଆସିବାରେ ଲାଗିଛି ଯେ ଏହି ବିଷୟରେ ଫିଲ୍ମ ବନାଇବାକୁ ସମସ୍ତେ ଭାବିଛନ୍ତି । ମାତ୍ର ପ୍ରଡ୍ୟୁସର କିଛି ସମୟ ପରେ ନିଜର ଟ୍ଵିଟକୁ ଡିଲିଟ୍ କରିଦେଇଥିଲେ ।

newstrend

ବିକାଶ ଦୁବେର ଏନକାଉଣ୍ଟରର ସମ୍ପୂର୍ଣ୍ଣ କାହାଣୀ କୌଣସି ଫିଲ୍ମ କାହାଣୀ ଠାରୁ କମ୍ ନୁହେଁ । ଲୋକମାନେ ଟ୍ଵିଟ୍ ଦେଖି ଏହି ଘଟଣା ଉପରେ ମନୋଜ ବାଜପେୟୀ ଫିଲ୍ମ ବନାଇବାକୁ ଯାଉଥିବାର ଅନୁମାନ ଲଗାଇଛନ୍ତି । ଏହି କାରଣରୁ ମନୋଜ ବାଜପେୟୀ ମୁଁହ ଖୋଲିଛନ୍ତି ଏବଂ ଏହା ମିଛ ଖବର ବୋଲି କହିଛନ୍ତି । ଏପରି କିଛି ମଧ୍ୟ ହେବାର ନାହିଁ । ମନୋଜ ବାଜପେୟୀ ‘ ଗେଂଗ୍ସ ଅଫ ବାସେପୁର ‘ ଭଳି ଫିଲ୍ମରେ ଗେଙ୍ଗଷ୍ଟାରର ଭୂମିକାରେ ରହି ସାରିଛନ୍ତି ଏବଂ ତାଙ୍କର ଏହି ଅଭିନୟକୁ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି ।

ଜୁଲାଇ ୨ ରାତିରେ ବିକାଶ ଦୁବେକୁ ଧରିବା ପାଇଁ ପୋଲିସ୍ ଟିମ୍ ତାହା ଘରେ ପହଞ୍ଚିଥିଲା । ସେଠାରେ ବିକାଶ ଏବଂ ତାହାର ଗୁଣ୍ଡା ମାନଙ୍କୁ ଏହି କଥାର ସନ୍ଧାନ ମିଳିସାରିଥିଲା । ତେଣୁ ସେ ପୋଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲା । ଯେଉଁ କାରଣରୁ ୮ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ଘଟଣା ପରଠାରୁ ହିଁ ବିକାଶ ଫେରାର ହୋଇଯାଇଥିଲା ।

newstrend

ବିକାଶ ଦୁବେ ସହିତ କାମ କରୁଥିବା ତାହାର ସହକର୍ମୀ ପ୍ରଭାତ ମିଶ୍ରା ଏବଂ ଅମର ଦୁବେ ମଧ୍ୟ ପୋଲିସ୍ ଏନକାଉଣ୍ଟରରେ ନିହତ ହୋଇଥିଲେ । ଜୁଲାଇ ୯ରେ ହିଁ ଉଜ୍ଜେନର ମହାକାଳ ମନ୍ଦୀର ବାହାରେ ପୋଲିସ୍ ବିକାଶକୁ ଧରିଥିଲା । ଗିରଫ କରିବା ପରେ ୨ ଘଣ୍ଟାରୁ ଅଧିକ ବିକାଶ ଦୁବେକୁ ପଚରା ଉଚୁରା କରାଯାଇଥିଲା । ଏହାପରେ କାନପୁର ଏବଂ ଏସଟୀଏଫର ଟିମ୍ ବିକାଶ ଦୁବେକୁ କାନପୁର ନେଉଥିଲେ । ଯେତେବେଳେ ରାସ୍ତାରେ ଗାଡ଼ି ଓଲଟି ଯାଇଥିଲା ଏବଂ ସଂଘର୍ଷରେ ବିକାଶ ଦୁବେର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *