ବାପା ହେବାକୁ ଯାଉଛନ୍ତିକି ବିରାଟ୍ ? ଅନୁଷ୍କା ଶର୍ମାଙ୍କ ବେବି ଵଂପ୍ ଫୋଟୋ ହେଉଛି ଭାଇରାଲ୍, ଜାଣନ୍ତୁ ସତ୍ୟତା

ବାପା ହେବାକୁ ଯାଉଛନ୍ତିକି ବିରାଟ୍ ? ଅନୁଷ୍କା ଶର୍ମାଙ୍କ ବେବି ଵଂପ୍ ଫୋଟୋ ହେଉଛି ଭାଇରାଲ୍, ଜାଣନ୍ତୁ ସତ୍ୟତା

ଅନୁଷ୍କା ଶର୍ମାଙ୍କ ପୂର୍ବରୁ ମଧ୍ୟ ଗର୍ଭବତୀ ଥିବା ଗୁଜବ ଖବର ଶୁଣିବାକୁ ମିଳିଥିଲା, ବର୍ତ୍ତମାନ ଯେଉଁ ଫୋଟୋ ସାମ୍ନାକୁ ଆସିଛି ଜାଣନ୍ତୁ ତାହାର ସତ୍ୟତା ।

ଆମ ଦେଶରେ ବିବାହ କୌଣସି ସାଧାରଣ ଲୋକଙ୍କ ହେଉ କିମ୍ବା କୌଣସି ସେଲିବ୍ରିଟିଙ୍କ ହେଉ, ଲୋକମାନଙ୍କ ଗୋଟିଏ ହିଁ ପ୍ରଶ୍ନ ରହିଥାଏ ଏବଂ ତାହା ହେଉଛି ଖୁସିଖବର କେବେ ମିଳିବ । ବଲିଉଡର ଅନେକ କଳାକାର ବିବାହର ବନ୍ଧନରେ ବାନ୍ଧି ହୋଇସାରିଛନ୍ତି, କିନ୍ତୁ ପ୍ରଶଂସକ ମାନେ ଅନ୍ୟ ଏକ ଖୁସିଖବରର ଅପେକ୍ଷା କରିଛନ୍ତି ।ପ୍ରଶଂସକ ମାନଙ୍କ ସେଲିବ୍ରେଟିଙ୍କ ଅଭିଭାବକ ହେବା ତାଲିକାରେ ଅନୁଷ୍କା ଶର୍ମା ଏବଂ ବିରାଟ୍ କୋହଲୀଙ୍କ ନାମ ସବୁଠାରୁ ଉପରେ ରହିଛି । କହିରଖୁଛୁ ଯେ, ଅନୁଷ୍କା ଏବଂ ବିରାଟ ୧୧ ଡିସେମ୍ବର ୨୦୧୭ ରେ ବିବାହ କରିଥିଲେ । ଏହା ପରଠାରୁ ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଯେ, ଦୁହେଁ କେବେ ଅଭିଭାବକ ହେବେ । ବର୍ତ୍ତମାନ ଅନୁଷ୍କାଙ୍କ ଏକ ବେବି ଵଂପ୍ ଫୋଟୋ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି । ଜାଣନ୍ତୁ ଏହି ଖବରର ସତ୍ୟତା କଣ ଅଟେ ଏବଂ ଏହି ଫୋଟୋର ଅସଲ କାହାଣୀ ।

Google

ଭାଇରାଲ ହେଉଛି ଅନୁଷ୍କା-ବିରାଟଙ୍କ ଏହି ଫୋଟୋ

କହିରଖୁଛୁ ଯେ, ଅନୁଷ୍କା ଏବଂ ବିରାଟଙ୍କ ବିବାହକୁ ୨ ବର୍ଷରୁ ଅଧିକ ସମୟ ହୋଇସାରିଛି, ଏମିତିରେ ପ୍ରଶଂସକମାନେ ଅନୁଷ୍କାଙ୍କ ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଲୋକଙ୍କ ଉତ୍ସୁକତାର କାରଣ ଏହିକିଯେ, ତାଙ୍କ ବିବାହର କିଛି ମାସ ପରେ ହିଁ ଲୋକମାନେ ଅନୁଷ୍କାଙ୍କ ଗର୍ଭଧାରଣ ବିଷୟରେ କଥାବାର୍ତ୍ତା ଆରମ୍ଭ କରିବାକୁ ଲାଗିଥିଲେ । ସେହି ସମୟରେ ଅନୁଷ୍କା ସ୍ପଷ୍ଟ ଭାବେ ସେହି ଖବରକୁ ଅସ୍ୱୀକାର କରିଦେଇଥିଲେ । ବିଗତ କିଛି ଦିନ ହେବ ପୁଣି ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି ।

Google

ବାସ୍ତବରେ ଅନୁଷ୍କା ବହୁତ ସମୟ ଧରି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି । ଏହିପରି ପରିସ୍ଥିତିରେ ଦର୍ଶକମାନେ ଅନୁମାନ କରୁଛନ୍ତି ଯେ, ବୋଧହୁଏ ଅନୁଷ୍କା ମାଁ ହେବାକୁ ଯାଉଛନ୍ତି ଏବଂ ଏହି କାରଣରୁ ଚଳଚ୍ଚିତ୍ରଠାରୁ ଦୂରେଇ ରହିଛନ୍ତି । ଏତିକି ନୁହେଁ, ସେମାନେ ଅନୁଷ୍କାଙ୍କ ବେବି ଵଂପ ଫୋଟୋ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ବିରାଟ୍ ଅନୁଷ୍କାଙ୍କୁ ପଛରୁ ଧରିଛନ୍ତି । ଏହି ଫୋଟୋକୁ ମାତ୍ରାଧିକ ଭାଇରାଲ କରାଯାଉଛି । ଆପଣଙ୍କୁ କହିରଖୁଛୁ କି, ଏହି ଫୋଟୋଟି ସତ ନୁହେଁ ଏବଂ ଏହାକୁ ଏଡିଟ୍ କରାଯାଇଛି ।

ଏହା ହେଉଛି ଏହି ଫୋଟୋର ଅସଲ ସତ୍ୟତା

Google

ବାସ୍ତବରେ, ଯେଉଁ ଗର୍ଭଧାରଣର ଫୋଟୋରେ ଅନୁଷ୍କା ଏବଂ ବିରାଟ ଦେଖାଯାଉଛନ୍ତି, ତାହା ସେମାନଙ୍କର ହିଁ ନୁହେଁ । ଏହି ଚିତ୍ର ଅସଲରେ ଜେନେଲିୟା ଡିସୂଜା ଏବଂ ରିତେଶ ଦେଶମୁଖଙ୍କ ଅଟେ ଯେତେବେଳେ ଜେନେଲିୟା ଗର୍ଭବତୀ ଥିଲେ । ଏହି ଫୋଟୋକୁ ଏଡିଟ୍ କରି ଏଥିରେ ବିରାଟ୍ ଏବଂ ଅନୁଷ୍କାଙ୍କ ଫୋଟୋ ଲଗାଇ ଦିଆଯାଇଛି ଏବଂ ଏହାକୁ ଭାଇରାଲ କରିଦିଆଯାଇଛି । ଅସଲରେ ଅନୁଷ୍କା ଗର୍ଭବତୀ ନୁହଁନ୍ତି ଏବଂ ସେ ବର୍ତ୍ତମାନ ତାଙ୍କ ପ୍ରଡକ୍ସନ୍ ହାଉସର ଚଳଚ୍ଚିତ୍ର ଗୁଡିକ ଲଞ୍ଚ କରୁଛନ୍ତି ।

Google

କହିରଖୁଛୁ ଯେ, ଅନୁଷ୍କା ଏବଂ ବିରାଟଙ୍କ ବିବାହର କିଛି ସମୟ ପରେ ହିଁ ଅନୁଷ୍କାଙ୍କ ଗର୍ଭଧାରଣ ଉପରେ ପ୍ରଶ୍ନ ଉଠିଥିଲା । ସେହି ସମୟରେ ଅନୁଷ୍କା ଉତ୍ତର ଦେବା ସହ କହିଥିଲେ କି, “ଏହି କଥା ଗୁଡିକ ଲୁଚିପାରିବ କି ? ଯେତେବେଳେ ଏହିପରି କିଛି ହେବ, ତେବେ ଏହା ନିଶ୍ଚୟ ଜଣା ପଡ଼ିଯିବ, ଏହିପରି କଥା ଗୁଡିକୁ ଅଣଦେଖା କରିବା ହିଁ ଠିକ ହେବ” । ଅନ୍ୟପଟେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଖୁସି ଖବରର ଅପେକ୍ଷା କରିଛନ୍ତି ।

Google

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, କେବଳ ଅନୁଷ୍କା ଶର୍ମା ହିଁ ନୁହଁନ୍ତି ବରଂ ଟପ୍ ଅଭିନେତ୍ରୀମାନେ ମଧ୍ୟ ବିବାହ ପରଠାରୁ ଗର୍ଭଧାରଣ ବିଷୟରେ ପ୍ରଶ୍ନକୁ ନେଇ ବିରକ୍ତ ହୋଇସାରିଲେଣି । ଏଥିରେ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍ ମଧ୍ୟ ସାମିଲ ଅଛନ୍ତି । ଦୁହିଁଙ୍କ ବିବାହ ପରେ ଏହି ପ୍ରଶ୍ନ ପଚରାଯାଉଥିଲା କି, ସତରେ କଣ ସେ ମା ହେବାକୁ ଯାଉଛନ୍ତି ? ଏହା ଉପରେ ଅଭିନେତ୍ରୀମାନେ ମିଡ଼ିଆ ଉପରେ ଅନେକ ଆପତ୍ତି ଉଠାଇଥିଲେ । କହିରଖୁଛୁ କି, ବିରାଟ-ଅନୁଷ୍କାଙ୍କ ବିବାହର ଗୋଟିଏ ବର୍ଷ ପରେ ହିଁ ଦୀପିକା-ରଣଭୀର ୧୪ ନଭେମ୍ବରକୁ ଓ ନିକ୍ ଏବଂ ପ୍ରିୟଙ୍କା ୧ ଡିସେମ୍ବରରେ ବିବାହ କରିଥିଲେ ।

Leave a Reply

Your email address will not be published. Required fields are marked *