ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଲଗାତାର ଚର୍ଚ୍ଚାରେ ସାଉଁଟି ରହିଥାନ୍ତି । କେବେ କେବେ ସେ ନିଜ ଫୋଟନେସ୍ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ତ ପୁଣି ବେଳେବେଳେ ନିଜ ଭିଡିଓ ହେତୁ ମିଡିଆର ହେଡଲାଇନରେ ରହିଥାନ୍ତି, ବର୍ତ୍ତମାନ ସମୟରେ ସେ ତାଙ୍କ ପିତା ଆମିର ଖାନଙ୍କ ଫିଟନେସ୍ ପ୍ରଶିକ୍ଷକଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଆପଣ ଜଣାଇରଖୁଛୁ ଯେ, ଦୀର୍ଘ ଦିନ ଧରି ଏହିପରି ଖବର ଆସୁଛି ଇରା ଖାନ ତାଙ୍କ ପିତା ଆମୀର ଖାନଙ୍କ ଫିଟନେସ୍ ପ୍ରଶିକ୍ଷକ ନୂପୁର ଶିକାରେଙ୍କ ସହିତ ସମ୍ପର୍କରେ ଅଛନ୍ତି । ଏକା ସାଥିରେ ସମୟ ଅତିବାହିତ କରିଥିବା ଅନେକ ଚିତ୍ର ଭାଇରାଲ ମଧ୍ୟ ହୋଇଛି, ଯେଉଁଥିରେ ଉଭୟଙ୍କ ଦୃଢ଼ ବନ୍ଧନ ମଧ୍ୟ ସ୍ପଷ୍ଟ ନଜର ଆସୁଛି, ତଥାପି ଉଭୟଙ୍କ ପକ୍ଷରୁ ସମ୍ପର୍କର କୌଣସି ନିଶ୍ଚିତତା କରାଯାଇ ନ ଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଇରା, ନୂପୁର ଶିକାରେଙ୍କ ସହିତ ନିଜ ସମ୍ପର୍କ ଉପରେ ମୋହର ଲଗାଇଛନ୍ତି ।
ନିକଟ ଅତୀତରେ ଆମୀର ଖାନଙ୍କ ଝିଅ ସୋସିଆଲ ମିଡିଆ ମାଧ୍ୟମରେ ନୂପୁର ଓ ନିଜ ସମ୍ପର୍କକୁ ନେଇ ସମସ୍ତ ପ୍ରକାର କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି । ଇରା ଖାନ ଏହି କଥାର ନିଶ୍ଚିତ କରିଛନ୍ତି ଯେ, ସେ ନୂପୁର ଶିକାରେଙ୍କ ସହିତ ସମ୍ପର୍କରେ ଅଛନ୍ତି । ଇରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂପୁରଙ୍କ ସହିତ ଅନେକ ଫୋଟ ସେୟାର କରିଛନ୍ତି, ଯେଉଁଥିରେ ଉଭୟଙ୍କ ବନ୍ଧନ ବହୁତ ଦୃଢ଼ ଏବଂ ଜଣେ ଦମ୍ପତି ପରି ନଜର ଆସୁଛନ୍ତି ।
ଗତକାଲି କିଛି ଦିନ ତଳେ ଇରା ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ନୂପୁରଙ୍କ ସହିତ ଅନେକ ରୋମାଣ୍ଟିକ୍ ଫଟୋ ସେୟାର କରିଥିଲେ । ଫୋଟଗୁଡିକ ସେୟାର କରିବା ସହିତ ଇରା କ୍ୟାପସନରେ ଲେଖିଛନ୍ତି କି “ତୁମ ସହିତ ଏବଂ ତୁମ ପାଇଁ ପ୍ରତିଜ୍ଞା କରିବା ମୋ ପାଇଁ ସମ୍ମାନର ବିଷୟ ଅଟେ ।” ଏହି ଫୋଟଗୁଡ଼ିକରେ, ଦୁହେଁ ଏକାଠି ବହୁତ ଖୁସି ନଜର ଆସୁଛନ୍ତି ।
ଇରା ସୋସିଆଲ ମିଡିଆରେ ନୂପୁରଙ୍କ ସହିତ ମୋଟ ୫ଗୋଟି ଫଟୋ ସେୟାର କରିଛନ୍ତି । ଏଥିମଧ୍ୟରୁ ଗୋଟିଏ ଫୋଟରେ ଦୁହେଁ ପରସ୍ପରକୁ ଦେଖି ହସୁଥିବା ନଜରରେ ଆସୁଥିବା ବେଳେ ଅନ୍ୟ ଦୁଇଟି ଫୋଟରେ ଉଭୟେ ପରସ୍ପରଙ୍କ ଅତି ନିକଟତର ଏବଂ ଦୁହେଁ ଦୁହିଁଙ୍କ ଆଖିକୁ ଦେଖୁଛନ୍ତି ।
ଅନ୍ୟ ଏକ ଫୋଟରେ ଇରା ଶାଢ଼ୀ ଏବଂ ନୂପୁର କୁର୍ତ୍ତା ପାଇଜାମା ପିନ୍ଧିଥିବା ନଜରରେ ଆସୁଥିଲେ । ଦୁହେଁ କ୍ୟାମେରା ସାମ୍ନାରେ ହସୁଥିବା ଅଙ୍ଗଭଙ୍ଗୀ ଦେଉଛନ୍ତି ।
ଶେଷ ଫୋଟରେ, ଏହି ପ୍ରେମୀ ଯୁଗଳ ମେଘୁଆ ପାଗର ଉପଭୋଗ କରୁଛନ୍ତି । ଉଭୟ ଇରା ଏବଂ ନୂପୁର ପ୍ରକୃତିର ସବୁଜମୟ ପରିବେଶରେ ଗୋଟିଏ ଚେୟାରରେ ବସିଛନ୍ତି । ଦୁହେଁ ପରସ୍ପରକୁ ଚାହିଁ ପରସ୍ପରଙ୍କ ହାତ ଧରିଛନ୍ତି । ଇରା ଏବଂ ନୂପୁରଙ୍କ ଏହି ଫୋଟକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି । ପ୍ରଶଂସକଙ୍କ ସହ ଇଣ୍ଡଷ୍ଟ୍ରିରେ ମଧ୍ୟ ଜଡିତ କିଛି କଳାକାର ଏହି ଫୋଟଗୁଡ଼ିକ ଉପରେ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି ।
ଅଭିନେତ୍ରୀ ଫତିମା ସନା ଶେଖ ଇରା ଏବଂ ନୂପୁରଙ୍କ ଏହି ଫୋଟଗୁଡ଼ିକ ଉପରେ ମନ୍ତବ୍ୟ ଦେବା ସହିତ ଲେଖିଛନ୍ତି କି, Awwww ଏବଂ ସେ ଅନେକ ସାରା ହୃଦୟ ଇମୋଜି ମଧ୍ୟ ପଠାଇଛନ୍ତି । ଏହା ସହିତ କରଣବୀର ବୋହରା ମଧ୍ୟ ଲେଖିଛନ୍ତି, ବହୁତ ସୁନ୍ଦର । ଗୁଲଶାନ ଦେବୟା ମଧ୍ୟ ଏହି ଫୋଟ ଗୁଡିକ ଉପରେ ଇମୋଜି ପଠାଇଛନ୍ତି ।
ଆପଣଙ୍କୁ କହିରଖୁଛୁ, ଇରା ଖାନ ଏବଂ ନୂପୁର ଶିକାରେଙ୍କ ସମ୍ପର୍କ ଥିବା ଖବର ୨୦୨୦ ମସିହା ଅକ୍ଟୋବର ମାସ ଠାରୁ ଚର୍ଚ୍ଚା ହେଉଥିଲା । କୁହାଯାଉଛି ଯେ, ଇରା ନୁପୁରଙ୍କ ନାମର ଏକ ଟାଟୁ ମଧ୍ୟ ବନାଇଛନ୍ତି । ଏହାପରେ ଦୁହେଁ ଦୀପାବଳି ଅବସରରେ ମଧ୍ୟ ଏକାଠି ନଜର ଆସିଥିଲେ । ଏହାପରେ ଯେତେବେଳେ ଆମୀର ପତ୍ନୀ କିରଣ ରାଓଙ୍କ ସହିତ ୧୫ତମ ବିବାହ ବାର୍ଷିକୀ ପାଳନ କରିବାକୁ ଗୁଜୁରାଟର ପହଞ୍ଚିଥିଲେ, ସେତେବେଳେ ମଧ୍ୟ ଇରା ଏବଂ ନୂପୁର ତାଙ୍କ ସହିତ ଉପସ୍ଥିତ ଥିଲେ ।