କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର : ସେପ୍ଟେମ୍ବର ୧୯ରୁ IPLର ଅବଶିଷ୍ଟ ମ୍ୟାଚ୍ UAEରେ ଅନୁଷ୍ଠିତ ହେବ । ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବ…

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର : ସେପ୍ଟେମ୍ବର ୧୯ରୁ IPLର ଅବଶିଷ୍ଟ ମ୍ୟାଚ୍ UAEରେ ଅନୁଷ୍ଠିତ ହେବ । ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୫ରେ ଅନୁଷ୍ଠିତ ହେବ…

କରୋନା ମହାମାରୀ କାରଣରୁ ସ୍ଥଗିତ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୧)ର ଅବଶିଷ୍ଟ ମ୍ୟାଚ୍ ଗୁଡିକ ୧୯ ସେପ୍ଟେମ୍ବରରୁ ପୁନଶ୍ଚ ଆରମ୍ଭ ହେବ ଏବଂ ଅକ୍ଟୋବର ୧୫ରେ ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ୍ ଅନୁଷ୍ଠିତ ହେବ । ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏବଂ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ଆଲୋଚନା ଅତ୍ୟନ୍ତ ସକରାତ୍ମକ ହୋଇଛି । ବିସିସିଆଇର ଜଣେ ଅଧିକାରୀ ଏନେଇ ନ୍ୟୁଜ୍ ଏଜେନ୍ସି ANIକୁ ସୂଚନା ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରିବା ସମୟରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ମ୍ୟାଚ୍ ସମାପ୍ତ କରିବାକୁ ବୋର୍ଡ ୨୫ ଦିନର ସମୟ ସୀମା ଧାର୍ଯ୍ୟ କରିଛି । ଅଧିକାରୀ ଜନକ କହିଛନ୍ତି ଯେ, UAE ଓ ବିସିସିଆଇ ବୋର୍ଡ ଏକ ମିଳିତ ବୈଠକ ଆୟୋଜିତ ହୋଇଥିଲା, ଏହି ବୈଠକରେ କୌଣସି ଦ୍ଵନ୍ଦ ବା ଦ୍ଵିଧା ଦେଖିବାକୁ ମିଳିନଥିଲା । କ୍ରିକେଟର ଏହି ମହାକୁମ୍ଭର ପ୍ରାରମ୍ଭ ୧୯ସେପ୍ଟେମ୍ବରରେ ପୁନଶ୍ଚ ଆରମ୍ଭ ହେବ । ରିପୋର୍ଟ ଅନୁଯାୟୀ, ଅବଶିଷ୍ଟ ମ୍ୟାଚ “ଶାରଜାହ, ଦୁବାଇ ଏବଂ ଆବୁଧାବି”ରେ ଅନୁଷ୍ଠିତ ହେବ ।

ତେବେ ଚଳିତ ସିଜିନରେ ମୋଟ୍ ୫୮ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି । ଯେଉଁଥିରେ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଚତୁର୍ଥରେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚମରେ ରାଜସ୍ଥାନ ରୟାଲ୍ସ, ଷଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସ, ସପ୍ତମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଶେଷରେ ରହିଛି ସନ ରାଇଜର୍ସ ହାଇଦ୍ରାବାଦ ।

Leave a Reply

Your email address will not be published. Required fields are marked *