ଆଇପିଏଲ୍ ନିଲାମ୍ ୨୦୨୧ :- ଜାଣନ୍ତୁ କେଉଁ ଖେଳାଳୀଙ୍କୁ କିଣିଛି କେଉଁ ଟିମ୍ ଏବଂ କେଉଁ ଖେଳାଳୀ ଥିଲେ ସବୁଠୁ ଦାମୀ !

ଆଇପିଏଲ୍ ନିଲାମ୍ ୨୦୨୧ :- ଜାଣନ୍ତୁ କେଉଁ ଖେଳାଳୀଙ୍କୁ କିଣିଛି କେଉଁ ଟିମ୍ ଏବଂ କେଉଁ ଖେଳାଳୀ ଥିଲେ ସବୁଠୁ ଦାମୀ !

ଗତକାଲି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଅର୍ଥାତ ଆଇପିଏଲ୍ ୨୦୨୧ ପାଇଁ ବିକ୍ରି ହୋଇଛନ୍ତି ଖେଳାଳୀମାନେ । ଏହି ନିଲାମରେ ଦକ୍ଷିଣ ଆଫ୍ରିକାର କ୍ରିଶ୍ ମୋରିସ୍ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଦେଇ କିଣିଛି । ଆଇପିଏଲ୍ ଇତିହାସର ବର୍ତ୍ତମାନ ସୁଦ୍ଧା ସବୁଠାରୁ ମହଙ୍ଗା ଖେଳାଳୀ ଅଟନ୍ତି ସେ । ଭାରତୀୟ ଖେଳାଳୀଙ୍କ ମଧ୍ୟରେ କୃଷ୍ଣପ୍ପା ଗୌତମ ଅଧିକ ଦାମରେ ବିକ୍ରି ହୋଇଛନ୍ତି । ଆସନ୍ତୁ ଜାଣିବା ଆଇପିଏଲରେ ବର୍ତ୍ତମାନ ଉପସ୍ଥିତ ଥିବା ଦଳର ଖେଳାଳୀ ଏବଂ କିଣାଯାଇଥିବା ନୂତନ ଖେଳାଳୀଙ୍କ ବିଷୟରେ ।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍

ସାମ୍ପ୍ରତିକ ଦଳରେ ଉପସ୍ଥିତ ଖେଳାଳୀ : ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡିକଲ୍, ଜୋଶ୍ ଫିଲିପ୍, ଏବି ଡିଭିଲିୟର୍ସ, ପୱନ୍ ଦେଶପାଣ୍ଡେ, ୱାଶିଂଟନ ସୁନ୍ଦର, ଡାନିଏଲ ସାମସ୍, ୟୁଜୱେନ୍ଦ୍ର ଚହଲ୍, ଏଡମ୍ ଜାମ୍ପା, ଶାହାୱାଜ୍ ନଦିମ୍, ମହମ୍ମଦ ସିରାଜ୍, ନବଦୀପ ସାଇନି, କେନ ରିଚାର୍ଡସନ୍, ହର୍ଷଲ୍ ପଟେଲ୍ ।

କିଣାଯାଇଥିବା ନୂତନ ଖେଳାଳୀ : ଗ୍ଲେନ ମ୍ୟାକ୍ସୱେଲ୍, ସଚିନ ବେବି, ରଜତ ପାଟିଦାର୍, ମହମ୍ମଦ୍ ଅଜହରୁଦ୍ଦିନ୍, କାଇଲ୍ ଜେମିସନ୍, ଡେନିଏଲ୍ କ୍ରିଷ୍ଟିଅନ୍, କେ.ଏସ୍ ଭରତ, ସୁୟେଶ୍ ପ୍ରଭୁଦେଶାଇ ।

ସନରାଇଜର୍ସ ହାଇଦ୍ରାବାଦ

ସାମ୍ପ୍ରତିକ ଦଳରେ ଉପସ୍ଥିତ ଖେଳାଳୀ : ଡେଭିଡ ୱର୍ଣ୍ଣର ( ଅଧିନାୟକ ) , କେନ ୱିଲିୟମସନ, ଜନି ବେୟରେଷ୍ଟୋ , ମନୀଷ ପାଣ୍ଡେ , ଶ୍ରୀବତ୍ସ ଗୋସ୍ୱାମୀ , ରିଦ୍ଧିମାନ ସାହା , ପ୍ରିୟମ ଗର୍ଗ , ବିଜୟ ଶଙ୍କର , ଅଭିଷେକ ଶର୍ମା , ଅବଦୁଲ ସମଦ , ବିରାଟ ସିଂ , ମିଚେଲ ମାର୍ଶ , ଜେସନ ହୋଲ୍ଡର , ମୋହମ୍ମଦ ନବୀ , ରାସିଦ ଖାନ , ଶାହାବାଜ ନଦିମ , ଭୁବନେଶ୍ୱର କୁମାର , ଟି ନଟରାଜନ , ସନ୍ଦୀପ ଶର୍ମା , ଖଲିଲ ଅହମ୍ମଦ , ସିଦ୍ଧାର୍ଥ କୌଲ , ବେସିଲ ଥାମ୍ପି ।

କିଣା ଯାଇଥିବା ନୂତନ ଖେଳାଳୀ : ଜଗଦୀଶ୍ ସୁଚିତ୍, କେଦାର୍ ଯାଦବ, ମୁଜିବ୍ ଉର୍ ରେହମାନ୍ ।

ଦିଲ୍ଲୀ କ୍ୟାପିଟାଲସ୍

ସାମ୍ପ୍ରତିକ ଦଳରେ ଉପସ୍ଥିତ ଖେଳାଳୀ : ଶ୍ରେୟସ୍ ଆୟର୍ (ଅଧିନାୟକ), ଶିଖର୍ ଧାୱନ୍, ପୃଥ୍ବୀ ଶା, ଅଜିଙ୍କ୍ୟ ରାହାନେ, ଋଷଭ ପନ୍ତ, ଶିମେରୋନ୍ ହେଟମାୟର୍, ମାର୍କସ ଷ୍ଟାୟନିସ୍, କ୍ରିସ୍ ୱକସ୍, ଆର୍ ଅଶ୍ୱିନ୍, ଅକ୍ଷର ପଟେଲ୍, ଅମିତ ମିଶ୍ରା, ଲଲିତ୍ ଯାଦବ, ପ୍ରବୀଣ ଦୁବେ, କଗିସୋ ରୱାଡା, ଇଶାନ୍ତ ଶର୍ମା, ଆବେଶ୍ ଖାନ୍ ।

କିଣାଯାଇଥିବା ନୂତନ ଖେଳାଳୀ : ଷ୍ଟିଭ ସ୍ମିଥ୍, ଉମେଶ୍ ଯାଦବ, ରିପଲ୍ ପଟେଲ୍, ବିଷ୍ଣୁ ବିନୋଦ, ଲୁକମାନ୍ ମେରିୱାଲା, ଏମ୍ ସିଦ୍ଧାର୍ଥ, ଟମ୍ କୁରାନ୍, ସେମ୍ ବିଲିଙ୍ଗସ୍ ।

ମୁମ୍ବାଇ ଇଣ୍ଡିଆନ୍ସ

ସାମ୍ପ୍ରତିକ ଦଳରେ ଉପସ୍ଥିତ ଖେଳାଳୀ : ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡିକକ୍, ଇଶାନ୍ କିଶନ୍, ସୂର୍ଯ୍ୟକୁମାର ଯାଦବ, କ୍ରିସ୍ ଲିନ୍, ସୌରଭ୍ ତିୱାରୀ, ଅନମୋଲପ୍ରୀତ ସିଂ, ଆଦିତ୍ୟ ତାରେ, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଲ୍ ପାଣ୍ଡ୍ୟା, ରାହୁଲ୍ ଚାହର୍, ଅନୁକୂଲ୍ ରୟ, ଜୟନ୍ତ ଯାଦବ, ଯଶପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ, ଧାୱଲ୍ କୁଲକର୍ଣ୍ଣି, ମୋହସିନ୍ ଖାନ୍ ।

କିଣାଯାଇଥିବା ନୂତନ ଖେଳାଳୀ : ନାଥାନ୍ କୁଲଟର୍ ନାଇଲ୍, ଏଡମ୍ ମାଇଲ୍, ପୀୟୁଷ ଚାୱଲା, ଜେମ୍ସ ନିଶମ୍, ୟୁଦ୍ଧବୀର ଚାରକ, ମେକ୍ରୋ ଜେନସନ୍, ଅର୍ଜୁନ ତେନ୍ଦୁଲକର ।

ଚେନ୍ନାଇ ସୁପର କିଙ୍ଗସ

ସାମ୍ପ୍ରତିକ ଦଳରେ ଉପସ୍ଥିତ ଖେଳାଳୀ : ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ଫେଫ ଡୁ ପ୍ଲେସି, ରିତୁରାଜ ଗାଇକୱାଡ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଏନ ଜଗଦୀଶନ, ରବିନ ଉଥାପ୍ପା, ରବିନ୍ଦ୍ର ଜାଡେଜା, ସେମ କରନ, ଡେଭିଡ ବ୍ରାଭୋ, କର୍ଣ ଶର୍ମା, ଆର ସାଇ କିଶୋର, ମିଚେଲ୍ ସେଣ୍ଟନର, ଇମ୍ରାନ ତାହିର, ଦୀପକ ଚାହର, ଶାରଦୁଲ ଠାକୁର, ଲୁଙ୍ଗି ଏଙ୍ଗିଡି, ଜୋଶ ହେଜେଲଉଡ, କେଏମ ଆସିଫ ।

କିଣାଯାଇଥିବା ନୂତନ ଖେଳାଳୀ : ମୋଇନ ଅଲି, କୃଷ୍ଣପ୍ପା ଗୌତମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭାଗାତ ବର୍ମା, ହରି ନିଶାନ୍ତ ।

ରାଜସ୍ଥାନ ରୟାଲସ୍

ସାମ୍ପ୍ରତିକ ଦଳରେ ଉପସ୍ଥିତ ଖେଳାଳୀ : ସଞ୍ଜୁ ସାମସନ (ଅଧିନାୟକ), ଜେମ୍ସ ବଟଲର, ବେନ ଷ୍ଟୋକ୍ସ, ଯଶସ୍ୱୀ ଜୟସୱାଲ, ମନନ ବୋହରା, ଅନୁଜ ରାୱତ, ରିଆନ ପରାଗ, ଡେଭିଡ ମିଲର, ରାହୁଲ ତେୱାତିଆ, ମହିପାଲ ଲୋମରର, ଶ୍ରେୟାସ ଗୋପାଳ, ମାୟାନକ ମାରର୍କଣ୍ଡେ, ଜୋଫ୍ରା ଆର୍ଚ୍ଚର, ଏନଡ୍ୟୁଟ ଟୟ, ଜୟଦେବ ଉନାଦକଟ, କାର୍ତ୍ତିକ ତ୍ୟାଗି ।

କିଣାଯାଇଥିବା ନୂତନ ଖେଳାଳୀ : କ୍ରିସ ମୋରିସ, ଶିବମ ଦୁବେ, ମୁସ୍ତାଫିଜୁର ରହମାନ, ଚେତନ ସାକାରୀଆ, କ୍ରେସି କରିଆପ୍ପା, ଲିୟମ ଲିଭିଙ୍ଗଷ୍ଟୋନ, କୁଲଦୀପ ଯାଦବ, ଆକାଶ ସିଂ ।

ପଞ୍ଜାବ କିଙ୍ଗସ୍

ନିଲାମ୍ ଠିକ୍ ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ନିଜ ନାମ ପରିବର୍ତ୍ତନ କରି ପଞ୍ଜାବ କିଙ୍ଗସ୍ ରଖିଛି ।

ସାମ୍ପ୍ରତିକ ଦଳରେ ଉପସ୍ଥିତ ଖେଳାଳୀ : କେ.ଏଲ୍ ରାହୁଲ୍ (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ୍, ମନଦୀପ ସିଂ, ପ୍ରଭସିମରନ ସିଂ, ନିକୋଲସ ପୁରନ୍, ସରଫରାଜ ଖାନ, ଦୀପକ ହୁଡା, ମୁରୁଗନ ଅଶ୍ୱିନ୍, ରବି ବିସ୍ନୋଇ, ହରପ୍ରୀତ ବରାର, ମହମ୍ମଦ ଶମି, ଅର୍ଶଦୀପ ସିଂ, ଇଶାନ ପୋରେଲ୍, ଦର୍ଶନ ନଳକଣ୍ଡେ, କ୍ରିସ୍ ଜୋର୍ଡାନ୍ ।

କିଣାଯାଇଥିବା ନୂତନ ଖେଳାଳୀ : ଝାୟ ରିଚାର୍ଡସନ୍, ଶାହରୁଖ ଖାନ୍, ଡେଭିଡ ମଲାନ୍, ରେଲେ ମେରେଡିଥ, ମୋଇଜେସ ହେନ୍ରିକ୍ସ, ଜଲଜ ସକ୍ସେନା, ଉତ୍କର୍ଷ ସିଂ, ଫାବିଆନ ଆଲେନ, ସୌରଭ କୁମାର ।

କୋଲକାତା ନାଇଟ ରାଇଡର୍ସ

ସାମ୍ପ୍ରତିକ ଦଳରେ ଉପସ୍ଥିତ ଖେଳାଳୀ : ଇୟନ ମୋର୍ଗାନ (ଅଧିନାୟକ), ଶୁଭମନ ଗିଲ, ନୀତୀଶ ରାଣା, ଟିମ ସିଫର୍ଟ, ରାହୁଲ ତ୍ରିପାଠୀ, ରିଙ୍କୁ ସିଂ, ଦୀନେଶ କାର୍ତ୍ତିକ, ଆଣ୍ଡ୍ରେ ରସେଲ୍, ସୁନୀଲ ନରିନ୍, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ପୈଟ କମିନ୍ସ, ଲକି ଫର୍ଗସୋନ୍, କମଲେଶ ନାଗରକୋଟି, ସନ୍ଦୀପ ୱାରିଅର, ପ୍ରସିଦ୍ଧ କୃଷ୍ଣ ।

କିଣାଯାଇଥିବା ନୂତନ ଖେଳାଳୀ : ଶାକିବ ଅଲ ହାସନ, ଶେଲଡନ ଜ୍ୟାକସନ, ବୈଭବ ଆରୋରା, କରୁଣ ନାୟାର, ହରଭଜନ ସିଂ, ବେନ କଟିଙ୍ଗ, ଭେଙ୍କଟେଶ ଆୟର, ପୱନ ନେଗି ।

କରୋନା ମହାମାରୀ ହେତୁ ପୂର୍ବ ବର୍ଷ ଆଇପିଏଲ୍ ୨୦୨୦ ଦୁବାଇରେ ଖେଳାଯାଇଥିଲା, କିନ୍ତୁ ଆଇପିଏଲ୍ ୨୦୨୧ ଭାରତରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି । ସବୁ ବର୍ଷ ପରି ଏହା ଏପ୍ରିଲରେ ଆରମ୍ଭ ହୋଇପାରେ ।

Leave a Reply

Your email address will not be published. Required fields are marked *