ମିଷ୍ଟର ଇଣ୍ଡିଆ ‘ ଚଳଚିତ୍ରର ଟୀନା ୩୩ ବର୍ଷ ପରେ ଦେଖା ଯାଉଛନ୍ତି ଏହିପରି । ବର୍ତ୍ତମାନ ଚିହ୍ନିବା କଷ୍ଟକର !

ମିଷ୍ଟର ଇଣ୍ଡିଆ ‘ ଚଳଚିତ୍ରର ଟୀନା ୩୩ ବର୍ଷ ପରେ ଦେଖା ଯାଉଛନ୍ତି ଏହିପରି । ବର୍ତ୍ତମାନ ଚିହ୍ନିବା କଷ୍ଟକର !

ବଲିଉଡ଼ର ବିଗତ ଦିନରେ ଏପରି ଅନେକ ଫିଲ୍ମ ନିର୍ମାଣ ହୋଇଯାଇଛି ଯାହାକୁ ଆଜି ମଧ୍ୟ ଲୋକମାନେ ମନେ ପକାନ୍ତି । ସେହି ବ୍ଲକବୋଷ୍ଟର ଫିଲ୍ମ ଗୁଡ଼ିକ ମଧ୍ୟରୁ ଗୋଟିଏ ଫିଲ୍ମ ଆସିଥିଲା ଯାହା ହେଉଛି ମିଷ୍ଟର ଇଣ୍ଡିଆ ଯାହାକୁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଥିଲେ ଅନିଲ କପୂର ଏବଂ ଶ୍ରୀଦେବୀ । ଆଜି ଶ୍ରୀଦେବୀ ଆଉ ଆମ ଗହଣରେ ନାହାନ୍ତି କିନ୍ତୁ ଅନୀଲ କପୂର ଏବଂ ଶ୍ରୀଦେବୀଙ୍କର ମିଷ୍ଟର ଇଣ୍ଡିଆ ଫିଲ୍ମକୁ ୩୦ ବର୍ଷ ପୁରିଯାଇଛି ।

google

ମିଷ୍ଟର ଇଣ୍ଡିଆ ୧୯୮୭ର ସବୁଠାରୁ ସୁପରହିଟ୍ ଫିଲ୍ମ ମାନଙ୍କ ମଧ୍ୟରୁ ଗୋଟିଏ ଥିଲା ଯେଉଁଥିରେ ଅନୀଲ କପୂର ଏବଂ ଶ୍ରୀଦେବୀ ଥିଲେ । ଫିଲ୍ମରେ ସେମାନେ ଦୁହେଁ ଧମାଲ ସୃଷ୍ଟି କରିଥିଲେ ଏବଂ ଏହା ସମସ୍ତଙ୍କ ହୃଦୟରେ ରାଜ୍ କରିଥିଲା । ମିଷ୍ଟର ଇଣ୍ଡିଆ ଫିଲ୍ମର ଗୀତ ଏବଂ ଡାଇଲୋଗ ସମସ୍ତଙ୍କ ହୃଦୟକୁ ଜିତି ଯାଇଥିଲା ଯାହାକୁ ଆଜି ମଧ୍ୟ ସମସ୍ତେ ମନେ ପକାନ୍ତି । ମିଷ୍ଟର ଇଣ୍ଡିଆ ଫିଲ୍ମ ଅନୀଲ କପୂର ଏବଂ ଶ୍ରୀଦେବୀଙ୍କ କ୍ୟାରିଅରର ସବୁଠାରୁ ବଡ଼ ସୁପରହିଟ୍ ଫିଲ୍ମ ଅଟେ । ଏହି ଫିଲ୍ମରେ ଅନୀଲ କପୂର ଏବଂ ଶ୍ରୀଦେବୀ ଙ୍କୁ ଖୁବ ପସନ୍ଦ କରାଯାଇଥିଲା ଏବଂ ଦୁହିଁଙ୍କର ଏହା ସବୁଠାରୁ ଅଧିକ ହିଟ ଫିଲ୍ମ ହୋଇଥିଲା ।

google

ବୋଲିଉଡ଼ ଫିଲ୍ମ ମିଷ୍ଟର ଇଣ୍ଡିଆ ବକ୍ସ ଅଫିସରେ ଏତେ ଧମାଲ ସୃଷ୍ଟି କରିଥିଲା ଯେ ଯାହାକୁ ଲୋକମାନେ ଆଜି ପର୍ଯ୍ୟନ୍ତ ମନେ ପକାନ୍ତି । କେବଳ ଫିଲ୍ମ ନୁହେଁ ବରଂ ଏହି ଫିଲ୍ମର ପ୍ରତ୍ୟେକ ଚରିତ୍ର ଅମର ହୋଇ ଯାଇଛନ୍ତି ଯାହାକୁ ଆଜି ପର୍ଯ୍ୟନ୍ତ ଦର୍ଶକ ମାନେ ଭୁଲି ପାରି ନାହାନ୍ତି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ଶ୍ରୀଦେବୀ ବର୍ତ୍ତମାନ ଆଉ ଆମ ମଧ୍ୟରେ ନାହାନ୍ତି ଏବଂ ତା’ସହିତ ଏଥିରେ ଭିଲେନ୍ ଭୂମିକାରେ ଥିବା ଅମରିଶ ପୁରୀ ମଧ୍ୟ ବର୍ତ୍ତମାନ ଏ ଦୁନିଆରେ ନାହାନ୍ତି । ଅନୀଲ କପୂର ଏବଂ ଶ୍ରୀଦେବୀଙ୍କର ଏହି ୨୫ ଫିଲ୍ମ ମଇ ୧୯୮୭ରେ ରିଲିଜ୍ ହୋଇଥିଲା ।

ଏହି ଫିଲ୍ମ ରିଲିଜ୍ ହେବାର ୩୧ ବର୍ଷ ପୁରିଗଲାଣି । ଏହି ଫିଲ୍ମରେ କେତେ ଜଣ ଶିଶୁ କଳାକାରଙ୍କୁ ମଧ୍ୟ ଦେଖା ଯାଇଥିଲା । ଆଜି ଆମେ ସେଥିମଧ୍ୟରୁ ଜଣେ ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ଏତେ ବର୍ଷ ପରେ ଖୁବ୍ ବଡ଼ ହୋଇ ଯାଇଛନ୍ତି ଏବଂ ଖୁବ ସୁନ୍ଦର ମଧ୍ୟ ହୋଇ ଯାଇଛନ୍ତି । ସେହି କଳାକାରଙ୍କ ନାମ ହେଉଛି ଟୀନା । ଅନୀଲ କପୂର ଏବଂ ଶ୍ରୀଦେବୀ ଙ୍କର ଏହି ଫିଲ୍ମରେ ସବୁଠାରୁ ନିକଟତର ଚରିତ୍ର ରହିଥିଲେ ଶିଶୁ କଳାକାର ‘ ଟୀନା ‘ । ଯାହାଙ୍କର ବୋମା ବିସ୍ଫୋରଣରେ ମୃତ୍ୟୁ ହୋଇଯାଇଥାଏ କିନ୍ତୁ ଫିଲ୍ମରେ ତାଙ୍କର ନାମ ଟୀନା ଥିଲା । ତାଙ୍କର ଅସଲ ନାମ ହୁଜାନ୍ ଖୋଦେଜୀ ଅଟେ ।

google

ଏହି ଫିଲ୍ମ ଶୁଟିଂ ସମୟରେ ଟୀନା ମାତ୍ର ୬ ବର୍ଷର ଥିଲେ । ଏବେ ତାଙ୍କର ବୟସ ପାଖାପାଖି ୩୯ ବର୍ଷ ଅଟେ ଏବଂ ସେ ଏବେ ନିଜେ ଦୁଇ ଝିଅଙ୍କ ମା ଅଟନ୍ତି । ସେ ଏବେ ଆଉ ଫିଲ୍ମରେ କାମ କରୁ ନାହାନ୍ତି । ହୁଜାନ ଆଜିକାଲି ଏକ ବିଜ୍ଞାପନ ର କମ୍ପାନୀ ରେ ଆଡ଼ବରଟାଇଜମେଣ୍ଟ ଆକଜିକ୍ୟୁଟିଭ ର କାମ କରୁଛନ୍ତି । ଏକ ଇଣ୍ଟରଭିଉ ରେ ହୁଜାନ ଫିଲ୍ମ ରେ କାମ କରିବା ବିଷୟକୁ ନେଇ କହନ୍ତି ଯେ, ” କାଶଷ୍ଟିଙ୍ଗ ଡ଼ାଇରେକ୍ଟର ମୋ ବାପାଙ୍କ ସାଙ୍ଗ ଥିଲେ । ମୁଁ ଓଡିସନ ପାଇଁ ଯାଇଥିଲି ଏବଂ ମୋର ସିଲେକ୍ସନ ମଧ୍ୟ ହୋଇ ଯାଇଥିଲା । ”

google

ଫିଲ୍ମ ଶୁଟିଂ ପରେ ହୁଜାନ ମାଡ୍ରାସ ଚାଲି ଯାଇଥିଲେ ଏବଂ ସେହିଠାରେ ହିଁ ନିଜର ପାଠ ପଢ଼ା ପୁରା କରି ବିହାହ କରିଥିଲେ । ତାପରଠାରୁ ସେ ଅନେକବିଜ୍ଞାପନ ଶୁଟ କରିଛନ୍ତି କିନ୍ତୁ ଆଉ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି । ପୁଣି ଖବର ଅନୁସାରେ କିଛି ବର୍ଷ ପୂର୍ବରୁ ଫିଲ୍ମ ନିର୍ଦେଶକ ଶେଖର କପୂରଙ୍କୁ ଲୋକମାନେ ପଚାରି ଥିଲେ ଯେ ଟୀନା ବର୍ତ୍ତମାନ କେଉଁଠି ଅଛନ୍ତି । ଆଜି ଏତେ ବର୍ଷ ପରେ ମଧ୍ୟ ହୁଜାନ୍ ଦେଖିବାକୁ ଖୁବ୍ ସୁନ୍ଦର ହୋଇଯାଇଛନ୍ତି ଏବଂ ସେ ପ୍ରାୟ ସମୟରେ ନିଜର ଫୋଟ ଇନସ୍ଟାଗ୍ରାମରେ ସେୟାର କରିଥାନ୍ତି ।

Leave a Reply

Your email address will not be published. Required fields are marked *