ତୃତୀୟ ତରଙ୍ଗ ପୂର୍ବରୁ ନିରୀହ ପିଲା ମାନେ ହେଉଛନ୍ତି କରୋନର ଶିକାର ! ଦିଲ୍ଲୀରେ ଦୁଇ ଶିଶୁଙ୍କର…

ତୃତୀୟ ତରଙ୍ଗ ପୂର୍ବରୁ ନିରୀହ ପିଲା ମାନେ ହେଉଛନ୍ତି କରୋନର ଶିକାର ! ଦିଲ୍ଲୀରେ ଦୁଇ ଶିଶୁଙ୍କର…

କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏଥି ସହିତ ତୃତୀୟ ତରଙ୍ଗକୁ ନେଇ ଡାକ୍ତର୍ ଏବଂ ବିଶେଷଜ୍ଞମାନେ କ୍ରମାଗତ ଭାବରେ କହୁଛନ୍ତି ଯେ ଛୋଟ ପିଲାମାନଙ୍କଠାରେ ଏହାର ବିପଦ ଅଧିକ ହୋଇପାରେ, କିନ୍ତୁ ଏହାର ପ୍ରଭାବ ଏବେ ଠାରୁ ଦୃଶ୍ୟମାନ ହେଉଛି ।

ଗତ ୨ ଦିନ ମଧ୍ୟରେ ଦିଲ୍ଲୀ ଭିତରେ କରୋନାରେ ଜଣେ ୫ ବର୍ଷର ପରି ଏବଂ ୯ ବର୍ଷିୟ କ୍ରିସୁଙ୍କର ମୃତ୍ୟୁ ହୋଇଛି । ଏହି ଉଭୟ ଶିଶୁ ଦିଲ୍ଲୀର ଜିଟିବି (ଗୁରୁ ତେଗ୍ ବାହାଦୁର୍) ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଉତ୍ତର-ପୂର୍ବ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ରହୁଥିବା ପ୍ରହ୍ଲାଦ ଏବଂ ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟମାନେ ଗଭୀର ଦୁଃଖରେ ଅଛନ୍ତି । ଘରେ ଦୁଃଖର ଲହରୀ ଖେଳିଯାଇଛି । କେହି ଜାଣି ନଥିଲେ ଯେ ତାଙ୍କ ହସ ଖେଳ ପରିବାରରେ କରୋନାର ନଜର ଲାଗିଯିବ । ଏହି ଘରେ ୫ ବର୍ଷ ପୂର୍ବେ ପରି ଜନ୍ମ ହୋଇଥିଲେ । ଝିଅଟିର ପିତା ପ୍ରହ୍ଲାଦ କହିଛନ୍ତି ଯେ ତାଙ୍କ ଝିଅ ଠିକ୍ ପରି ଭଳି ଥିଲା, ତେଣୁ ତାଙ୍କ ନାମ ମଧ୍ୟ ପରି ରଖିଥିଲେ ।

କୋଭିଡ୍ ପଜିଟିଭ୍ ପରୀକ୍ଷା କରାଯିବା ପରେ ତାଙ୍କୁ ମେ ୬ରେ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ପ୍ରହ୍ଲାଦ କହିଛନ୍ତି । ସେ ୬ଦିନ ଭେଣ୍ଟିଲେଟରରେ ରହିଥିଲେ । ଚିକିତ୍ସା ସମୟରେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି ।

ବୁଧବାର ଦିନ ପରିଙ୍କୁ ସିମାପୁରୀ ଶ୍ମଶାନରେ ସମାଧି ଦିଆଯାଇଛି । ତାଙ୍କର ଅନ୍ତିମ ସଂସ୍କାର ଭଗବତ୍ ସିଂ ସେବା ଦଳର ପ୍ରତିଷ୍ଠାତା ଜିତେନ୍ଦ୍ର ସିଂ ସଂଣ୍ଟି ଏବଂ ଶିଶୁର ପିତା ପ୍ରହ୍ଲାଦ କରିଥିଲେ । ଜିତେନ୍ଦ୍ର ସିଂ ସଂଣ୍ଟି କହିଛନ୍ତି ଯେ ଡାକ୍ତରଖାନାରୁ ଆମ୍ବୁଲାନ୍ସରେ ସାଧାରଣତ ଗୋଟିଏ ମୃତଦେହ ଆସିଥାଏ, କିନ୍ତୁ ସେଦିନ ଆମ୍ବୁଲାନ୍ସରେ ଦୁଇଟି ମୃତଦେହ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅନ୍ୟପକ୍ଷରେ ଉତ୍ତର-ପୂର୍ବ ଦିଲ୍ଲୀର ଦିଲଶାଦ୍ କଲୋନୀରେ ରହୁଥିବା ଶଶାଙ୍କ ଶେଖର୍ ନିଜର ୯ ବର୍ଷର ସନ୍ତାନକୁ ହରାଇଛନ୍ତି । ପିତା ନିଜେ କରୋନା ପଜିଟିଭ୍ । ସେ ରାଜୀବ୍ ଗାନ୍ଧୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, କିନ୍ତୁ ଏହି ସମୟରେ ଗୁରୁବାର ଦିନ ତାଙ୍କ ଶିଶୁର ମୃତ୍ୟୁ ଘଟିଛି ।

ପରିବାର ସଦସ୍ୟ କହିଛନ୍ତି ଯେ ବୁଧବାର ଦିନ କ୍ରିସୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ ପରେ ତାଙ୍କୁ ଜିଟିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ଜିଟିବି ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଶିଶୁଙ୍କ ଅମ୍ଳଜାନ୍ ସ୍ତର ୩୦ରୁ କମ୍ ହୋଇଯାଇଥିଲା ଏବଂ ‘ଫୁସ୍-ଫୁସ୍’ରେ ସଂକ୍ରମଣ ବହୁତ ଅଧିକ ହୋଇଯାଇଥିଲା । ଯେଉଁଥିପାଇଁ ସେମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇଗଲା ।

Leave a Reply

Your email address will not be published. Required fields are marked *