କ୍ଷମତାଠୁ ଅଧିକ କଏଦୀ ଅଛନ୍ତି ଦେଶର ଜେଲରେ, କର୍ମଚାରୀ ମରୁଡ଼ି…

ନୂଆଦିଲ୍ଲୀ,୩୧/୮: ଦେଶର ଜେଲଗୁଡିକରେ କ୍ଷମତା ଅପେକ୍ଷା ଅଧିକ କଏଦୀ ରହିଛନ୍ତି । ରାଷ୍ଟ୍ରୀୟ କ୍ରାଇମ ରେକର୍ଡ ବ୍ୟୁରୋର ସର୍ବଶେଷ ଆକଳନ ଅନୁଯାୟୀ, ୨୦୧୯ରେ ଦେଶର ଜେଲରେ ସମୁଦାୟ ୪.୭୮ ଲକ୍ଷ କଏଦୀ ଥିଲେ । ମାତ୍ର ସେତେବେଳେ ଜେଲଗୁଡ଼ିକର ପ୍ରକୃତ କ୍ଷମତା କେବଳ ୪.୦୩ ଲକ୍ଷ କଏଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଅନ୍ୟପକ୍ଷରେ ଜେଲରେ ଉପସ୍ଥିତ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ରହିଛି । କର୍ମଚାରୀଙ୍କ ପାଇଁ ଅନୁମୋଦିତ ସଂଖ୍ୟା ୮୭,୫୯୯ ଥିବାବେଳେ ୩୧ ଡିସେମ୍ବର ୨୦୧୯ ସୁଦ୍ଧା ସେମାନଙ୍କର ପ୍ରକୃତ ସଂଖ୍ୟା ୬୦,୭୮୭ ରହିଥିଲା । ପରିସଂଖ୍ୟାନ ମାଧ୍ୟମରେ ଦେଶର ଜେଲଗୁଡିକର ଅବସ୍ଥା ସ୍ପଷ୍ଟ ହୋଇଥାଏ ।

Google

ଦେଶର କେନ୍ଦ୍ରୀୟ ଜେଲଗୁଡିକରେ କ୍ଷମତା ୧.୭୭ ଲକ୍ଷ କଏଦୀଙ୍କ ପାଇଁ ରହିଥିବାବେଳେ ଜିଲ୍ଲା ଜେଲରେ ୧.୫୮ ଲକ୍ଷ ଏବଂ ସବ୍ ଜେଲରେ ୪୫,୦୭୧ ଜଣଙ୍କ ପାଇଁ ରହିଛି । ସେହିଭଳି ସ୍ୱତନ୍ତ୍ର ଜେଲ, ଖୋଲା ଜେଲ ଏବଂ ମହିଳା କାରାଗାରରେ ଯଥାକ୍ରମେ ୭୨୬୨, ୬୧୧୩ ଏବଂ ୬୫୧୧ କଏଦୀଙ୍କର କ୍ଷମତା ରହିଛି । ସର୍ବାଧିକ କଏଦୀ କେନ୍ଦ୍ରୀୟ ଜେଲରେ (୨.୨୦ ଲକ୍ଷ) ଏବଂ ପରେ ଜିଲ୍ଲା ଜେଲ (୨.୦୬ ଲକ୍ଷ) ଏବଂ ସବ୍ ଜେଲରେ (୩୮,୦୩୦) ରହିଥିଲେ । ମହିଳା ଜେଲରେ ଥିବା କଏଦୀଙ୍କ ସଂଖ୍ୟା ୩୬୫୨ ଥିଲା । ଜେଲଗୁଡିକରେ କ୍ଷମତାଠାରୁ ଅଧିକ କଏଦୀ ଜିଲ୍ଲା ଜେଲ୍ (୧୨୯.୭ ପ୍ରତିଶତ) ଏବଂ ପରେ କେନ୍ଦ୍ରୀୟ ଜେଲ୍ (୧୨୩.୯ ପ୍ରତିଶତ) ଏବଂ ସବ୍ ଜେଲ୍ (୮୪ .୪ ପ୍ରତିଶତ) ରହିଛି ।

ଜେଲ କର୍ମଚାରୀଙ୍କ ମଧ୍ୟରେ ଅନୁମୋଦିତ ଅଧିକାରୀଙ୍କ ସଂଖ୍ୟା (ଡିଜି/ ଅତିରିକ୍ତ ଡିଜି/ ଆଇଜି, ଡିଜି, ଏଆଇଜି, ଅଧୀକ୍ଷକ) ୭,୨୩୯ ରହିଥିବାବେଳେ ବାସ୍ତବରେ ଏହି ସଂଖ୍ୟା ମାତ୍ର ୪୮୪୦ ରହିଛି । ସେହିଭଳି ଜେଲ କ୍ୟାଡର କର୍ମଚାରୀ (ହେଡ ୱାର୍ଡର, ହେଡ ମ୍ୟାଟ୍ରନ, ୱାର୍ଡର) ଏବଂ ସଂଶୋଧନ କର୍ମଚାରୀ (ପ୍ରୋବେସନ ଅଫିସର କିମ୍ବା କଲ୍ୟାଣ ଅଧିକାରୀ, ସାଇକୋଲୋଜିଷ୍ଟ / ସାଇକ୍ରେଟିସ)ଙ୍କ ପାଇଁ ଅନୁମୋଦିତ ପଦବୀ ଯଥାକ୍ରମେ ୭୨,୨୭୩ ଏବଂ ୧ ,୩୦୭ ଥିବାବେଳେ ସେମାନଙ୍କର ପ୍ରକୃତ ସଂଖ୍ୟା ଯଥାକ୍ରମେ ୫୧,୧୨୬ ଏବଂ ୭୬୧ ରହିଛି । ସେହିଭଳି ଡାକ୍ତରୀ କର୍ମଚାରୀଙ୍କ ଅନୁମୋଦିତ ସଂଖ୍ୟା ମଧ୍ୟ ୩, ୩୨୦ ଥିବାବେଳେ ପ୍ରକୃତ ସଂଖ୍ୟା ୧, ୯୬୨ ରହିଛି ।

Be the first to comment

Leave a Reply

Your email address will not be published.


*