ଚୀନ୍ ସୀମାରେ କୌଶଳ ଦେଖାଇଲେ ପାରା କୋମାଣ୍ଡ ଫୋର୍ସ । ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଖବର ଓ ପାରା କୋମାଣ୍ଡ କଣ ତାହା ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା । ଚିନ୍ ସେନା ନିରନ୍ତର ବିବାଦୀୟ ସ୍ଥଳରୁ ହଟିଯାଇଥିଲେ ମଧ୍ୟ ଭାରତୀୟ ସେନା ସେଠାରେ ନିଜର ଉପସ୍ଥିତିକୁ ମଜବୁତ କରିଚାଲୁଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଲେହେର ପହଞ୍ଚିଥିବାବେଳେ ଭାରତୀୟ ସେନା ପାରା କୋମାଣ୍ଡର ତାଙ୍କ ଆଗରେ ଜରଦାର୍ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି । ଯେଉଁଠାରେ ଭାରତୀୟ ପାରା କୋମାଣ୍ଡର ଯୁଦ୍ଧ କୌଶଳ କରୁଥିଲେ, ସେଠାରୁ ୨ କିଲୋମିଟର ଦୂରରେ ଚୀନ୍ ସେନା ମୁତୟନ ଅଛି । ପାରା କୋମାଣ୍ଡର ପେଙ୍ଗଙ୍ଗ ହ୍ରଦ ନିକଟରେ ସର୍ଜିକାଲ ଷ୍ଟ୍ରାଇକ୍ ଅଭ୍ୟାସ କରିଥିଲେ ।

ପେଙ୍ଗଙ୍ଗ ହ୍ରଦ ପାଖରେ ଭାରତ ଓ ଚିନ୍ ସେନା ମୁହାଁମୁହିଁ ହୋଇଥିବାବେଳେ, ବର୍ତ୍ତମାନ ସେଠାରେ ଭାରତୀୟ ସେନା ଶକ୍ତି ପ୍ରଦର୍ଶନ କରୁଛି । ପୂର୍ବ ଲଦ୍ଦାକରେ ଭାରତ ଓ ଚିନ୍ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ସମୟରେ ପାରା କୋମାଣ୍ଡର ଆଗ୍ରା ଓ ଅନ୍ୟାନ୍ୟ ସ୍ଥାନରେ ଉପସ୍ଥିତ ଥିଲେ । ସ୍ଥିତି ଅଧିକ ବିଗିଡ଼ି ଯୁଦ୍ଧ ହେଲା ଭଳି ସ୍ଥିତି ଦେଖାଯିବାରୁ ସେମାନଙ୍କୁ ସେଠାକୁ ପଠାଯାଇଛି । ୧୩୮୦୦ ଫୁଟ୍ ଉଚ୍ଚରେ ପାରା କୋମାଣ୍ଡର ଏହି ଅଭ୍ୟାସ କରିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରା ଅଭ୍ୟାସକୁ ଦେଖିଥିଲେ । ଏଥିରେ ସ୍ଥଳ ସେନା ଓ ବାୟୁ ସେନାଙ୍କ ସୁନ୍ଦର ତାଳମେଳ ଦେଖିବାକୁ ମିଳିଥିଲା । ତେବେ ଚାଲନ୍ତୁ ଜାଣିବା ଏହି ପାରା କୋମାଣ୍ଡର କଣ ?

ପାରା କୋମାଣ୍ଡର ହେଉଛନ୍ତି ଭାରତୀୟ ସେନାର ପାରାଚୁଟ୍ ରେଜିମେଣ୍ଟର ସ୍ପେସିଆଲ ଫୋର୍ସର ୟୁନିଟ୍ । ସବୁଠାରୁ କଷ୍ଟସାଧ୍ୟ କାମ ହେଉଛି ପାରା କୋମାଣ୍ଡରଙ୍କ ସ୍ୱତନ୍ତ୍ର ଅପରେସନ୍ । ସିଧାସଳଖ କାର୍ଯ୍ୟ, ବନ୍ଧକ ସମସ୍ୟା, ଆତଙ୍କବାଦୀ ବିରୋଧୀ ଅପରେସନ୍, ଅସାଧାରଣ ଆକ୍ରମଣ, ସ୍ୱତନ୍ତ୍ର ଅନୁସନ୍ଧାନ ଅପରେସନ୍, ବିଦେଶରେ ଆଭ୍ୟନ୍ତରଣୀୟ ସୁରକ୍ଷା, ବିଦ୍ରୋହକୁ ଦମନ କରିବା, ଶତ୍ରୁକୁ ଖୋଜିବା ଏବଂ ବିନାଶ କରିବା ଏହି ବିଶେଷ ଫୋର୍ସ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ କାର୍ଯ୍ୟ ସଫଳତା ପୂର୍ବକ କରିଛନ୍ତି । ଏହା ହେଉଛି ପାରା କୋମାଣ୍ଡର ।