ଭାରତୀୟ ଏହି 10 ଜଣ ପ୍ରସିଦ୍ଧ ବାହୁବଲୀ ‘ରେସଲର୍’ WWE ମଞ୍ଚରେ ଜବାବ୍ ଦେଲେ ଇଂରେଜ ରେସଲରଙ୍କୁ !

ଭାରତୀୟ ଏହି 10 ଜଣ ପ୍ରସିଦ୍ଧ ବାହୁବଲୀ ‘ରେସଲର୍’ WWE ମଞ୍ଚରେ ଜବାବ୍ ଦେଲେ ଇଂରେଜ ରେସଲରଙ୍କୁ !

ଆମ ଦେଶରେ ଯେତେବେଳେ ଖେଳ କଥା ଆସେ ସମସ୍ତେ କ୍ରିକେଟରଙ୍କ ନାମ ନେଇଥାନ୍ତି କାରଣ କ୍ରିକେଟ୍ ଆମ ଦେଶର ସବୁଠାରୁ ଲୋକପ୍ରିୟ ଖେଳ ଏବଂ ଆମ ଦେଶର କ୍ରିକେଟରମାନେ ଦେଶପାଇଁ ବହୁତ ନାମ ଓ ଖ୍ୟାତି ଅର୍ଜନ କରିଛନ୍ତି । କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ କୌଣସି କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉନାହୁଁ ବରଂ ଆମ ଦେଶର କିଛି ପ୍ରସିଦ୍ଧ କୁସ୍ତିଯୋଦ୍ଧାଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ବାହୁବଳରେ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି । ଆସନ୍ତୁ ଜାଣିବା ଏହି ପ୍ରସିଦ୍ଧ ରେସଲରଙ୍କ ବିଷୟରେ…

ଦ ଗ୍ରେଟ୍ ଖଲି

୭ଫୁଟ ଉଚ୍ଚତା ବିଶିଷ୍ଟ ଭାରତୀୟ ହେଭିୱେଟ୍ ଚାମ୍ପିଅନ୍ ଗ୍ରେଟ୍ ଖଲିଙ୍କୁ କିଏ ବା ନ ଜାଣେ । ସେ ନିଜ କ୍ୟାରିୟରରେ ବହୁତ ସଫଳତା ହାସଲ କରିଛନ୍ତି ଏବଂ ଆମ ଦେଶ ପାଇଁ ବହୁତ ଗୌରବ ଆଣିଛନ୍ତି । ଖଲିଙ୍କ ପ୍ରକୃତ ନାମ ହେଉଛି ଦଲିପ୍ ସିଂ ରାଣା । ଯେତେବେଳେ ସେ ‘WWE’ରେ ଡେବ୍ୟୁ କରିଥିଲେ ସେଠାରେ ତାଙ୍କୁ କାଳୀ ନାମ ଦିଆଯାଇଥିଲା କିନ୍ତୁ ବିଦେଶୀମାନେ ଏହି ନାମ କହିପାରିଲେ ନାହିଁ ତେଣୁ ଖଲି ନିଜ ନାମ ବଦଳାଇ ଦେଲେ ଏବଂ ସେହି ଦିନଠାରୁ ଦଲିପ୍ ସିଂ ରାଣା ଦି ଗ୍ରେଟ୍ ଖଲି ହୋଇଗଲେ । ସେ ୨୦୦୦ ମସିହାରେ ଆମେରିକା ଚାଲିଯାଇଥିଲେ । ମାତ୍ର ୧୦ମିନିଟରେ ସେ ଅଣ୍ଡରଟେକରଙ୍କ ପରାସ୍ତ କରି ସମଗ୍ର ବିଶ୍ୱରେ ହଲ୍-ଚଲ୍ ସୃଷ୍ଟି କରିଦେଇଥିଲେ । ଏହାପରେ ସେ ବିଗ୍ ଶୋ, ମାର୍କ ହେନେରୀ ଏବଂ ବତିସ୍ତା ଭଳି କିମ୍ବଦନ୍ତୀ ରେସଲରଙ୍କୁ ପରାସ୍ତ କରି ‘WWE’ର ଟାଇଟଲ୍ ଜିତିଥିଲେ ।

ଜିନ୍ଦର୍ ମହଲ୍

ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି ଜିନ୍ଦର୍ ମହଲ୍ । ଜିନ୍ଦର୍ ମହଲ୍ ‘WWE’ରେ ଚାଲିଥିବା ୱାର୍ଲଡ଼ ଚାମ୍ପିଅନସିପ୍ ମ୍ୟାଚରେ ରାଣ୍ଡିଓର୍ଟନଙ୍କୁ ପରାସ୍ତ କରି ଚାମ୍ପିଅନସିପ୍ ଟାଇଟଲ୍ ଜିତିଥିଲେ ଏବଂ ଦେଶର ଦ୍ୱିତୀୟ ବୃହତ୍ତମ ରେସଲର୍ ଷ୍ଟାର୍ ହୋଇଥିଲେ । ସେ ୭୦୦ ‘WWE’ ମ୍ୟାଚରୁ ୫୯୦ଟି ମ୍ୟାଟ୍ ଜିତିଛନ୍ତି ।

ଗରୋଦୋବର୍ ସିଂ ସହୋତା/ଗାମା ସିଂ

ଗରୋଦୋବର ସିଂ ଓରଫ୍ ଗାମା ସିଂ ପ୍ରଥମ ଭାରତୀୟ ରେସଲର୍ ଯିଏକି ୧୯୮୦ ମସିହାରେ ‘WWE’ରେ ଅଂଶ ଗ୍ରହଣ କରିଥିଲେ ଏବଂ ପରେ ୬ବର୍ଷ ସେଠାରେ କାର୍ଯ୍ୟ କରିଥିଲେ ।

ଟାଇଗର୍ ଅଲି ସିଂ

ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି ଟାଇଗର୍ ଅଲି ସିଂ । ସେ ୧୯୯୭ମସିହାରେ ‘WWE’ରେ ଡେବ୍ୟୁ କରିଥିଲେ ଏବଂ ତାଙ୍କୁ ‘କୁଏତ୍ କପ୍’ ସମ୍ମାନରେ ସମ୍ମାନିତ କରାଯାଇଛି ।

ସତେନ୍ଦର୍ ଡାଗର୍ ଓରଫ୍ ଜିତ୍ ରାମା

ସତେନ୍ଦର ଡାଗର୍ ଓରଫ୍ ଜିତ୍ ରାମାଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ସେ ୨୦୧୫ରେ ଡେବ୍ୟୁ କରିଥିଲେ ଏବଂ ୨୦୨୫ମସିହାରେ ଏନଏକ୍ସଟିରେ ସାଇନ୍ କରିଥିଲେ ।

କବିତା ଦେବୀ

ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି ଦକ୍ଷିଣ ଏସୀୟ ଗେମ୍ସର୍ ୭୫କିଲୋଗ୍ରାମ୍ ଓଜନ ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇଥିବା କବିତା ଦେବୀ । କବିତା ଦେବୀ ‘WWE’ରେ ଅଂଶ ଗ୍ରହଣ କରିଥିବା ପ୍ରଥମ ଭାରତୀୟ ମହିଳା ପ୍ରତିଯୋଗୀ । କବିତା ଦେବୀ ପ୍ରସିଦ୍ଧ ରେସଲର୍ ଦି ଗ୍ରେଟ୍ ଖଲିଙ୍କ ଠାରୁ କୁସ୍ତି ଶିକ୍ଷା ନେଇଛନ୍ତି । କବିତାଙ୍କ ସ୍ୱାମୀଙ୍କ ନାମ ଗୌରବ ତୋମାର୍ । ଗୌରବ ଭାରତୀୟ ସୈନ୍ୟ ବାହିନୀରେ କାର୍ଯ୍ୟ କରୁଛନ୍ତି । ଗୌରବ ତାଙ୍କ ପତ୍ନୀ କବିତାଙ୍କୁ ସମ୍ପୂର୍ଣ୍ଣ ସମର୍ଥ କରନ୍ତି ଏବଂ ଏହି ଦମ୍ପତିଙ୍କର ମଧ୍ୟ ଏକ ପୁଅ ଅଛି ।

ସିଂ ବ୍ରଦର୍ସ (ସୁନୀଲ୍ ଏବଂ ସମୀର୍)

ସିଂ ବ୍ରଦର୍ସ ଭାବରେ ଜଣାଶୁଣା ଉଭୟ ଭାଇ ସୁନୀଲ୍ ଏବଂ ସମୀର୍ ଆଜି କୁସ୍ତି ଜଗତର ଉଦୀୟମାନ୍ କଳାକାର ଅଟନ୍ତି । ୨୦୧୬ମସିହାରେ ଏହି ଦୁଇ ଭାଇ ‘WWE’ରେ ଡେବ୍ୟୁ କରିଥିଲେ ।

ସୌରଭ୍ ଗୁଜ୍ଜର୍

‘ଟିଏନଏଏସ୍ ରିଙ୍ଗ କା କିଙ୍ଗ’ରୁ କ୍ୟାରିୟର୍ ଆରମ୍ଭ କରିଥିବା ସୌରଭ୍ ଗୁଜ୍ଜର୍ ମଧ୍ୟ ଏହି ତାଲିକାରେ ସାମିଲ୍ ଅଛନ୍ତି । ସେ ୨୦୧୮ମସିହାରେ ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ସୌରଭ୍ ଗୁଜ୍ଜର୍ ଏନଏକ୍ସଟିରେ ଟ୍ୟାଗ୍ ଟିମ୍ ‘ଇଣ୍ଡସ୍ ଶେର୍’ର ଅଂଶ ଅଟନ୍ତି ।

ରିଙ୍କୁ ସିଂ ରାଜପୁତ୍

ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି ରେସଲର୍ ରିଙ୍କୁ ସିଂ ରାଜପୁତଙ୍କର । ରିଙ୍କୁ ସିଂ ରାଜପୁତ୍ ୨୦୦୮ରେ ରିଅଲିଟି ଟିଭି ଶୋ ‘ମିଲିୟନ୍ ଡଲାର୍ ଆର୍ମ’ ଜିତିଥିଲେ । ବର୍ତ୍ତମାନ ରିଙ୍କୁ ସିଂ ରାଜପୁତ୍ ଏନଏକ୍ସଟିରେ ଟ୍ୟାଗ୍ ଟିମ୍ ‘ଇଣ୍ଡସ୍ ଶେର୍’ରେ ଯୋଗ ଦେଇଛନ୍ତି ।

ମହାବଲି ଶେରା

ଏହି ତାଲିକାର ପରବର୍ତ୍ତୀ ନାମ ହେଉଛି ମହାବଲି ଶେରା । ସେ ‘ଟିଏନଏ ରିଙ୍ଗ କା କିଙ୍ଗ’ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଆରଆରକେ ୱାର୍ଲ୍ଡ ହେଭିୱେଟ୍ ଚାମ୍ପିଅନସିପର୍ ବିଜେତା ହୋଇଥିଲେ ଏବଂ ୨୦୧୮ମସିହାରେ ଏନଏକ୍ସଟିରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *