ଲାଦାଖ ସଂଘର୍ଷ ପରେ ଭାରତୀୟ ସୈନ୍ୟ ବଢ଼ାଇଲେ ଯୁଦ୍ଧଭ୍ୟାସର ଶକ୍ତି, LAC ପାଖରେ ଗର୍ଜିଲା ଫାଇଟର ଜେଟ ।

ଲାଦାଖ ସଂଘର୍ଷ ପରେ ଭାରତୀୟ ସୈନ୍ୟ ବଢ଼ାଇଲେ ଯୁଦ୍ଧଭ୍ୟାସର ଶକ୍ତି, LAC ପାଖରେ ଗର୍ଜିଲା ଫାଇଟର ଜେଟ ।

ଲାଦାଖ ସୀମାରେ ସଂଘର୍ଷକୁ ବଢ଼ୁଥିବାର ଦେଖି ଭାରତୀୟ ସେନା ନିଜର ଯୁଦ୍ଧ ଅଭ୍ୟାସ ବଢ଼ାଇ ଦେଇଛନ୍ତି । ବାସ୍ତବରେ ଶୁକ୍ରବାର ଦିନ LAC ନିକଟବର୍ତ୍ତୀ ସ୍ଥାନ ମାନଙ୍କରେ ଆର୍ମି ଓ ବାୟୁସେନାର ଯୁଦ୍ଧ ବିମାନ ଏକାଠି ଯୁଦ୍ଧଭ୍ୟାସ କଲେ । ଏହାପରେ ଚୀନ ସୈନିକ ମାନଙ୍କ ହୃଦୟ ସ୍ପନ୍ଦନ ବଢ଼ିବାରେ ଲାଗିଛି । କୁହାଯାଉଛି ଯେ, ସେନା ଏହି ଯୁଦ୍ଧଭ୍ୟାସରେ ନିଜ ସହିତ ସୁଖୋଇ ଓ ଚିନୁକ ହେଲିକ୍ୟାପ୍ଟର ଭଳି ଯୁଦ୍ଧ ବିମାନ ସାମିଲ କରାଯାଇଛି । ଯୁଦ୍ଧଭ୍ୟାସର ଲକ୍ଷ୍ୟ ଦୁଇଟି ସେନା ମଧ୍ୟରେ ଏକାଠି ତାଳମେଳ ବଢାଇବା ଅଟେ। କାରଣ ଆଗକୁ ଯେକୌଣସି ପରିସ୍ଥିତିରେ ଶତ୍ରୁ ମାନଙ୍କୁ ଉଚିତ ଉତ୍ତର ଦିଆଯାଇପାରିବ । ବର୍ତ୍ତମାନ ଗତିରୋଧ କାରଣରୁ ଲାଇନ ଅଫ ଏକଚୁଆଲ କଣ୍ଟ୍ରୋଲ (LAC)ରେ ରକ୍ଷା କବଚକୁ କମ୍ କରାଯାଇପାରିବ ନାହିଁ । କାରଣ ବର୍ତ୍ତମାନ ମଧ୍ୟ ଗଲବାନ ଘାଟି, ପେଙ୍ଗଙ୍ଗ ଝରଣା ଓ ଦୌଲତ ବେଗ ସ୍ଥାନ ମାନଙ୍କରେ ଭାରତୀୟ ସୈନ୍ୟଙ୍କ ଏହି ଯୁଦ୍ଧଭ୍ୟାସକୁ ଦେଖି ଚୀନ ମଧ୍ୟ ଚିନ୍ତିତ ହୋଇଯାଇଛି ।

ବାସ୍ତବରେ ଏହି ବିମାନକୁ ବିଶେଷ କରି ଏପରି ପରିସ୍ଥିତି ପାଇଁ ପ୍ରସ୍ତୁତ କରାଯାଏ ଏବଂ ଯେତେବେଳେ ଯୁଦ୍ଧ ଭଳି ସ୍ଥିତି ସମ୍ମୁଖରେ ଥିବ । ଯଦିଓ ବର୍ତ୍ତମାନ ଭାରତୀୟ ସେନା କୌଣସି ପ୍ରକାରର ଅବହେଳା କରିପାରିବ ନାହିଁ । କିନ୍ତୁ ଶତ୍ରୁକୁ ଭୟରେ ଆଣିବା ପାଇଁ ଏହି ପ୍ରୟୋଗ ମଧ୍ୟ ଜରୁରୀ ଅଟେ । ଜଣାଇଦେଉଛୁ ଯେ, ଏହି ଯୁଦ୍ଧଭ୍ୟାସରେ ଚିନୁକ ହେଲିକ୍ୟାପ୍ଟର, ମିଗ-୧୭ ହେଲିକପ୍ଟର ଭଳି ଯୁଦ୍ଧ ବିମାନ ଅଂଶ ଗ୍ରହଣ କରୁଛି ।

GOOGLE

ଯୁଦ୍ଧ ଅଭ୍ୟାସ ସମୟରେ ସୁଖୋଇ-୩୦ ଆକାଶରେ ସୁରକ୍ଷା ବଳୟ ସୃଷ୍ଟି କରିଛନ୍ତି, ଯାହାପରେ ସେନାର ମାଲବାହକ ବିମାନ ରସଦ, ତୋପ ଓ ସିପାହୀ ମାନଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ କୋଆର୍ଡିନେସନ ଅପେରେସନକୁ ଆରମ୍ଭ କରାଯାଇଛି ।

ଲାଇନ ଅଫ ଏକଚୁଆଲ କଣ୍ଟ୍ରୋଲ (LAC) ଉପରେ ଗୋମ୍ଭୀର ପରିସ୍ଥିତି ଯୋଙ୍ଗୁ ଭାରତୀୟ ସେନା ଓ ବାୟୁସେନାର ମଧ୍ୟରେ ଯୁଦ୍ଧ ଅଭ୍ୟାସ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । କୁହାଯାଉଛି ଯେ ସେନା ବର୍ତ୍ତମାନ ଲଗାତାର LACରେ ନିଜ ଅଭ୍ୟାସ ଜାରି ରଖିବ। ଏଥିପାଇଁ ପୂର୍ବରୁ ଚିନୁକ ଓ ଅପାଚେ ହେଲିକ୍ୟାପ୍ଟରକୁ ସାମିଲ କରାଯାଇଥିଲା, ବର୍ତ୍ତମାନ ସୁଖୋଇ ମଧ୍ୟ ଏଥିରେ ସାମିଲ ହୋଇଯାଇଛି ।

Leave a Reply

Your email address will not be published. Required fields are marked *