ଚୀନ ସୀମାରେ ନିୟୋଜିତ ଭାରତୀୟ ସୈନ୍ୟମାନେ ଦେଶର ଜନତାଙ୍କୁ ମାଗିଲେ ଏହି ସାହାଯ୍ୟ ! ଭିଡ଼ିଓ ହେଲା ଭାଇରଲ୍…

ଚୀନ ସୀମାରେ ନିୟୋଜିତ ଭାରତୀୟ ସୈନ୍ୟମାନେ ଦେଶର ଜନତାଙ୍କୁ ମାଗିଲେ ଏହି ସାହାଯ୍ୟ ! ଭିଡ଼ିଓ ହେଲା ଭାଇରଲ୍…

ବର୍ତ୍ତମାନ ଚୀନ ଓ ଭାରତ ସୀମାରେ ଉତ୍ତେଜନା ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ସଂଘର୍ଷ ଲାଗି ରହିଛି । ଏହାର ସୂତ୍ରପାତ ସେହି ସମୟରେ ହେଲା ଯେତେବେଳେ ୧୫ ଜୁନରେ ଲାଦାଖର ଗଲବାନ ଘାଟିରେ ଚୀନୀ ସୈନ୍ୟମାନେ ଭାରତୀୟ ସେନା ଉପରେ ବର୍ବରତାର ସହ ଆକ୍ରମଣ କରିଥିଲେ । ଏହି ହିଂସାକାଣ୍ଡରେ ଆମ ଦେଶର ୨୦ ଜଣ ଯବାନ ଶହୀଦ ହୋଇଗଲେ । ଏହାପରେ ଠାରୁ ଭାରତ ଚୀନ ସୀମାରେ ଉତ୍ତେଜନା ଲାଗି ରହିଛି । କିନ୍ତୁ ଏହିସବୁ ହେବ ସତ୍ତ୍ୱେ ମଧ୍ୟ ଚୀନ ନିଜର ବାସ୍ତବିକ ନିୟନ୍ତ୍ରଣ ରେଖାରେ ସୈନିକ ସଂଖ୍ୟା ବୃଦ୍ଧି କରିବାରେ ଲାଗିଲା । ଏମିତିରେ ଭାରତ ମଧ୍ୟ ବର୍ତ୍ତମାନ ୩,୪୮୮ କିଲୋମିଟର ଦୀର୍ଘ ଏଲଏସି (LAC)ରେ ନିଜ ଯବାନମାନଙ୍କ ସଂଖ୍ୟା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି ।

ଭାରତୀୟ ସୈନିକମାନେ ଦେଲେ ଦେଶର ଜନତାକୁ ସନ୍ଦେଶ :

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭାରତୀୟ ଯବାନଙ୍କ ଭିଡ଼ିଓ ଭାଇରଲ୍ ହେଉଛି । ଏହି ଯବାନ, ଚୀନ ସୀମାରେ ଡ୍ୟୁଟି ସମୟରେ ନିଜର ଏକ ଭିଡ଼ିଓ ତିଆରି କରିଛନ୍ତି । ଏହି ଭିଡ଼ିଓରେ ସେ ଦେଶର ଜନତାଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଚୀନ ଆପ୍ଲିକେଶନ (China App) ଓ ଚୀନ ଦେଶର ନିର୍ମିତ ବସ୍ତୁ (Product) ଗୁଡ଼ିକୁ ବଏକୋଟ୍ କରିଦିଅନ୍ତୁ ଅର୍ଥାତ ବ୍ୟବହାର କରନ୍ତୁ ନାହିଁ । ଯବାନ ନିଜେ ଏହି ଭିଡ଼ିଓ ରେକର୍ଡ କରି କହୁଛନ୍ତି । ବର୍ତ୍ତମାନ ଯବାନର ଏଭଳି କୋହଭରା ଅନୁରୋଧ FACEBOOKରେ ଭାଇରଲ୍ ହେଉଛି ।

ଚାଇନା ଆପ୍ଲିକେଶନ୍ ଓ ସାମଗ୍ରୀକୁ ବ୍ୟବହାର କରନ୍ତୁ ନାହିଁ :

ଏହି ଭିଡ଼ିଓରେ ଯବାନ ଜଣକ କହୁଛନ୍ତି, “ହେଲୋ ବନ୍ଧୁଗଣ ! ଆମେ ସମସ୍ତେ ଚାଇନା ସୀମା ଆଡକୁ ଗତି କରୁଛୁ । ଚୀନ ସୀମା ଅଭୁମୁଖେ ଯିବାକୁ ରାସ୍ତା ନାହିଁ କିନ୍ତୁ ଆମକୁ ଏହି ସଡ଼କ ସାହାଯ୍ୟରେ ଯିବାକୁ ପଡ଼ିବ । ଏହି ସ୍ଥାନରେ ପହଞ୍ଚିବା ପରେ ମାର୍ଗ ଅର୍ଥାତ ରାସ୍ତା ସଂପୂର୍ଣ୍ଣ ଶେଷ ହୋଇଯାଏ । ଏହାପରେ ଏପରି ପାହାଡ଼ ଅତିକ୍ରମ କରି ଆମକୁ ଯିବାକୁ ପଡ଼ିଥାଏ ଏବଂ ଏହା ଆମର ଟ୍ରକ୍ ଅଟେ ଯେଉଁଥିରେ ଆମେ ସବୁ ଯାଉଛୁ । ତେବେ ଆପଣ ସେଠାରେ ଖୁସିରେ ରୁହନ୍ତୁ ଏବଂ ଆମେ ଏଠାରେ ଦେଶ ପାଇଁ କିଛି ନା କିଛି କରୁଛୁ । ଆପଣ ସମସ୍ତେ ସେଠାରେ ରହି ଆମକୁ କିଛି ସାହାଯ୍ୟ କରନ୍ତୁ, ବେଶି କିଛି ନାହିଁ କେବଳ ଚାଇନା ଏପ୍ (China App) ଗୁଡ଼ିକୁ ଡିଲିଟ୍ (Delete) କରିଦିଅନ୍ତୁ ବନ୍ଧୁଗଣ । ସେସବୁକୁ ବ୍ୟବହାର କରନ୍ତୁ ନାହିଁ । ବଏକୋଟ୍ କର ସବୁ ଚାଇନା ଏପକୁ । ଚାଇନା ସାମଗ୍ରୀ ଗୁଡ଼ିକୁ ମଧ୍ୟ ବ୍ୟବହାର କରନାହିଁ ।”

ଯବାନ ଜଣକ ଆଗକୁ କହିଛନ୍ତି ଯେ, “ନିଜ ହୃଦୟରେ ଦେଶପ୍ରେମ ଭାବ ଜାଗ୍ରତ କର… ଆମେ ମଧ୍ୟ ଏଠାରେ ଏକ ଦେଶଭକ୍ତ ଭାବେ ଅଛୁ । ଏତେ କଷ୍ଟକର ସ୍ଥାନରେ ଆମେ ଆମ ଦାୟିତ୍ଵ ବହନ କରୁଛୁ । ଆପଣ କେବଳ ଘରେ ରହି ନିଜ ଆଙ୍ଗୁଠିରେ ତାଙ୍କୁ ବଏକୋଟ୍ କରିପାରିବେ । ଅନୁରୋଧ କରୁଛି; ଡିଲିଟ୍ କରନ୍ତୁ ଆମକୁ ଭଲ ଲାଗିବ ଓ ଆମର ସାହସ ବଢ଼ିବ । ଆମକୁ ମଧ୍ୟ ସାହାଯ୍ୟ ମିଳିବ । ଏତିକି କହି ସେ ବାଏ ବୋଲି କହିଛନ୍ତି ।”

ଭିଡ଼ିଓ ହେଲା ଭାଇରଲ୍ :

ଏହି ଭିଡ଼ିଓକୁ ଫେସବୁକରେ ରାଜୀବ ଝାଖଡ଼ ନାମକ ଏକ ୟୁଜର୍ ସେୟାର କରିଛନ୍ତି । ଭିଡ଼ିଓ ସେୟାର କରି କେପ୍ସନରେ ସେ ଲେଖିଛନ୍ତି ଯେ, “ବନ୍ଧୁଗଣ ! ଏ ଭାଇର କଥା ଶୁଣନ୍ତୁ ।” ଏହି ଭିଡ଼ିଓ ଲୋକଙ୍କୁ ବହୁତ ପସନ୍ଦ ଆସୁଅଛି । ଭିଡ଼ିଓକୁ ଫେସବୁକରେ ୨୫ ଜୁନରେ ସେୟାର କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୨୬ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଦେଖି ସାରିଛନ୍ତି ଏବଂ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ସେୟାର କରିଛନ୍ତି । ଏହା ସହିତ ୬୨ ହଜାରରୁ ଅଧିକ ଲୋକ ଏହି ଭିଡ଼ିଓକୁ ଲାଇକ କରି ଚୀନ ସାମଗ୍ରୀ ଗୁଡ଼ିକୁ ବ୍ୟବହାର ନ କରିବେ ବୋଲି କହିଛନ୍ତି ଓ ସମର୍ଥନ ଜଣାଇଛନ୍ତି ।

ଆଶା କରୁଛୁ ଯେ ଆପଣମାନେ ଆମ ଭାରତୀୟ ଯବାନଙ୍କ ଏହି କଥାକୁ ବୁଝି ଯାଇଥିବେ । ତେବେ ଆଉ ବିଳମ୍ବ ନ କରି ନିଜ ଫୋନରୁ ଚାଇନା ଏପ୍ ଗୁଡ଼ିକୁ ଅନଇଂଷ୍ଟଲ କରନ୍ତୁ ଏବଂ ଚୀନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *