କରୋନ ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଛି । କେତେ ନିରୀହ ଜନତା ସମେତ ବଡ ବଡ ସେଲିବ୍ରେଟିଙ୍କ ମଧ୍ୟ ଜୀବନ ନେଇଛି । କୋରନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି, ଚୀନର ବୁହାନ ସହରରୁ ବିସ୍ତାରିତ କୋରନା ଭୂତାଣୁ କେଜାଣି କେବେ ସମାପ୍ତ ହେବ ? ବର୍ତ୍ତମାନ ଏଥିମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ଭାରତୀୟ ଦଳର କ୍ରିକେଟର ସିଦ୍ଧାନ୍ତ ଡୋବଲାଙ୍କ ବାପା ସଞ୍ଜୟ ଡୋବଲା ମଧ୍ୟ କୋରନାରେ ମୃତ୍ୟୁବରଣ କରିଛନ୍ତି । କୁହାଯାଉଛି ଯେ, ସଞ୍ଜୟ କୋରନାରେ ପୀଡିତ ଥିଲେ । ସେ ଚିକିତ୍ସିତ ଅବସ୍ଥାରେ ସୋମବାର ଦିନ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ଯାହାପରେ ସମ୍ପୂର୍ଣ୍ଣ କ୍ରୀଡା ଜଗତରେ ହଇଚଲ୍ ସୃଷ୍ଟି ହୋଇଯାଇଛି । ଏଥି ସହିତ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଆପଣଙ୍କୁ ଜଣେଇ ଦେଉଛୁ ଯେ ସଞ୍ଜୟ ଡୋବଲା ନିଜେ ଦିଲ୍ଲୀର ଏକ ଜଣାଶୁଣା କ୍ଲବର କ୍ରିକେଟର ଏକ ଅଂଶ ଥିଲେ, ସେ ଦିଲ୍ଲୀର ଅଣ୍ଡର ୨୩ ବର୍ଷୀୟ ଦଳର ସପୋର୍ଟ ଷ୍ଟାଫ ଥିଲେ । ଡିଡିସିଏସର ଜଣେ ଅଧିକାରୀ କହିଛନ୍ତି ଯେ ସଞ୍ଜୟ ଡୋବଲାଙ୍କ ଠାରେ କୋରନା ଲକ୍ଷଣ ଥିବା ଦେଖିବାକୁ ମିଳିଥିଲା, ତାଙ୍କୁ ପ୍ରଥମେ ବାହାଦୂରଗଡର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏହାପରେ ଦିଲ୍ଲୀର ଦ୍ଵାରିକା ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଚିକିତ୍ସିତ ଅବସ୍ଥାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଆପଣଙ୍କୁ କହିଦେଉଛୁ ଯେ ସଞ୍ଜୟ ଡୋବଲାଙ୍କୁ ପ୍ଲାଜ୍ମା ଦାନ କରିବା ପାଇଁ ଗୌତମ ଗମ୍ଭୀର, ସହବାଗ ଏବଂ ମିଥୁନ ମହ୍ନାସ ଟ୍ୱିଟ ମାଧ୍ୟମରେ ଆବେଦନ କରିଥିଲେ । ଡୋବଲା ଏୟାରଇଣ୍ଡିଆ ପାଇଁ ଖେଳିବା ପରେ ଜୁନିୟର କ୍ରିକେଟରଙ୍କ କୋଚିଂ ଦେବା ଆରମ୍ଭ କରିଥିଲେ, ବିସିସିଆଇ (BCCI)ର ପୂର୍ବତନ ଅଧ୍ୟକ୍ଷ ସି.କେ.ଖାନା, ପୂର୍ବତନ କ୍ରିକେଟର ମଦନ ଲାଲ ମଧ୍ୟ ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ।
Sad to hear about Sanjay Dobhal passing away. A very helpful person & a cricket lover. May his soul RIP OM Shanti https://t.co/CcwwUGTnEt
— Madan Lal (@MadanLal1983) June 29, 2020
ଏଥି ସହିତ ଦିଲ୍ଲୀର ପୂର୍ବତନ ଅଲରାଉଣ୍ଡର କ୍ରିକେଟର ସଞ୍ଜୟ ଡୋବଲାଙ୍କ ନିଧନ କ୍ରୀଡା ଜଗତକୁ ଏକ ବଡ ଧରଣର ଝଟକା ଲାଗିଛି, ତାଙ୍କ ପରିବାରରେ ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି ଏବଂ ତାଙ୍କର ଦୁଇଟି ଯାକ ପୁଅ କ୍ରିକେଟ ଖେଳନ୍ତି ।ବଡ ପୁଅ ସିଦ୍ଧାନ୍ତ ରାଜସ୍ଥାନ ପାଇଁ ଖେଳୁଥିବା ବେଳେ ସାନ ପୁଅ ଏକାଂଶ ଦିଲ୍ଲୀ ପାଇଁ ଅଣ୍ଡର ୨୩ ବର୍ଷୀୟ ଦଳରେ କ୍ରିକେଟ ଖେଳନ୍ତି ।

କୁହାଯାଉଛି ଯେ ସଞ୍ଜୟ ଡୋବଲା ଫିରୋଜଶାହା କୋଟଲା ଯାହା ବର୍ତ୍ତମାନ (ଅରୁଣ ଜେଟଲି ଷ୍ଟାଡିୟମ) ନାମରେ ନାମିତ ।ସେ ସେଠାରେ ନିଜ କ୍ୟାରିୟରରେ ବହୁତ ଅଭ୍ୟାସ କରିଥିଲେ । ଦିଲ୍ଲୀର କ୍ରିକେଟର ଗୌତମ ଗମ୍ଭୀର, ସହବାଗ ଏବଂ ମିଥୁନ ମହ୍ନାସଙ୍କ ବେଶ ଲୋକପ୍ରିୟ ଥିଲେ ।