ବିବାହିତ ପୁରୁଷଙ୍କୁ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଜ୍ଵାଲା ଗୁଟ୍ଟା !

ବିବାହିତ ପୁରୁଷଙ୍କୁ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଜ୍ଵାଲା ଗୁଟ୍ଟା !

ଭାରତର ବ୍ୟାଡମିଣ୍ଟନ୍ ଖେଳାଳି ଜ୍ଵାଲା ଗୁଟ୍ଟା ଚଳିତ ମାସରେ ଅଭିନେତା ବିଷ୍ଣୁ ବିଶାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଖବର ଅନୁଯାୟୀ ଏହି ମାସ ୨୨ତାରିଖରେ ଦୁହିଙ୍କର ବିବାହ ହେବ । ଏହି ଦମ୍ପତି ନିଜ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଦ୍ୱାରା ସମସ୍ତଙ୍କୁ ଏହି ସୂଚନା ଦେଇଛନ୍ତି । ଜ୍ଵାଲା ଏବଂ ବିଶାଲ୍ ୨୨ଏପ୍ରିଲରେ ପରସ୍ପର ବିବାହ ବନ୍ଧନରେ ବାନ୍ଧିହେବେ ।

ଉଭୟଙ୍କ ପରିବାର ଲୋକ ଏବଂ କିଛି ଘନିଷ୍ଠ ବନ୍ଧୁ ଏହି ବିବାହରେ ଯୋଗ ଦେବେ । ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ଜ୍ଵାଲା ଗୁଟ୍ଟାଙ୍କ ବିଷୟରେ ତ ଅନେକ ଲୋକ ଜାଣିଥିବେ କିନ୍ତୁ ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ତାଙ୍କ ବିଷୟରେ ବୋଧହୁଏ ବହୁତ କମ୍ ଲୋକ ଜଣିଥିବେ । ତେଣୁ ଆଜି ଆମେ ଆପଣଙ୍କୁ ତାଙ୍କ ସ୍ୱାମୀ ବିଷ୍ଣୁ ଵିଶାଙ୍କ ବିଷୟରେ କହିବାକୁ ଯାଉଛୁ । ଅଭିନେତା ବିଷ୍ଣୁ ବିଶାଲଙ୍କ ପ୍ରକୃତ ନାମ ହେଉଛି ବିଶାଲ୍ କୁଣ୍ଡବାଲା ।

ସେ ୧୭ ଜୁଲାଇ ୧୯୮୪ରେ ତାମିଲନାଡୁର ଭେଲୋରରେ ଜନ୍ମଗ୍ରହଣ କରିଥିଲେ । ବିଷ୍ଣୁ ଜଣେ ଅଭିନେତା ଓ ଫିଲ୍ମ ପ୍ରଯୋଜକ । ବିଶାଲ୍ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ଅଭିନେତା ବିଷ୍ଣୁ ଵିଶାଲ୍ ଜ୍ଵାଲା ଗୁଟ୍ଟାଙ୍କୁ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ୨୦୧୦ ମସିହା ଡିସେମ୍ବର-୨ରେ ରଜନୀ ନଟରାଜଙ୍କୁ ବିବାହ କରିଥିଲେ । ଦୁହେଁ ପରସ୍ପରକୁ କଲେଜରେ ଭେଟିଥିଲେ ଏବଂ ଚାରି ବର୍ଷ ଯାଏ ଉଭୟ ପରସ୍ପରକୁ ଡେଟ୍ କରୁଥିଲେ । ରଜନୀ ଅଭିନେତା କେ ନଟରାଜଙ୍କ ଝିଅ ।

୨୦୧୭ମସିହାରେ ଅଭିନେତା ବିଷ୍ଣୁ ବିଶାଲ୍ ଏବଂ ରଜନୀଙ୍କର ଏକ ପୁଅ ହୋଇଥିଲା । ୨୦୧୮ମସିହାରେ ପୁଅ ଜନ୍ମ ହେବା ପରେ ଦୁହେଁ ବିନା କାରଣରେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ଏହାପରେ ୨୦୨୦ରେ ବିଷ୍ଣୁ ଏବଂ ଜ୍ଵାଲା ଗୁଟ୍ଟାଙ୍କର ନିର୍ବନ୍ଧ ହୋଇଥିଲା । ଏବେ ଦୁହେଁ ବିବାହ କରିବାକୁ ଯାଉଛନ୍ତି । ବିଶାଲ୍ ୨୦୦୯ମସିହାରେ ‘ଵୋନିଲା କାବାଦି କୁଜୁ’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘ବାଲେ ପାଣ୍ଡିଆ’, ‘ଦ୍ରୋହି’, ‘କୁଲାନାରୀ କୋଟମ୍’, ‘ନୀରପରୱଇ’, ‘ଜିୱା’ ଏବଂ ‘ଇନ୍ଦୁ ନେତୃ ନାଲଇ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ବିଶାଲଙ୍କ ପରିବାର ବିଷୟରେ କହିବାକୁ ଗଲେ ତାଙ୍କ ପିତା ତାମିଲନାଡୁର ଜଣେ ପୋଲିସ୍ କର୍ମଚାରୀ ଥିଲେ । ବିଷ୍ଣୁ MBA କରିଥିଲେ ଏବଂ କ୍ରିକେଟରେ କ୍ୟାରିୟର୍ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ସେ TNCA ତରଫରୁ ଅନେକ ମ୍ୟାଚ୍ ଖେଳିଥିଲେ । ଏହି ସମୟରେ ତାଙ୍କୁ ଆଘାତ ଲାଗିଲା ଏବଂ ତାଙ୍କ କ୍ରିକେଟ୍ କ୍ୟାରିୟର୍ ସେଠାରେ ଶେଷ ହୋଇଯାଇଥିଲା ।

କ୍ରିକେଟରୁ ଆସି ସେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଥିଲେ । ସେ ଅଭିନୟରେ ଆସିବା ମାତ୍ରେ ପ୍ରଥମେ ତାଙ୍କ ନାମ ବଦଳାଇ ବିଷ୍ଣୁ ବିଶାଲ୍ କରିଥିଲେ । ବିଶାଲ୍ ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ହାଥୀ ମେରେ ସାଥୀ’ରେ ନଜର ଆସିବେ । ଜ୍ଵାଲା ଗୁଟ୍ଟା ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ଜନ୍ମ ପରେ ସେ ହାଇଦ୍ରାବାଦରେ ରହୁଥିଲେ । ହାଇଦ୍ରାବାଦରେ ରହିବା ବେଳଠୁ ସେ ବ୍ୟାଡମିଣ୍ଟନ୍ ଖେଳିବା ଆରମ୍ଭ କରିଥିଲେ ।

୨୦୧୧ରେ ଜୱାଲା ଗୁଟ୍ଟା ତାଙ୍କ ସ୍ୱାମୀ ଚେତନ୍ ଆନନ୍ଦଙ୍କଠାରୁ ଅଲଗା ହୋଇଥିଲେ । ଜ୍ଵାଲା ପ୍ରାୟତ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ନିୟୁଜରେ ରହିଥା’ନ୍ତି । ବ୍ୟାଡମିଣ୍ଟନ୍ ଖେଳିବା ସମୟରେ ଜ୍ଵାଲା ଗୁଟ୍ଟା ବ୍ୟାଡମିଣ୍ଟନ୍ ଖେଳାଳି ଚେତନ୍ ଆନନ୍ଦଙ୍କ ପ୍ରେମରେ ପଡିଥିଲେ । ପରେ ସେ ତାଙ୍କଠାରୁ ଅଲଗା ହୋଇଗଲେ । ଜ୍ଵାଲା ଗୁଟ୍ଟାଙ୍କର ପୂର୍ବତନ ଭାରତୀୟ କ୍ରିକେଟର୍ ଅଜହରୁଦ୍ଦିନଙ୍କ ସହ ମଧ୍ୟ ସମ୍ପର୍କ ଥିଲା । ତେବେ ଜ୍ଵାଲା ଏବଂ ଅଜହରୁଦ୍ଦିନ୍ ଏହାକୁ ଅସ୍ୱୀକାର କରିଛନ୍ତି ।

Leave a Reply

Your email address will not be published. Required fields are marked *