ସୀମା ତିକ୍ତତା ମଧ୍ୟରେ ଭାରତ, ଋଷ ଠାରୁ କ୍ରୟ କରିବ ୩୩ଟି ଯୁଦ୍ଧ ବିମାନ ! ପ୍ରଧାନମନ୍ତ୍ରୀ ମୋଦୀ ପୁତିନଙ୍କ ସହିତ କଥାବାର୍ତ୍ତା କରିଛନ୍ତି !

ସୀମା ତିକ୍ତତା ମଧ୍ୟରେ ଭାରତ, ଋଷ ଠାରୁ କ୍ରୟ କରିବ ୩୩ଟି ଯୁଦ୍ଧ ବିମାନ ! ପ୍ରଧାନମନ୍ତ୍ରୀ ମୋଦୀ ପୁତିନଙ୍କ ସହିତ କଥାବାର୍ତ୍ତା କରିଛନ୍ତି !

ନୂଆଦିଲ୍ଲୀ: ଲଦ୍ଦାଖ ଠାରେ ଚୀନ ସହିତ ତିକ୍ତତା ମଧ୍ୟରେ ଭାରତ, ଋଷ ଠାରୁ ୩୩ଟି ଲଢ଼ୁଆ ବିମାନ କିଣିବାକୁ ନିର୍ଣ୍ଣୟ ନେଇଛି । ଏହି ଅନୁଯାୟୀ ୨୧ଟି ମିଗ୍-୨୯ ଏବଂ ୧୨ଟି ସୁଖୋଈ-୩୦ ଏମକେଆଈ ଯୁଦ୍ଧ ଏୟାରକ୍ରାଫ୍ଟ କ୍ରୟ କରାଯିବ । ଏହି ମଧ୍ୟରେ ଋଷର ରାଷ୍ଟ୍ରପତି ବ୍ଲାଦିମୀର ପୁତିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ହୋଇଛି । ଉଭୟଙ୍କ କଥାବାର୍ତ୍ତା ମଧ୍ୟରେ ପୁତିନ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ବିଶିଷ୍ଟ ରଣନୀତିକ ସହଭାଗୀତା ନିମନ୍ତେ ପ୍ରତିବଦ୍ଧ ଅଟେ । ଦୁଇ ନେତା ଦ୍ଵିପାକ୍ଷୀୟ ଚିକ୍ତିନାମାକୁ ଗତି ଦେବାକୁ ସହମତ ଅଟନ୍ତି । ଏହି ବର୍ଷ ଭାରତରେ ଦୁଇ ଦେଶର ଦ୍ଵିପାକ୍ଷୀୟ ଶିଖର ବାର୍ତ୍ତା ମଧ୍ୟ ହେବାକୁ ଅଛି ।

ସୀମାରେ ତିକ୍ତତା :

ଏଥି ମଧ୍ୟରେ ଲାଇନ୍ ଅଫ୍ ଏକଚ୍ୟୁଆଲ୍ୟ କଣ୍ଟ୍ରୋଲ୍ (LAC) ନିକଟରେ ଚୀନ ନିଜ ସୈନିକମାନଙ୍କ ସଂଖ୍ୟା ଏବଂ ଶକ୍ତିକୁ ଦୁଇଗୁଣା ବୃଦ୍ଧି କରିଛି । ଗଲୱାନ୍ ଘାଟିରେ ଚୀନ ନା କେବଳ ସୈନିକମାନଙ୍କ ସଂଖ୍ୟା ବଢ଼ାଇଛି ବରଂ ଗ୍ରାଉଣ୍ଡ-ଟୁ-ଏୟାର ମିସାଇଲ, ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ଜବରଦସ୍ତ ନିୟୋଜନ ମଧ୍ୟ କରିଛି । ଆକସାଇ ଚିନ୍‌ର ଖୁର୍ନାକ ଦୁର୍ଗରେ ବହୁ ସଂଖ୍ୟକ ଚୀନ୍ ସୈନ୍ୟ ଏକତ୍ରିତ ହୋଇଛନ୍ତି । ରକେଟ୍ ଫୋର୍ସର ବଡ଼ ସଂଖ୍ୟା ମଧ୍ୟ LAC ନିକଟକୁ ଅଣାଯାଇଛି ।

Google

ଗଲୱାବାନ ଘାଟିରେ ଲମ୍ବା ଦୂର ପର୍ଯ୍ୟନ୍ତ ଗ୍ରାଉଣ୍ଡ-ଟୁ-ଏୟାର ପର୍ଯ୍ୟନ୍ତ ମାଡ଼ କରିବାକୁ ଥିବା HQ-୯ ଏବଂ HQ-୧୬ ମିଶାଇଲ ଗୁଡ଼ିକୁ ନିୟୋଜିତ କରାଯାଇଛି । HQ-୯ ମିଶାଇଲର ବ୍ୟବଧାନ ୨୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି ଏବଂ ଏହାର ରାଡ଼ାର୍ ଫାଇଟର ଏୟାରକ୍ରାଫ୍ଟ, ହେଲିକ୍ୟାପ୍ଟର, ସ୍ମାର୍ଟ ବୋମା ଏବଂ ଡ୍ରୋନକୁ ବହୁତ ସହଜରେ ଧରିପାରେ । HQ-୧୬ ମଧ୍ୟ ଦୂର ପର୍ଯ୍ୟନ୍ତ ମାଟି ଠାରୁ ବାୟୁ ପର୍ଯ୍ୟନ୍ତ ମାଡ଼ କରିବା ପରି ମିଶାଇଲ ଅଟେ, ଯାହାର ବ୍ୟବଧାନ ୪୦ କିଲୋମିଟର ପର୍ଯ୍ୟନ୍ତ ଅଟେ । ଚୀନ ନିଜର ରକେଟ୍ ଫୋର୍ସ ଉପରେ ସବୁଠାରୁ ଅଧିକ ବିଶ୍ୱାସ କରୁଛି । ୨୦୧୬ ମସିହାରେ ପିପୁଲସ୍ ଲିବରେଶନ୍ ଆର୍ମୀ ରକେଟ୍ ଫୋର୍ସ-୯ (PLARF)କୁ ଅଲଗା ସଂଗଠନ ପ୍ରସ୍ତୁତ କରାଯାଇଛି ଏବଂ ଏହା ନିକଟରେ ଦୁନିଆର ସବୁଠାରୁ ବଡ଼ ରକେଟର ଭଣ୍ଡାର ରହିଛି । ଚୀନ ମଧ୍ୟ ନିଜର ଭାରୀ ତୋପଖାନାକୁ ମଧ୍ୟ ଏଲଏସୀ ନିକଟରେ ଏହିପରି ସ୍ଥାନମାନଙ୍କରେ ନିୟୋଜିତ କରିଛି ଯେଉଁଠାରୁ ଗାଲୱାନ୍ ଘାଟି ଏବଂ ପୈଙ୍ଗଙ୍ଗ ହ୍ରଦ କୂଳରେ ଥିବା ଭାରତୀୟ ସେନାର ଠିକଣା ମାନଙ୍କରେ ଅତ୍ୟଧିକ ଗୋଳାବାରୁଦ କରାଯାଇପାରିବ ।

Leave a Reply

Your email address will not be published. Required fields are marked *