ଏକ ଖୁସି ଖବର : ଭାରତକୁ ଏହି ଦିନ ମିଳିପାରେ କରୋନା ଟିକା !

ଏକ ଖୁସି ଖବର : ଭାରତକୁ ଏହି ଦିନ ମିଳିପାରେ କରୋନା ଟିକା !

ସମୟ କ୍ରମେ କରୋନା ଭୂତାଣୁର ପ୍ରକୋପ ଲଗାତାର ବଢ଼ିବାରେ ଲାଗିଛି । ବର୍ତ୍ତମାନ ଅଳ୍ପ କେତେକ ସ୍ଥାନରେ ସ୍ଥିତି ସାମାନ୍ଯ ଭଲ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ମଧ୍ୟ ଏହା ସ୍ପଷ୍ଟ କରିସାରିଛନ୍ତି ଯେ, ଯେତେ ପର୍ଯ୍ୟନ୍ତ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ହେବ ନାହିଁ, ସେହି ସମୟ ପର୍ଯ୍ୟନ୍ତ ଏହି ମହାମାରୀରୁ ମୁକ୍ତି ପାରିବା କଷ୍ଟକର । ବର୍ତ୍ତମାନ ସମସ୍ତ ବିଶ୍ୱର ବୈଜ୍ଞାନିକମାନେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ଏବଂ କରୋନା ପ୍ରତିଷେଧକ ଟୀକା ଗବେଷଣାକୁ ନେଇ ସମସ୍ତ ନିତନିଖ ଖବର ଆସିବା ଜାରି ରହିଛି । ଏଥିମଧ୍ୟରେ ରୁଷ ଦାବି କରିଛି ଯେ, ଏହି ମାସରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସବୁଠାରୁ ପ୍ରଥମେ କରୋନା ପ୍ରତିଷେଧକ ଉପଲବ୍ଧ କରାଯିବ । ଏହାପରେ ଅକ୍ଟୋବରରୁ ସାଧାରଣ ଲୋକଙ୍କ ପାଇଁ କରୋନା ପ୍ରତିଷେଧକ ଉପଲବ୍ଧ କରାଯିବ ।

google

ଏହା ସହିତ ଅକ୍ସଫୋର୍ଡ ୟୁନିଭର୍ସସିଟିରେ ପ୍ରସ୍ତୁତ କରୋନା ପ୍ରତିଷେଧକକୁ ନେଇ ଭାରତ ସହ ଜଡ଼ିତ ଏକ ଖବର ସାମନାକୁ ଆସିଅଛି । ଏହି ଗବେଷଣାରେ ଏକ ରିପୋର୍ଟ ମଧ୍ୟ ଜାରି କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡ଼ିସିଜିଆଇ) କରୋନା ପାଇଁ ଅକ୍ସଫୋର୍ଡ଼ ୟୁନିଭର୍ସସିଟି ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକକୁ ମାନବ ପରୀକ୍ଷଣ ନିମନ୍ତେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିସାରିଛି । ଏଥିପାଇଁ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦେଶରେ ଅକ୍ସଫୋର୍ଡ଼ର କରୋନା ପ୍ରତିଷେଧକ ପ୍ରସ୍ତୁତ କରିବା ପାଇଁ ଏକ୍ସଟ୍ରେଜେଙ୍କା କମ୍ପାନୀ (Estrezenka Company) ମଞ୍ଜୁରୀ ମାଗିଥିଲେ । ଏହି ପ୍ରତିଷେଧକ ଅକ୍ସଫୋର୍ଡ଼ ଓ ଏଷ୍ଟ୍ରେଜେନକା ଦ୍ୱାରା ବିକଶିତ କରାଯିବ । ଆଶା କରାଯାଉଛି ଯେ ଭାରତର ଲୋକମାନେ କରୋନାରୁ ମୁକ୍ତି ପାଇପାରିବେ ।

Google

ଏହି ଗବେଷଣା ସମ୍ବନ୍ଧରେ ଅଧିକ ସୂଚନା ଦେଇ ଏକ ଅଧିକାରୀ କହିଛନ୍ତି ଯେ, ଭାରତରେ କରୋନା ପ୍ରତିଷେଧକର ପ୍ରୟୋଗ ପାଇଁ ପ୍ରତ୍ୟେକ ରୋଗୀଙ୍କୁ ଚାରି ସପ୍ତାହ ମଧ୍ୟରେ ଦୁଇଟି ଡୋଜ ଦିଆଯିବ । ଏହାପରେ ଏମାନଙ୍କ ପ୍ରତିରୋଧ କ୍ଷମତାର ମୂଲ୍ୟାଙ୍କନ କରାଯିବ । ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାବାଲା କହିଛନ୍ତି ଯେ, କରୋନା ପ୍ରତିଷେଧକର ପରୀକ୍ଷଣ ନିମନ୍ତେ ମଞ୍ଜୁରୀ ମିଳିବା ମାତ୍ରେ ଏହାର ପ୍ରୟୋଗ ଭାରତରେ ଆରମ୍ଭ ହୋଇଯିବ । ଏହାପରେ ଭାରତରେ ଏହାର ଉତ୍ପାଦନ ଆରମ୍ଭ ହୋଇଯିବ । ବର୍ତ୍ତମାନ ଭାରତ ସହିତ ସମଗ୍ର ବିଶ୍ୱରେ କରୋନା ଭୂତାଣୁର ପ୍ରକୋପ ସୃଷ୍ଟି ହୋଇଯାଇଛି । ଏପରି ସ୍ଥିତିରେ ସମସ୍ତ ବିଶ୍ୱରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଏଥିରେ ସଫଳତା ହାସଲ ହେଉଥିବାର ମଧ୍ୟ ନଜର ଆସୁଛି । ତେଣୁ କୁହାଯାଉଛି ଯେ, ଭାରତରେ ଏହି ମାସ ସୁଦ୍ଧା କରୋନା ପ୍ରତିଷେଧକ ଟୀକା ଆସିପାରେ ।

Leave a Reply

Your email address will not be published. Required fields are marked *