କରୋନା କବଳରୁ ପିଲାମାନଙ୍କୁ ସୁରକ୍ଷିତ କରିବାପାଇଁ ଅତ୍ୟନ୍ତ ଫଳପ୍ରଦ ପ୍ରମାଣିତ ହୋଇଛି ଭାରତ ଦ୍ୱାରା ନିର୍ମିତ ନାଜାଲ୍ ଟିକା !

କରୋନା କବଳରୁ ପିଲାମାନଙ୍କୁ ସୁରକ୍ଷିତ କରିବାପାଇଁ ଅତ୍ୟନ୍ତ ଫଳପ୍ରଦ ପ୍ରମାଣିତ ହୋଇଛି ଭାରତ ଦ୍ୱାରା ନିର୍ମିତ ନାଜାଲ୍ ଟିକା !

ବର୍ତ୍ତମାନ ସମୟରେ ଭାରତରେ କରୋନା ଭୁତାଣୁର ଦ୍ଵିତୀୟ ଲହର ଖେଳି ଯାଇଅଛି । ଏହି ସମୟ ମଧ୍ୟରେ ତୃତୀୟ ଲହରର ଆତଙ୍କ ମଧ୍ୟ ପ୍ରକାଶ କରାଯାଉଛି । କରୋନାର ଆଗାମୀ ଲହର ପିଲାମାନଙ୍କୁ ଲକ୍ଷ୍ୟ କରିପାରେ ବୋଲି ଦାବି କରାଯାଉଛି । କହିରଖୁଛୁ ଯେ, ଦୁନିଆଁରେ ୧୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କରୋନା ଟିକା ଦିଆ ଯାଉନାହିଁ । କେବଳ ଏତିକି ନୁହେଁ ଭରାତରେ ୧୮ ବୟସରୁ କମ୍ ବୟସର ପିଲାମାନଙ୍କ ପାଇଁ ମଧ୍ୟ କରୋନା ଟିକା ନେବା ପାଇଁ ସବୁଜ ସଙ୍କେତ ଦିଆ ଯାଇନାହିଁ । ଏହି ସମୟ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି ଯେ, କରୋନାର ନାଜାଲ୍ ଟିକା ପିଲାମାନଙ୍କ ପାଇଁ ଖେଳ ପରିବର୍ତ୍ତନକାରୀ ପ୍ରମାଣିତ ହୋଇପାରେ । ଏହି ପ୍ରକାରର ଟିକା ନାକ ମାଧ୍ୟମରେ ଦିଆ ଯାଇଥାଏ ।

କୁହାଯାଉଛି କି ଏହା ଇଂଜେକସନ୍ ଯୁକ୍ତ ଟିକା ଠାରୁ ଅଧିକ ପ୍ରଭାବଶାଳୀ ଅଟେ । ଏହାକୁ ନେବା ମଧ୍ୟ ସହଜ ଅଟେ । CNN ନ୍ୟୁଜ୍ ୧୮ ସହ ଆଲୋଚନା କରି ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି ଯେ, ଗୋଷ୍ଠୀ ସଂକ୍ରମଣର ଆଶଙ୍କା କମ୍ ଥିବାବେଳେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ଉଚିତ । ସ୍ୱାମୀନାଥନ୍ ଆଗକୁ କହିଛନ୍ତି ଯେ, ଭାରତରେ ନିର୍ମିତ ହୋଇଥିବା ନାଜାଲ୍ ଟିକା ପିଲାମାନଙ୍କ ପାଇଁ ଖେଳ ପରିବର୍ତ୍ତନକାରୀ ପ୍ରମାଣିତ ହୋଇପାରେ । ଏହା ପିଲାମାନଙ୍କୁ ଦେବା ମଧ୍ୟ ସହଜ ହେବ । ଏହା ଶ୍ଵାସନଳୀରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ।

ପିଲାମାନଙ୍କ ଉପରେ ବିପଦ କମ୍:-

ଶନିବାର ଦିନ କେନ୍ଦ୍ର ସରକାର କହିଛନ୍ତି କି, ପିଲାମାନେ ସଂକ୍ରମଣ ଠାରୁ ସୁରକ୍ଷିତ ନୁହଁନ୍ତି କିନ୍ତୁ କହିଛନ୍ତି ଯେ ଭୁତାଣୁର ଆଶଙ୍କା ପିଲାମାନଙ୍କ ଉପରେ କମ୍ ହେଉଅଛି । ଦେଶ ଦୁନିଆଁର ସଂଖ୍ୟା ଉପରେ ଯଦି ନଜର ପକାଇବା ତେବେ କେବଳ ୩-୪ ପ୍ରତିଶତ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାର ସମସ୍ୟା ଆସିଅଛି । ନୀତି ଆୟୋଗର ସଦସ୍ୟ ବିକେ ପଲ୍ କହିଛନ୍ତି ଯେ, ଯଦି ପିଲାମାନେ କରୋନାରେ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କର କୌଣସି ଲକ୍ଷଣ ନଥିବ କିମ୍ବା ଅତିକମରେ ଲକ୍ଷଣ ଥିବ । ସାଧାରଣ ଭାବରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ପଡେନାହିଁ । କିନ୍ତୁ ୧୦-୧୨ ବର୍ଷର ପିଲାମାନଙ୍କ ଉପରେ ଆମକୁ ଅଧିକ ଧ୍ୟାନ ରଖିବାକୁ ପଡିବ ।

ହାଇଦ୍ରାବାଦ୍ ସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ ନାଜାଲ୍ ଟିକାର ପରୀକ୍ଷଣ ଆରମ୍ଭ କରିଦେଇଛି । ଏହି ଟିକାକୁ ନାକ ମାଧ୍ୟମରେ ଦିଆଯିବ, ଯାହା କରୋନାକୁ ମାରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । କମ୍ପାନୀର କହିବା ଅନୁଯାୟୀ, ନାଜାଲ୍ ସ୍ପ୍ରେର କେବଳ ୪ଟି ବୁନ୍ଦାର ଆବଶ୍ୟକତା ହେବ । ନାକର ଦୁଇଟି କଣାରେ କେବଳ ଦୁଇ ଦୁଇ ବୁନ୍ଦା ଦିଆଯିବ । କ୍ଲିନିକାଲ୍ ଟ୍ରାଏଲ୍ ରେଜିଷ୍ଟ୍ରି ଅନୁଯାୟୀ, ୧୭୫ ଜଣ ଲୋକଙ୍କୁ ନାଜାଲ୍ ଟିକା ଦିଆଯାଇଛି । ଏମାନଙ୍କୁ ତିନୋଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରଥମ ଏବଂ ଦ୍ଵିତୀୟ ଗ୍ରୁପରେ ୭୦ ଜଣ ସ୍ୱେଚ୍ଛାସେବୀଙ୍କୁ ରଖାଯାଇଛି ଏବଂ ତୃତୀୟରେ ୩୫ ଜଣ ସ୍ୱେଚ୍ଛାସେବୀଙ୍କୁ ରଖାଯାଇଛି । ପରୀକ୍ଷଣର ଫଳାଫଳ ଆସିବା ବର୍ତ୍ତମାନ ବାକି ରହିଛି ।

Leave a Reply

Your email address will not be published. Required fields are marked *