ପାକିସ୍ତାନ ଉପରେ ତୃତୀୟ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ, ଆସନ୍ତାକାଲି ସକାଳ ୧୧ଟାରେ ଏକ ବଡ଼ ନିଷ୍ପତ୍ତି ନିଆଯିବ ।

ପାକିସ୍ତାନ ଉପରେ ତୃତୀୟ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ, ଆସନ୍ତାକାଲି ସକାଳ ୧୧ଟାରେ ଏକ ବଡ଼ ନିଷ୍ପତ୍ତି ନିଆଯିବ ।

ଦୀର୍ଘ ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ତିକ୍ତତା ଚରମ ଶିଖରରେ ରହିଛି । ଭାରତ ପାକିସ୍ତାନ ଉପରେ ଦୁଇଥର ସର୍ଜିକାଲ ଷ୍ଟ୍ରାଇକ୍ କରିଛି । ଯେଉଁଥିରେ ପାକିସ୍ତାନକୁ ଉପଯୁକ୍ତ ଜବାବ ଦିଆଯାଇଛି କିନ୍ତୁ ବର୍ତ୍ତମାନ ଭାରତ, ପାକିସ୍ତାନ ଉପରେ ତୃତୀୟ ଥର ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ପ୍ରସ୍ତୁତ ହେଉଛି । ଯାହାଫଳରେ ପାକିସ୍ତାନ କେବେ ମଧ୍ୟ ଭାରତ ଆଗରେ ଆଖି ଉଠାଇବାକୁ ସାହସ କରିବ ନାହିଁ । ବାସ୍ତବରେ ଗୁରୁବାର ଦିନ ଜମ୍ମୁକାଶ୍ମୀରର ମହତ୍ତ୍ୱପୂର୍ଣ୍ଣ ବହୁମୁଖୀ ପ୍ରକଳ୍ପ ଯୋଜନାର ଶୁଣାଣି ହେବ । ଏହି ଶୁଣାଣି ସକାଳ ୧୧ ଘଣ୍ଟ ସମୟରେ ଅନୁଷ୍ଠିତ ହେବ । ଯେଉଁଥିରେ ଜେକେପିଡ଼ିପି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗ ସହିତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ଏହି ଶୁଣାଣିରେ ପାକିସ୍ତାନର ଭାଗ୍ୟ ସ୍ଥିର ହେବ ।

amarujala

ଆପଣଙ୍କୁ କହିରଖୁଛୁ ଯେ, ଭଦ୍ରବାହର କୈଳାଶ ପର୍ବତ ଠାରୁ ଉଜ୍ଜ ନଦୀ ଆରମ୍ଭ ହୋଇଥାଏ ଯାହା ପାକିସ୍ତାନର ନୈନକୋଟା ନିକଟରେ ଯାଇ ପଡିଛି । ବହୁମୁଖୀ ପ୍ରକଳ୍ପ ଅଧୀନରେ ଉଜ୍ଜ ନଦୀର ୧୦୦ ପ୍ରତିଶତ ଜଳ ଜମ୍ମୁକାଶ୍ମୀରରେ ବ୍ୟବହାର ପାଇଁ କାର୍ଯ୍ୟ କରାଯାଇଛି । ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ନିଆଯାଇଛି । ଯେଉଁଥି କାରଣରୁ ପାକିସ୍ତାନ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଏହି ପ୍ରକଳ୍ପ ଶେଷ ହେବା ପରେ ଜମ୍ମୁକାଶ୍ମୀରରୁ ପାକିସ୍ଥାନ ଆଡ଼କୁ ଯାଉଥିବା ଉଜ୍ଜ ନଦୀର ୯୫% ଜଳ ବନ୍ଦ କରିଦିଆଯାଇଛି । ଯେଉଁଥିପାଇଁ ପାକିସ୍ତାନରେ ଜଳ ସଙ୍କଟ ଛିଡା ହୋଇପାରେ । ଯାହା ପାକିସ୍ତାନ ଉପରେ ତୃତୀୟ ସର୍ଜିକାଲ ଷ୍ଟ୍ରାଇକ ଠାରୁ କମ ହେବ ନାହିଁ । ଏହି ଯୋଜନା ପରେ ପାକିସ୍ତାନ କଦାପି ଭାରତକୁ ଆଖି ଦେଖାଇବ ନାହିଁ ।

amarujala

କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ କହିବା ଅନୁସାରେ, ଜମ୍ମୁକାଶ୍ମୀରର ପ୍ରଥମ ବହୁମୁଖୀ ପ୍ରକଳ୍ପର ସ୍ୱପ୍ନ ଦୀର୍ଘ ଛଅ ଦଶନ୍ଧି ପରେ ସାକାର ହେବାକୁ ଯାଉଛି । ଏହି ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ବିଶେଷ ଆଗ୍ରହ ହେଉଛି ଯେ, ଏହି ପ୍ରକଳ୍ପ ଜଳସେଚନର ଏକ ପ୍ରମୁଖ ଉତ୍ସ ହେବାକୁ ଯାଉଅଛି । ସେଠାକାର ଜମି ଥିବା ଲୋକମାନଙ୍କ ବିକାଶ ହେବ । କେବଳ ଏତିକି ହିଁ ନୁହେଁ, ପାକିସ୍ତାନ ଆଡ଼କୁ ତୁଚ୍ଛାରେ ବ୍ୟର୍ଥ ହୋଇ ଯାଉଥିବା ପାଣି ଉପରେ ମଧ୍ୟ ରୋକ ଲଗାଯିବ । ଏହି ପାଣିର ଫାଇଦା କଣ୍ଡି ଅଞ୍ଚଳର ଅଧିବାସୀଙ୍କୁ ମିଳିବ ।

amarujala

ଆପଣଙ୍କୁ କହିରଖୁଛୁ ଯେ, ସରକାରଙ୍କ ଏହି ଉଜ୍ଜ ବହୁମୁଖୀ ପ୍ରକଳ୍ପ ଦ୍ୱାରା ସାମ୍ବା ଏବଂ କଠୁଆ ଜିଲ୍ଲାକୁ ବହୁତ ଫାଇଦା ହେବ । ବର୍ତ୍ତମାନ ସୁଦ୍ଧା କଣ୍ଡି ଅଞ୍ଚଳରେ ୧୬୦୦୦ ହେକ୍ଟରର ଜଳସେଚନ ବ୍ୟବସ୍ଥା ଥିଲା କିନ୍ତୁ ଏହି ପ୍ରକଳ୍ପ ପରେ କଣ୍ଡି ଅଞ୍ଚଳରେ ୨୪୦୦୦ ହେକ୍ଟର ଜମିକୁ ଜଳସେଚନ କରାଯିବ । ଅର୍ଥାତ ଏହି ପ୍ରକଳ୍ପ ଦ୍ୱାରା ସିଧାସଳଖ ୮୦୦୦ ହେକ୍ଟର ବୃଦ୍ଧି କରାଯିବ । ଏହି ପ୍ରକଳ୍ପ ଦ୍ୱାରା ବିଲାବାରର ଲିଫ୍ଟ ଜଳସେଚନକୁ ମଧ୍ୟ ଫାଇଦା ହେବ ।

Leave a Reply

Your email address will not be published. Required fields are marked *