ମାହାମାରି ସମୟରେ ଦେବଦୂତ ସାଜିଲା ଭାରତ । ବିଲ ଗେଟ୍ସ କହିଛନ୍ତି:- ବର୍ତ୍ତମାନ ସମଗ୍ର ବିଶ୍ୱକୁ ଭାରତ ହିଁ କରୋନାରୁ ରକ୍ଷା କରିବ !

ମାହାମାରି ସମୟରେ ଦେବଦୂତ ସାଜିଲା ଭାରତ । ବିଲ ଗେଟ୍ସ କହିଛନ୍ତି:- ବର୍ତ୍ତମାନ ସମଗ୍ର ବିଶ୍ୱକୁ ଭାରତ ହିଁ କରୋନାରୁ ରକ୍ଷା କରିବ !

ଭାରତ ଉପରେ ଏହି ଅବିସ୍ମରଣୀୟ ବିଶ୍ୱାସ, ଆଶା ଏବଂ ଭରସା ଜତାଇଛନ୍ତି, ସେହି ବ୍ୟକ୍ତି ଜଣକ ଯିଏକି ସମଗ୍ର ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ଆମେ ଏବଂ ଆପଣ ସମସ୍ତେ ସେହି ନାମ, ସେହି ବ୍ୟକ୍ତି ଏବଂ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସମସ୍ତେ ଅବଗତ ରଖିଥାନ୍ତି ଏବଂ ସେହି ନାମ ଆଉ କେହି ନୁହଁନ୍ତି ବରଂ ବିଲ ଗେଟ୍ସ ହିଁ ଅଟନ୍ତି । ଆଜ୍ଞା ହଁ, ସେ ଭାରତ ଉପରେ ବିଶ୍ୱାସ ଜନ୍ମାଇଛନ୍ତି । ତାହା ମଧ୍ୟ ସେହି ସମୟରେ ଯେତେବେଳେ ସମଗ୍ର ବିଶ୍ୱ ଏହି ମହାମାରୀରେ ତ୍ରାହି ତ୍ରାହି କରୁଛି । ଏହି ସମୟରେ ବିଲ ଗେଟ୍ସଙ୍କ (Bill Gates) ଦ୍ୱାରା ଭାରତ ଉପରକୁ ଜତାଇଥିବା ଏହି ଭରଷା, ବିଶ୍ୱାସ ଏବଂ ଆଶା ନିଶ୍ଚିତ ଭାବରେ ସମଗ୍ର ବିଶ୍ୱକୁ ଏକ ଆଶାର କିରଣ ଦେବାର କାମ କରିବ । ତେବେ ଚାଲନ୍ତୁ ଜାଣିବା ଏବଂ ବୁଝିବାକୁ ଚେଷ୍ଟା କରିବା କି, ଶେଷରେ ବିଲ ଗେଟ୍ସ ମହାମାରୀର ଏହି ସମୟରେ ଭାରତ ବିଷୟରେ କ’ଣ କହିଛନ୍ତି ?

google

ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଅନୁସନ୍ଧାନ ଏବଂ ଅଧ୍ୟୟନରେ ବ୍ୟସ୍ତ ରହିଛି । ଏହିଭଳି ପରିସ୍ଥିତିରେ ବିଲ ଗେଟ୍ସ ଭାରତର ପ୍ରଶଂସା କରିଛନ୍ତି ଏବଂ ଆଶା ଜନ୍ମାଇଛନ୍ତି କି, ଭାରତ ସମଗ୍ର ବିଶ୍ୱ ପାଇଁ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବ । ସେ କହିଛନ୍ତି କି ଭାରତ ସକ୍ଷମ ଅଟେ । ଏଠାକାର ଔଷଧ କମ୍ପାନୀଗୁଡିକ ସମଗ୍ର ବିଶ୍ବର କମ୍ପାନୀଗୁଡିକୁ ପାଇଁ ଯୋଗାଣକାରୀ ଅଟନ୍ତି । ସେ କହିଛନ୍ତି କି, ଭାରତରେ ସବୁଠାରୁ ଅଧିକ ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଥାଏ । ସେ କହିଛନ୍ତି କି ଭରତରେ ବାୟୋଟେକ ସମେତ ଅନେକ କମ୍ପାନୀମାନେ ଅଛନ୍ତି ଯେଉଁମାନେ କରୋନା ଭାଇରସ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛନ୍ତି ।

google

ଏହା ସହିତ ସେ କହିଛନ୍ତି କି, ମୁଁ ଏହି କଥାକୁ ନେଇ ବହୁତ ଉତ୍ସାହିତ ଅଟେ କି, ଏଠାକାର ଔଷଧ କମ୍ପାନୀଗୁଡ଼ିକ କେବଳ ନିଜ ପାଇଁ ହିଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିବେ । ସେ କହିଛନ୍ତି କି, ଏହି ମହାମାରୀ ସମୟରେ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ଆମ୍ଭକୁ ଆମର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ଭାଇରସର ପ୍ରକୋପ ଲାଗି ରହିଛି । ତେଣୁ ଏହାର ଭ୍ୟାକ୍ସିନ୍ ପ୍ରସ୍ତୁତ କରିବା ଦିଗରେ ଅଧିକ ପ୍ରୟାସ କରାଯାଉଛି, ଯାହାଦ୍ୱାରା ସମଗ୍ର ବିଶ୍ୱକୁ କରୋନାରୁ ମୁକ୍ତି ମିଳିପାରିବ ଏବଂ ଏହି ସମୟ ମଧ୍ୟରେ ବିଲ ଗେଟ୍ସଙ୍କ ଦ୍ୱାରା ଭାରତ ଉପରେ ଜତାଇଥିବା ଭରଷା, ନିଶ୍ଚିତ ଭାବେ ଭାରତ ପାଇଁ ଆତ୍ମବିଶ୍ୱାସ ବଢ଼ାଇବାର କାମ କରିବ ।

Leave a Reply

Your email address will not be published. Required fields are marked *