ନିଉଜିଲ୍ୟାଣ୍ଡର ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ, ଏହି ଦୁଇ ବ୍ୟଟସ୍  ମେନଙ୍କୁ ଚୟନ ସୂଚୀରୁ ବାହାର କରିବା ଫଳରେ  BCCI ଉପରେ ପ୍ରଶ୍ନ ଉଠିଛି ।

ନିଉଜିଲ୍ୟାଣ୍ଡର ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ, ଏହି ଦୁଇ ବ୍ୟଟସ୍ ମେନଙ୍କୁ ଚୟନ ସୂଚୀରୁ ବାହାର କରିବା ଫଳରେ BCCI ଉପରେ ପ୍ରଶ୍ନ ଉଠିଛି ।

ୱାର୍ଲଡ଼ କପ ଟି20 ଶେଷ ହେବା ପରେ ହିଁ ଭାରତ ନିଉଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବ । ଏହି ବର୍ଷ ଭାରତ ଏବଂ ନିଉଜିଲ୍ୟାଣ୍ଡ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳା ଯିବ । ବିଗତ କିଛି ମାସ ମଧ୍ୟରେ ଲଗାତାର ମ୍ୟାଚ୍ ଖେଳିବା ଯୋଗୁଁ ଭାରତୀୟ ଟିମ୍ ର କେତେକ ବିଶେଷ ଖେଳାଳୀ ମାନଙ୍କୁ ଆରାମ କରିବା ପାଇଁ ଟିମ୍ ରୁ ବାହାର କରିଦିଆଯାଇଛି ।

ବର୍ତ୍ତମାନ ଭାରତୀୟ ଦଳରେ ସମ୍ପୂର୍ଣ୍ଣ ଯୁବ ଖେଳାଳି ମାନଙ୍କୁ ସାମିଲ କରା ଯାଇଛି କିନ୍ତୁ BCCI ର ଚୟନକର୍ତା ଶିଖର ଧବନ , ସଞ୍ଜୁ ସମସନ , ହନୁମାନ ବିହାରୀ ଭଳି ଖେଳାଳୀ ମାନଙ୍କୁ ନେବା ବଦଳରେ ୨ ଜଣ ଯୁବ ଖେଳାଳୀଙ୍କୁ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ଦେଇଛନ୍ତି । BCCI ନିଉଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳ ଖେଳିବା ପାଇଁ ଥିବା ଏହି ଘରୋଇ ସିରିଜ୍ ରେ ଭାରତୀୟ ଟିମ୍ ର ସିନିୟର୍ ଖେଳାଳୀଙ୍କୁ ଆରାମ ଦେଲାପରେ ସେମାନଙ୍କ ସ୍ଥାନରେ ଦୁଇ ଜଣ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିଛନ୍ତି ।

ଆସନ୍ତୁ ବିସ୍ତାରରେ ସମ୍ପୂର୍ଣ୍ଣ ଖବର ବିଷୟରେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଅବଗତ କରାଇବୁ । BCCI ଦ୍ୱାରା ଚୟନ ହୋଇଥିବା ଦୁଇ ଯୁବା ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ନାମ ହେଉଛି କେୟସ ଭରତ ଅଟେ ଯିଏ ନିୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିପାରନ୍ତି ।

କହିରଖୁଛୁ ଯେ, ହନୁମାନ ବିହାରୀ ଭାରତୀୟ ଟେଷ୍ଟ ଦଳରେ ନିଜର ନାମ ମିଡଲ ଅର୍ଡରରେ ସୁରକ୍ଷିତ କରି ରଖିଛନ୍ତି କିନ୍ତୁ ନିୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ରେ ବିହାରୀଙ୍କ ନାମ ସାମିଲ ହୋଇନାହିଁ । ଯାହାପରେ ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ରିଷଭ ପନ୍ତଙ୍କୁ ମଧ୍ୟ ଭାରତୀୟ ଟେଷ୍ଟ ଦଳରେ ନିୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ଦଳରେ ସାମିଲ କରାଯାଇନାହିଁ । ରିଷଭ ପନ୍ତ ଙ୍କ ପ୍ରତିବଦଳରେ ରିଦ୍ଧିମାନ ସାହାଙ୍କୁ ଦଳରେ ସାମିଲ କରାଯାଇଛି ।

Google

ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ଏହି ବିଷୟ ଚର୍ଚ୍ଚା ହେଉଛି ଯେ, କେଏସ ଭରତ ଭାରତୀୟ ଦଳରେ ସାମିଲ ହେବାର ମୁଖ୍ୟ କାରଣ ହେଉଛି ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ବିରାଟ କୋହଲି । ଭରତ ଏବଂ ବିରାଟ ଉଭୟ ଏକତ୍ର ଆଇପିଏଲ ରେ RCB ଟିମ୍ ରେ ଖେଳନ୍ତି। କେଏସ ଭରତ ପ୍ରଥମ ଶ୍ରେଣୀ କ୍ରିକେଟରେ ଭଲ ପଦର୍ଶଣ କରିବା ଫଳରେ ଭାରତୀୟ କ୍ରିକେଟ ଦଳରେ ଖେଳିବା ପାଇଁ ସୁଯୋଗ ମିଳିଛି । ଭରତ ପ୍ରଥମ ଶ୍ରେଣୀ କ୍ରିକେଟରେ ୭୮ଟି ମ୍ୟାଚ ଖେଳି ୩୭.୨୪ ଆଭରେଜରେ ମୋଟ ୪୨୮୩ ରନ କରିଛନ୍ତି ।

ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଥିବା ଦ୍ଵିତୀୟ ଖେଳାଳି ଜଣଙ୍କ ହେଉଛନ୍ତି ପ୍ରସିଦ୍ଧ କ୍ରିଷ୍ଣା । କେକେଆର ଦଳ ସହ ଆଇପିଏଲ ଖେଳିଥିବା ଏହି ୨୩ ବର୍ଷୀୟ ଖେଳାଳିଙ୍କୁ ୨୦୨୧ ଆଇପିଏଲ ସଂସ୍କରଣରେ ଖରାପ ପ୍ରଦର୍ଶଣ ଯୋଗୁଁ ବିଦା କରିଦିଆଯାଇଥିଲା ।

କିନ୍ତୁ ଯେତେବେଳେ କିଛି ଦିନ ପୂର୍ବରୁ ଭାରତୀୟ ଦଳର ତୀବ୍ର ବୋଲର ଯଶପ୍ରୀତ ବୁମରଃହଙ୍କ ଅନୁପସ୍ଥିତିରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଭାରତୀୟ ଦଳରେ ସାମିଲ କେଆଯାଇଥିଲା । ପ୍ରସିଦ୍ଧ କ୍ରିଷ୍ଣା ଲିଷ୍ଟ ଏ କ୍ରିକେଟରେ ୮୫ ବିକେଟ ନେଇଛନ୍ତି । ନିଜର ପ୍ରଦର୍ଶଣ ଆଧାରରେ ପ୍ରସିଦ୍ଧ କ୍ରିଷ୍ଣା ଭାରତୀୟ ଦଳରେ ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *