ଧନ ପ୍ରାପ୍ତି ଓ ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ ! ମାଆ ଲକ୍ଷ୍ମୀଙ୍କ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ଧନ ପ୍ରାପ୍ତି ଓ ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ ! ମାଆ ଲକ୍ଷ୍ମୀଙ୍କ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ଧନ ପ୍ରାପ୍ତି, ସୁଖସମୃଦ୍ଧି ଓ ଶାନ୍ତି ପାଇଁ ଶାସ୍ତ୍ରରେ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ଉପାୟ ସହାୟତାରେ ଯେକୌଣସି ବ୍ୟକ୍ତି ମଧ୍ୟ ନିଜ ଜୀବନରେ ଧନ, ଉନ୍ନତି ଓ ଖୁସିସମୃଦ୍ଧି ପାଇପାରିବେ । ଏହି ଉପାୟ ବହୁତ ଲାଭକାରୀ ଅଟେ ଓ ଥରେ ଆପଣ ଏହି ଉପାୟ ଗୁଡ଼ିକୁ ନିଶ୍ଚିତ ଭାବରେ ଆପଣାନ୍ତୁ । ଏହି ଉପାୟକୁ ପାଳନ କରିବା ଫଳରେ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ –

ଆପଣାନ୍ତୁ ଏହି ୧୦ଟି ଉପାୟ :

ଧନ ପ୍ରାପ୍ତି ଓ ଅଯଥା ଟଙ୍କା ଖର୍ଚ୍ଚକୁ ରୋକିବା ପାଇଁ ଆପଣ ଏହି ଉପାୟକୁ ଅବଲମ୍ବନ କରନ୍ତୁ । ଏହି ଉପାୟ ଅନୁସାରେ ଆପଣ ପ୍ରତି ଶୁକ୍ରବାର ଦିନ ଅଶ୍ୱତ୍ଥ ବୃକ୍ଷକୁ ପୂଜା କରନ୍ତୁ । ଏହି ବୃକ୍ଷକୁ ପୂଜାର୍ଚ୍ଚନା କରିବା ସମୟରେ ଏଥିରେ କ୍ଷୀର ଅର୍ପଣ କରନ୍ତୁ ଏବଂ ଏହାପରେ ଏକ ଘିଅ ଦୀପ ଜାଳନ୍ତୁ । ପରେ ଏହି ବୃକ୍ଷର ଚତୁଃପାର୍ଶ୍ଵରେ ସାତ ଥର ପରିକ୍ରମା କରନ୍ତୁ । ଏହି ଉପାୟ ଲଗାତାର ପାଞ୍ଚଟି ଶୁକ୍ରବାର ଦିନ କରନ୍ତୁ । ଏପରି କରିବା ଫଳରେ ଧନସମ୍ପତ୍ତି ସହ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।

ବାସ୍ତୁ ଶାସ୍ତ୍ର ଅନୁସାରେ, ପରିବାରରେ ଶାନ୍ତି ଓ ଖୁସି ବଜାୟ ରଖିବା ପାଇଁ ନିଜ ଗୃହରେ ନଳ ପାଣିର ପ୍ରବାହ ସର୍ବଦା ଉତ୍ତର ପୂର୍ବ ଦିଗ ଆଡ଼କୁ ରଖନ୍ତୁ । ଶାସ୍ତ୍ର ଅନୁସାରେ ବୃକ୍ଷ ମୂଳରେ ପ୍ରତିଦିନ ଜଳ ଢ଼ାଳିବା ଫଳରେ ଧନ ପ୍ରାପ୍ତିର ଯୋଗ ରହିଛି ।

ଶୋଇବା ସମୟରେ, ଆପଣ କେଉଁ ଦିଗକୁ ମୁହଁ କରି ଶୋଇଛନ୍ତି ସେଥିପ୍ରତି ଧ୍ୟାନ ରଖନ୍ତୁ । ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ଶୋଇବା ସମୟରେ ନିଜ ମୁଣ୍ଡ ଦକ୍ଷିଣ ଓ ପାଦ ଉତ୍ତର ଦିଗ ଆଡ଼କୁ କରି ଶୋଇବା ଉଚିତ । କୁହାଯାଏ ଯେ, ଏହିପରି ଶୋଇବା ଫଳରେ ଧନ ପ୍ରାପ୍ତି, ହସଖୁସି ଓ ସମୃଦ୍ଧି ଲାଭ ହୋଇଥାଏ । ଏପରି ଭାବରେ ଘରେ ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗ ଆଡ଼କୁ ମୁହଁ କରି ଖାଦ୍ୟ ଗ୍ରହଣ କରିବା ଉଚିତ । ପୂର୍ବଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ଫଳରେ ସମ୍ପନ୍ନତା ଆସିଥାଏ । ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି କେବେମଧ୍ୟ ଭୋଜନ କରିବା ଉଚିତ ନୁହେଁ ।

ଘରେ ପୂଜା କରିବାର ସ୍ଥାନ ସର୍ବଦା ଐଶାନ୍ୟ କୋଣରେ ହିଁ ପ୍ରସ୍ତୁତ କରିବା ଉଚିତ । ଏହି କୋଣ ସବୁଠାରୁ ଶୁଭ କୋଣ ହୋଇଥାଏ ଓ ଏହି କୋଣରେ ମନ୍ଦିର ନିର୍ମାଣ କରିବା ଫଳରେ ପୂଜା ସଫଳ ହୋଇଥାଏ ଓ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଦକ୍ଷିଣ ପଶ୍ଚିମ ଦିଗରେ କେବେମଧ୍ୟ ମନ୍ଦିର ନିର୍ମାଣ କରିବା ଉଚିତ ନୁହେଁ । ଯେଉଁ ଘରେ ଭୁଲ ଦିଗରେ ମନ୍ଦିର ହୋଇଥାଏ, ସେଠାରେ ଉନ୍ନତି ଓ ସମୃଦ୍ଧି ଆସିନଥାଏ ।

ପୂଜା ଘରେ ସର୍ବଦା ଶଙ୍ଖ ରଖିବା ଉଚିତ୍ । ମାନ୍ୟତା ରହିଛି ଯେ ପୂଜା ଘରେ ଶଙ୍ଖ ରଖିବା ଫଳରେ ଏବଂ ପ୍ରତିଦିନ ତାହାର ପୂଜା କରିବା ଫଳରେ ପରିବାରରେ ଶାନ୍ତି ଓ ସମୃଦ୍ଧି ବଜାୟ ରହେ ।

ପ୍ରତିଦିନ ପୂଜାର୍ଚ୍ଚନା କରିବା ପରେ ଘରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ ଏପରି କରିବା ଫଳରେ ଘରେ ଉପସ୍ଥିତ ନକରାତ୍ମକ ଉର୍ଜା ଶେଷ ହୋଇଯାଏ ଓ ଘରେ ଶାନ୍ତି ବଜାୟ ରହେ ।

ସର୍ବଦା ଝାଡ଼ୁ କରିବା ପୂର୍ବରୁ ଘରେ ସତେଜ ଜଳ ସିଞ୍ଚନ କରନ୍ତୁ ଏବଂ ଏହାପରେ ଘରେ ଝାଡ଼ୁ ଲଗାନ୍ତୁ । ଏପରି କରିବା ଫଳରେ ଧନରେ ଉନ୍ନତି ଆସେ ଓ ଅଧିକ ଖର୍ଚ୍ଚ ହୁଏନାହିଁ ।

ନିଜ ଘରକୁ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । କାରଣ ଯେଉଁ ଘରେ ମଇଳା, ଆବର୍ଜନା ରହିଥାଏ ସେଠାରେ ମାଁ ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ଏଥିପାଇଁ ନିଜ ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ ଏବଂ ପ୍ରତିଦିନ ଘର ପରିଷ୍କାର କରନ୍ତୁ ।

ରାତିରେ ଶୋଇବା ଆଗରୁ ରୋଷେଇ ଘରକୁ ପରିଷ୍କାର କରନ୍ତୁ ଏବଂ ବାସନକୁସନକୁ ସଫସୁତର କରି ଶୁଅନ୍ତୁ । କିଛି ଲୋକ ରାତିରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୁଅନ୍ତୁ ନାହିଁ ଓ ଶୋଇଯା’ନ୍ତି; ଯାହା ସେମାନଙ୍କ ପାରିବାରିକ ଜୀବନ ଉପରେ ଏହାର କୁପ୍ରଭାବ ପଡିଥାଏ । ରୋଷେଇକୁ ଅପରିଷ୍କାର ରଖିବା ଫଳରେ ଓ ବାସନକୁସନ ସଫା ନ କରିବା ଫଳରେ ମାଁ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ଘରେ ସର୍ବଦା ବିନା କାରଣରେ ଝଗଡା, ଅଶାନ୍ତି ଲାଗି ରହିଥାଏ ।

ସନ୍ଧ୍ୟା ସମୟରେ କେବେମଧ୍ୟ ଘରକୁ ଅନ୍ଧାର ରଖନ୍ତୁ ନାହିଁ । ଏହା ବ୍ୟତୀତ ଯଦି ଘରେ ତୁଳସୀ ବୃକ୍ଷ ରହିଛି; ତେବେ ଏହାକୁ ପ୍ରତିଦିନ ପୂଜାର୍ଚ୍ଚନା କରନ୍ତୁ ଓ ତୁଳସୀ ବୃକ୍ଷ ମୂଳରେ ଦୀପ ଜାଳନ୍ତୁ । ଏପରି କରିବା ଫଳରେ ଘରେ ସୁଖ ସମୃଦ୍ଧି ବଜାୟ ରହେ ।

Leave a Reply

Your email address will not be published. Required fields are marked *