ଫୋନ୍ ପାସ୍‌ୱାର୍ଡ ଦେଲାନି ପ୍ରେମିକା, ବଢ଼ିଲା ସନ୍ଦେହ: ହାତୁଡ଼ିରେ ପିଟି ପିଟି ମାରିଦେଲା ପ୍ରେମିକ ।

ନୂଆଦିଲ୍ଲୀ : କାହାସହ ଫୋନରେ କଥା ହେଉଥିଲେ ମହିଳା ଜଣକ । ଏହା ଦେଖି ପୁରୁଷ ବନ୍ଧୁଙ୍କ ମନରେ ସନ୍ଦେହ ଆସିଲା । ଫୋନର ପାସ୍‌ୱାର୍ଡ ମାଗିଲେ ସମ୍ପୃକ୍ତ ବ୍ୟକ୍ତି । ହେଲେ ପାସ୍‌ୱାର୍ଡ ଦେବାକୁ ମନାକଲେ ମହିଳା । ପାସ୍‌ୱାର୍ଡକୁ କେନ୍ଦ୍ର ସମ୍ପୃକ୍ତ ବ୍ୟକ୍ତି ଓ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା ଓ ଶେଷରେ ପାସ୍‌ୱାର୍ଡ ନେଇଗଲା ପ୍ରେମିକାର ଜୀବନ । ଏମିତି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ ।

Google

ସୂଚନା ଅନୁଯାୟୀ, ୩୯ ବର୍ଷିୟ ବ୍ରହ୍ମପାଳ ସିଂହ ୩୫ ବର୍ଷିୟା ମହିଳା ମମତା ଶର୍ମାଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ । ମମତା କାହା ସହ ଫୋନ୍‌ରେ କଥା ହେଉଥିବା ଦେଖି ବ୍ରହ୍ମପାଳ ଫୋନ୍‌ ପାସ୍‌ୱାର୍ଡ ମାଗିଥିଲେ । ସେ ଦେବାକୁ ମନା କରିବାରୁ ଏକ ହାତୁଡ଼ିରେ ପିଟି ପିଟି ବ୍ରହ୍ମପାଳ ତାଙ୍କୁ ମାରିଦେଇଥିବା ଜଣାପଡ଼ିଛି । ଘଟଣାଟି ଗତ ମଙ୍ଗଳବାର ଇଷ୍ଟ ଦିଲ୍ଲୀର ବିନୋଦ ନଗରରେ ଘଟିଛି । ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଛି ।

Google

ମମତା ଶର୍ମା ଏକ ପ୍ରାଇଭେଟ୍‌ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ୧୭ ବର୍ଷିୟ ପୁଅ ଘରକୁ ଫେରି ରକ୍ତାକ୍ତ ଅବସ୍ଥାରେ ସେ ମରି ପଡ଼ିଥିବା ଦେଖିଥିଲେ । ନିକଟରେ ଏକ ହାତୁଡ଼ି ପଡ଼ିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମହିଳାଙ୍କ ଲିଭ୍‌ ଇନ୍‌ ପାର୍ଟନର ବ୍ରହ୍ମପାଳ ସିଂହ ଫେରାର ଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ବଢିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପାଳ ଲୁଚିଥିବା ସ୍ଥାନରେ ଚଢ଼ାଉ କରି ପୋଲିସ ଶନିବାର ତାଙ୍କୁ ଗିରଫ କରିଥିଲା । ଜେରାବେଳେ ସେ ହିଁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।

Google

କ୍ରାଇମ୍‌ ବ୍ରାଞ୍ଚ ଡେପୁଟି କମିଶନର ରାକେଶ ପାୱେରିୟାଙ୍କ ସୂଚନା ଅନୁଯାୟୀ, ୩ ବର୍ଷ ପୂର୍ବେ ମମତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ । ଆଉ ୨ବର୍ଷ ପୂର୍ବେ ତାଙ୍କର ବ୍ରହ୍ମପାଳଙ୍କ ସହ ସାକ୍ଷାତ ହୋଇଥିଲା । ବ୍ରହ୍ମପାଳ ବିବାହିତ ହୋଇଥିବା ବେଳେ ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ପ୍ରଥମେ ସେ ଇଷ୍ଟ ଦିଲ୍ଲୀରେ ଥିବା ଖିଚିରିପୁରରେ ନିଜ ଘର ଭଡ଼ା ଲଗେଇ ଟଙ୍କା ରୋଜଗାର କରୁଥିଲେ । ୨ ମାସ ପୂର୍ବେ ବ୍ରହ୍ମପାଳ ଓ ମମତା ବିନୋଦ ନଗରରେ ଏକ ଫ୍ଲାଟ୍‌ ଭଡ଼ାରେ ନେଇ ଏକାଠି ରହିଥିଲେ । ମମତାଙ୍କ ୧୭ ବର୍ଷିୟ ପୁଅ ମଧ୍ୟ ତାଙ୍କ ସହ ରହୁଥିଲେ । ପରେ, ମମତା ବହ୍ମପାଳଙ୍କ ପାଖରେ ରହିବାକୁ ଚାହୁଁନଥିଲେ । ହେଲେ ବ୍ରହ୍ମପାଳ ମମତା ସହ ସମ୍ପର୍କ ଭାଙ୍ଗିବାକୁ ଚାହୁଁନଥିଲେ । ଶେଷରେ ଏ ଘଟଣାରେ ଏମିତି ପଡ଼ିଲା ଯବନିକା । ଜଣେ ଆରପାରିରେ, ଆଉ ଜଣେ କାଳ କୋଠରିରେ… ।

Be the first to comment

Leave a Reply

Your email address will not be published.


*