କରୋନାର ସଙ୍କଟକାଳୀନ ସମୟରେ ନିଜ ଦୈନିକ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ସବୁ ଜିନିଷ ! ବଢିବ ରୋଗ ପ୍ରତିରୋଧକ ଶକ୍ତି କେବେ ହେଲେ ପଡିବେ ନାହିଁ ରୋଗରେ…

କରୋନାର ସଙ୍କଟକାଳୀନ ସମୟରେ ନିଜ ଦୈନିକ ଖାଦ୍ୟରେ ସାମିଲ୍ କରନ୍ତୁ ଏହି ସବୁ ଜିନିଷ ! ବଢିବ ରୋଗ ପ୍ରତିରୋଧକ ଶକ୍ତି କେବେ ହେଲେ ପଡିବେ ନାହିଁ ରୋଗରେ…

ଆପଣମାନେ ନିଶ୍ଚିତ ଭାବରେ ଏହି ରୁଢ଼ିଟି ଶୁଣିଥିବେ ‘ଆପେ ବଞ୍ଚିଲେ ବାପର ନାଁ’ ଅର୍ଥାତ ଯେପର୍ଯ୍ୟନ୍ତ ଆପଣ ସୁରକ୍ଷିତ ଅଛନ୍ତି ଆପଣ ଦୁନିଆର ସବୁ ଜିନିଷକୁ ଉପଭୋଗ କରିପାରିବେ । ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ । କିନ୍ତୁ ସମୟକ୍ରମେ ମଣିଷ ବିଭିନ୍ନ ରୋଗ କବଳରେ ଆସିଥାଏ ଯେଉଁଥିପାଇଁ ଆମକୁ ଡାକ୍ତର୍ ଏବଂ ବିଭିନ୍ନ ମେଡିସିନର ସହାୟତା ନେବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଶରୀର ମଧ୍ୟରେ ବିଭିନ୍ନ ରୋଗ ସହିତ ଲଢ଼ିବା ପାଇଁ ଏକ ଶକ୍ତି ଥାଏ ଯାହାକୁ ଆମର ଇମ୍ୟୁନ୍ୟୁ ସିଷ୍ଟମ୍ କୁହାଯାଏ । ଯଦି ଆପଣଙ୍କର ଇମ୍ୟୁନ୍ୟୁ ସିଷ୍ଟମ୍ ଶକ୍ତିଶାଳୀ ହୋଇଥାଏ ତେବେ ଆପଣ ସହଜରେ ରୋଗରେ ଆକ୍ରାନ୍ତ ହେବେ ନାହିଁ ।

ଆମ ଶରୀରେ ଥିବା ‘ଶ୍ଵେତ ରକ୍ତ କଣିକା’ ଶରୀରର ‘ଇମ୍ୟୁନ୍ୟୁ ସିଷ୍ଟମ୍’କୁ ଷ୍ଟ୍ରଙ୍ଗ କରିବାରେ ସାହାଯ୍ୟ କରିଥାଏ । ଆପଣଙ୍କ ଶରୀରରେ ‘ଶ୍ୱେତ ରକ୍ତ କଣିକା’ ସଂଖ୍ୟା ଯେତେ ଅଧିକ ହେବ ଆପଣଙ୍କ ଇମ୍ୟୁନ୍ୟୁ ସିଷ୍ଟମ୍ ସେତେ ଷ୍ଟ୍ରଙ୍ଗ ହେବ । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଡେଲି ଡାଏଟରେ ସାମିଲ୍ କଲେ ଆପଣଙ୍କ ଶରୀରରେ ‘ଶ୍ୱେତ ରକ୍ତ କଣିକା’ର ମାତ୍ରା ବୃଦ୍ଧି ହେବ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।

ଖଟ୍ଟା ଫଳ

ଭିଟାମିନ୍-C ଶରୀରରେ ‘ଶ୍ୱେତ ରକ୍ତ କଣିକା’ର ମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଡାକ୍ତରମାନେ ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଖଟା ଫଳ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି କାରଣ ଅଧିକାଂଶ ଖଟା ଫଳରେ ପ୍ରଚୁର ପରିମାଣରେ ଭିଟାମିନ୍-C ରହିଥାଏ । ଯଦି ଆପଣ ଆମ୍ବ, ଲେମ୍ବୁ, ଅଙ୍ଗୁରୁ, କମଳା, ଷ୍ଟ୍ରବେରୀ, ମୌସମ୍ବି, ଜାମୁ କୋଳି ଭଳି ଫଳ ପ୍ରତିଦିନ ସେବନ କରନ୍ତି ତେବେ ଆପଣଙ୍କ ଇମ୍ୟୁନିଟି ପାୱାର୍ ବହୁ ପରିମାଣରେ ବୃଦ୍ଧି ପାଇବ ।

ବାଦାମ୍

ପ୍ରତିଦିନ ୮ ରୁ ୧୦ଟି ବାଦାମ୍ ଖାଇବା ଆବଶ୍ୟକ ଅଟେ । ଏଥିରେ ଭିଟାମିନ୍-E ଏବଂ ଦ୍ରଵୀଭୁତ ଫାଇବର୍ ଥାଏ ଯାହା ଶରୀରରେ ‘ଶ୍ୱେତ ରକ୍ତ କଣିକା’ର ମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ରାତିରେ ୧୦ଟି ବାଦାମ୍ ବତୁରାଇ ଦିଅନ୍ତୁ ଏବଂ ସକାଳୁ ଏହାର ଚୋପା ଛଡାଇ ଏହାକୁ ସେବନ କରନ୍ତୁ ।

ଅଦା ଏବଂ ରସୁଣ

ନିଜ ଦୈନିକ ଖାଦ୍ୟରେ ଅଦା ଏବଂ ରସୁଣର ମାତ୍ରା ବଢ଼ାନ୍ତୁ ଏହା ଖୁବ୍ ଲାଭଦାୟକ ହେବ । ଅଦା ଶରୀରେ ଇନଫ୍ଲାସନ୍ କମ୍ କରିଥାଏ ଏବଂ ରସୁଣରେ ଥିବା ‘ଏଲିସିନ୍’ ଇନଫେକ୍ସନ୍ ଓ ବ୍ୟାକ୍ଟେରିଆ ସହ ଲଢ଼ିଥାଏ । ଏହା ଶରୀରରେ ‘ଶ୍ୱେତ ରକ୍ତ କଣିକା’ର ପରିମାଣ ବୃଦ୍ଧି କରେ ଏବଂ ଶରୀରକୁ କ୍ୟାନ୍ସର୍ ଏବଂ ଅଲସର୍ ଭଳି ରୋଗରୁ ରକ୍ଷା କରିଥାଏ ।

ହଳଦୀ

ବିଭିନ୍ନ ପ୍ରକାର ରୋଗରୁ ବଞ୍ଚିବା ପାଇଁ ହଳଦୀ ଏକ ରାମବାଣ ଉପାୟ ଅଟେ । ହଳଦୀରେ ଥିବା ‘କର୍କ୍ୟୁମୀନ୍’ ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ ଅଟେ । ହଳଦୀ ସେବନ କଲେ ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲରେ ରହିଥାଏ ଏବଂ ହାଡ ଶକ୍ତ ହୋଇଥାଏ ।

ଦହି

କ୍ଷୀର ଅପେକ୍ଷା ଦହିରେ ଅଧିକ ପରିମାଣର କ୍ୟାଲସିୟମ୍ ରହିଥାଏ । ଦହିରେ ଥିବା ବ୍ୟାକ୍ଟେରିଆ ଏବଂ ପୋଷକ ତତ୍ୱ ଆଣ୍ଟିବ୍ୟାକ୍ଟେରିଆଲ୍ ଅଟେ ତେଣୁ ପ୍ରତିଦିନ ଦହି ସେବନ କରିବା ଆବଶ୍ୟକ ।

ଯଦି ଆପଣ ଏହି ୫ଟି ଜିନିଷ ନିଜର ‘ଦୈନିକ ଡାଏଟ୍’ରେ ସାମିଲ୍ କରନ୍ତି ତେବେ ଆପଣଙ୍କୁ ରୋଗ ହେବାର ଆଶଙ୍କା ବହୁ ପରିମାଣରେ କମିଯିବ ।

Leave a Reply

Your email address will not be published. Required fields are marked *