ଶରୀରରେ ହିମୋଗ୍ଲୋବିନ ସ୍ତର କମ ଅଛି କି ? ତେବେ ଏହିଭଳି ଶରୀରରେ ହିମୋଗ୍ଲୋବିନ୍ ସ୍ତରର ବଢାନ୍ତୁ ।

ଗୋଟିଏ ସୁସ୍ଥ ଶରୀର ନିମନ୍ତେ ଶରୀରରେ ହିମୋଗ୍ଲୋବିନର ଆବଶ୍ୟକତା ରହିଥାଏ । ଜଣେ ବୟସ୍କ ବ୍ୟକ୍ତି ଶରୀରରେ ୧୪ ରୁ ୧୮ ମିଲିଗ୍ରାମ ଏବଂ ବୟସ୍କ ମହିଳାଙ୍କ ଶରୀରରେ ୧୨ ରୁ ୧୬ ମିଲିଗ୍ରାମ ହିମୋଗ୍ଲୋବିନ ରହିବା ନିହାତି ଆବଶ୍ୟକ ଅଟେ ।

ଶରୀରରେ ହିମୋଗ୍ଲୋବିନ ସ୍ତର କମ ହେଲେ ଅନେକ ଶାରୀରିକ ସମସ୍ୟା ଯେପରି ଥକ୍କାପଣ, ଦୁର୍ବଳତା, ଶ୍ୱାସ ଜନିତ ସମସ୍ୟା ଇତ୍ୟାଦି ଦେଖା ଯାଇଥାଏ । ଏହି କାରଣରୁ ନିଜ ଖାଦ୍ୟରେ ଏହିପରି କିଛି ଜିନିଷ ସାମିଲ କରିବା ଉଚିତ, ଯାହାଫଳରେ ଶରୀରରେ ହିମୋଗ୍ଲୋବିନ ପରିମାଣ ବଢିଥାଏ ।

ଆସନ୍ତୁ ଜାଣିବେ ନିଜ ଖାଦ୍ୟପେୟରେ କେଉଁ ଜିନିଷ ସାମିଲ କରିବେ ଯାହାଫଳରେ ନିଜ ଶରୀରରେ ଅଭାବ ଥିବା ହିମୋଗ୍ଲୋବିନକୁ ପୁରତି କରିପାରିବେ ।

ସବୁଜ ପନିପରିବା ସେବନ କରନ୍ତୁ :

Google

ସବୁଜ ପନିପରିବା ଯେପରି ମେଥି , ପାଳକ ଇତ୍ୟାଦିରେ ଭରପୁର ମାତ୍ରାରେ ଲୌହ ରହିଥାଏ ଯାହା ରକ୍ତରେ ହିମୋଗ୍ଲୋବିନ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଭିଟାମିନ-C ଯୁକ୍ତ ଫଳ ସେବନ କରନ୍ତୁ :

Google

ଶରୀରରେ ହିମୋଗ୍ଲୋବିନର ମାତ୍ର ବୃଦ୍ଧି କରିବା ନିମନ୍ତେ ଲୌହ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ଅଟେ କିନ୍ତୁ ଏହା ବ୍ୟତୀତ ଅନ୍ୟ କାରଣରୁ ମଧ୍ୟ ଶରୀରରେ ଲୌହର ଆବଶ୍ୟକତା ପୂର୍ଣ ହୋଇନଥାଏ ଏହି କାରଣରୁ ଭିଟାମିନ ସି ଭରପୁର ଯୁକ୍ତ ଖାଦ୍ୟ ଖାଇବା ଉଚିତ ଯାହାଫଳରେ ଶରୀରରେ ହିମୋଗ୍ଲୋବିନର ଆବଶ୍ୟକତାର ପୁରତି ହୋଇପାରିବ ।

ଫୋଲିକ ଏସିଡ :

Google

ଫୋଳିକ ଏସିଡ ଏକପ୍ରକାରର ଭିଟାମିନ ଅଟେ । ଏହା ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ସବୁଜ ପନିପରିବା , ଚାଉଳ , ଅଙ୍କୁରିତ ମୁଗ , ଗହମ , ଚିନାବାଦାମ, କଦଳୀ ଇତ୍ୟାଦିରେ ଫୋଲିକ ଏସିଡ ଭରପୁର ମାତ୍ରାରେ ରହିଥାଏ ।

ବିଟ ରସ ପିଅନ୍ତୁ :

Google

ବିଟକୁ ସାଲଡରେ ସାମିଲ କରନ୍ତୁ କିମ୍ବା ବିଟର ରସ ମଧ୍ୟ ଆପଣ ପିଆଇଆଇ ପାରିବେ । ଆପଣଙ୍କୁ କହିବ ପାଇଁ ଚାହୁଞ୍ଚୁ ବିଟରେ ଭରପୁର ମାତ୍ରାରେ ଲୌହ ରହିଛି ।

ନିୟମିତ ରୂପର ବ୍ୟାୟମ କରନ୍ତୁ :

Google

ପ୍ରତିଦିନ ବ୍ୟାୟମ କରିବା ଫଳରେ ଶରୀରରେ ଲାଲ ରକ୍ତ କୋଷିକାର ବୃଦ୍ଧି ହୋଇଥାଏ । ତେଣୁ ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ଅଭାବ ଦେଖାଦେଲେ ଆପଣ ନିୟମିତ ରୂପରେ ବ୍ୟାୟମ କରି ଏହି ଅଭାବକୁ ପୁରତି କରିପାରିବେ ।

Be the first to comment

Leave a Reply

Your email address will not be published.


*