LIC ପଲିସିରେ ଝିଅର ବିବାହ ପାଇଁ ମିଳିବ ୨୭ ଲକ୍ଷ ଟଙ୍କା ! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

LIC ପଲିସିରେ ଝିଅର ବିବାହ ପାଇଁ ମିଳିବ ୨୭ ଲକ୍ଷ ଟଙ୍କା ! ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

‘ଲାଇଫ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ’ (LIC) ଲୋକଙ୍କ ବିଶେଷ କଥାକୁ ଧ୍ୟାନରେ ରଖି ସମୟ ସମୟରେ ଭିନ୍ନ ଭିନ୍ନ ଯୋଜନା ଆଣିଥାଏ । ‘LIC’ ଏପରି ଏକ ବୀମା କମ୍ପାନୀ ଅଟେ, ଯାହା ଉପରେ ଲୋକଙ୍କ ଅଧିକ ବିଶ୍ୱାସ ରହିଥାଏ । ଏହି କାରଣରୁ କରୋନା ସଙ୍କଟ ସମୟରେ ମଧ୍ୟ କମ୍ପାନୀ ଭଲ ଲାଭ ଅର୍ଜନ କରୁଛନ୍ତି । ଦେଶର ଅଧିକାଂଶ ଲୋକ ‘LIC’ ଯୋଜନାରେ ନିବେଶ କରିଛନ୍ତି । ଏହା ସରକାରୀ ବୀମା କମ୍ପାନୀ ଅଟେ । ଏମାନଙ୍କ ଯୋଜନାରେ ନିବେଶ ପୁରାପୁରି ସୁରକ୍ଷିତ ଥାଏ । ଜଣାଇଦେଉଛୁ ଯେ ସରକାର ‘LIC’ରେ ଜମା ଧନ ରାଶିରେ ସବରେନ୍ ଗ୍ୟାରେଣ୍ଟି ମିଳିଥାଏ । ବର୍ତ୍ତମାନ ‘LIC’ ପଲିସିକୁ ଅନଲାଇନ୍ ମଧ୍ୟ ନିଆଯାଇପାରେ ଓ ପ୍ରିମୀୟମ୍ ଜମା କରାଯାଏ । ‘LIC’ ପଲିସି ନିବେଶ କଲେ ଯେଉଁଠାରେ ଗୋଟିଏ ପଟେ ଲାଇଫ୍ କଭର୍ ମିଳେ, ସେପଟେ ପ୍ଲାନର ମେଚ୍ୟୁରିଟିରେ ମଧ୍ୟ ଲାଭ ମିଳେ । ଆଜି ଆମେ ଆପଣଙ୍କୁ କହିବାକୁ ‘LIC’ର ଏକ ବିଶେଷ ଯୋଜନା ବିଷୟରେ, ଯାହା ଝିଅମାନଙ୍କ ବିବାହକୁ ଧ୍ୟାନରେ ରଖି ଅଣାଯାଇଛି ।

ଲାଇଫ୍ ଇନ୍ସରେନ୍ସ କର୍ପୋରେସନ୍ ଝିଅମାନଙ୍କ ବିବାହ ପାଇଁ ଏକ ବିଶେଷ ଯୋଜନା ନେଇ ଆସିଛି । ଏହାର ନାମ ‘LIC’ କନ୍ୟାଦାନ ପଲିସି ଅଟେ । ଏହି ପଲିସିକୁ ନେବାପରେ ଝିଅ ବିବାହର କୌଣସି ଚିନ୍ତା ରହିବ ନାହିଁ । ଏହି ପଲିସି ଜରିଆରେ ବଡ଼ ବଡ଼ ଫଣ୍ଡର୍ ବନ୍ଦୋବସ୍ତ କରାଯାଇପାରିବ ।

ଏହି ପଲିସିକୁ ନେବା ପାଇଁ ପ୍ରତିଦିନ ୧୨୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅର୍ଥାତ ପ୍ରତି ମାସରେ ପାଖାପାଖି ୩୬୦୦ ଟଙ୍କାର ପ୍ରିମୀୟମ୍ ଜମା କରିବାକୁ ପଡ଼ିବ । ଏହି ପଲିସିରେ ଡେଥ୍ ବେନିଫିଟ୍ ମଧ୍ୟ ସାମିଲ୍ ରହିଛି । କୌଣସି ପ୍ରକାର ଅଘଟଣ ସ୍ଥିତିରେ ଏଥିରେ ପରିବାରକୁ ଆର୍ଥିକ ସୁରକ୍ଷା ମିଳେ ।

‘LIC’ କନ୍ୟାଦାନ ପଲିସି ପୂରଣ ହେବାପରେ ୨୭ ଲକ୍ଷ ଟଙ୍କା ମିଳେ । ଏହି ପଲିସି ନେବା ପାଇଁ ଝିଅ ପିତାଙ୍କ ବୟସ ୧୮ ରୁ ୫୦ ମଧ୍ୟରେ ହୋଇଥିବା ଦରକାର । ଏଥିସହିତ ଝିଅର ନ୍ୟୁନତମ ବୟସ ୧ ବର୍ଷ ହେବା ଦରକାର ।

‘LIC’ କନ୍ୟାଦାନ ପଲିସିର ମେଚ୍ୟୁରିଟିକୁ ୨୫ ବର୍ଷ ପୂରଣ ହୋଇଯାଇଛି । ଏହି ପଲିସି ପିତା ଓ ଝିଅର ଭିନ୍ନ ଭିନ୍ନ ବୟସ ଅନୁସାରେ ମଧ୍ୟ ମିଳିପାରେ ।

‘LIC’ର ଏହି ଯୋଜନାରେ ଝିଅର ବୟସ ହିସାବରେ ପଲିସିର ସମୟ ସୀମାକୁ ହ୍ରାସ କରି ଦିଆଯାଇଛି । ଯଦି କୌଣସି ବ୍ୟକ୍ତି କମ୍ କିମ୍ବା ଅଧିକ ପ୍ରିମୀୟମର ଦେବାକୁ ଚାହେଁ, ତେବେ ସେ ମଧ୍ୟ ଏହି ପଲିସିକୁ ଗ୍ରହଣ କରିପାରିବେ ।

‘LIC’ କନ୍ୟାଦାନ ପଲିସି ଅନୁଯାୟୀ ଇନକମ୍ ଟେକ୍ସ ଅଧିନିୟମର ସେକ୍ସନ୍ ୮୦ସିରେ ପ୍ରିମୀୟମରେ ଛୁଟ ଦିଆଯାଏ । ଏହି ଛୁଟ ଅଧିକାଂଶ ୧,୫୦ ଲକ୍ଷ ଟଙ୍କାରେ ମିଳେ । ଏହାବ୍ୟତୀତ, ସେକ୍ସନ୍ ୧୦ (୧୦ଡ଼ି) ଅନୁଯାୟୀ ମେଚ୍ୟୁରିଟିରେ ଡେଥ୍ କ୍ଲେମ୍ ରାଶି ଉପରେ ମଧ୍ୟ ଛୁଟ ଦିଆଯାଏ ।

‘LIC’ କନ୍ୟାଦାନ ପଲିସି ଅନୁଯାୟୀ କମ୍ କିମ୍ବା ଅଧିକ ପ୍ରିମୀୟମ୍ ଥିବା ଯୋଜନା ମଧ୍ୟ ନେଇପାରିବା । ଆମଦାନୀ ଅନୁଯାୟୀ, ପ୍ରିମୀୟମ୍ ରାଶି ହ୍ରାସ କିମ୍ବା ବୃଦ୍ଧି କରାଯାଇପାରିବ । ଯଦି କେହି ପ୍ରତିଦିନ ୧୨୧ ଟଙ୍କା ଜମା କରିପାରନ୍ତି ନାହିଁ, ତେବେ ଏଥିରୁ କମ୍ ମଧ୍ୟ କରିପାରିବା ଓ ଅଧିକ ଟଙ୍କା ହେଲେ ଜମା କରିପାରିବା । ଏଥିରେ ମଧ୍ୟ ଅନେକ ଯୋଜନା ରଖାଯାଇଛି ।

Leave a Reply

Your email address will not be published. Required fields are marked *