ଉତ୍ତେଜନା ମଧ୍ୟରେ ଭାରତ LACରେ ନିୟୋଜିତ କରିଛି ଟି-୯୦ ଏବଂ ଟି-୭୨ ଟ୍ୟାଙ୍କ, -୪୦ ଡିଗ୍ରୀରେ ଶତ୍ରୁକୁ ଉପଯୁକ୍ତ ଉତ୍ତର ଦେବ !

ପୂର୍ବ ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଗତ କିଛି ମାସ ହେବ ତିକ୍ତତା ଲାଗି ରହିଛି । ଯେଉଁ କାରଣରୁ ସୀମାରେ ଥିବା ସେନା ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ଯଦିଓ ଭାରତ ଏବଂ ଚୀନ୍ ଏହି ଉତ୍ତେଜନାକୁ ଦୂର କରିବା ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଥର ସାମରିକ କମାଣ୍ଡର ସ୍ତରୀୟ ବୈଠକ ହୋଇସାରିଛି, ତଥାପି ଚୀନ୍ କେବେ ମଧ୍ୟ ନିୟନ୍ତ୍ରଣ ଲାଇନରୁ ନିଜ ସୈନ୍ୟକୁ ପଛକୁ ହଟାଇବାକୁ ରାଜି ହୋଇନାହିଁ । ଚୀନର ଏହି ଜିଦ୍ କାରଣରୁ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଏଥି ସହିତ ଚୀନର ଏହି ଜିଦ୍ ଉପରେ ଭାରତ ବର୍ତ୍ତମାନ କଡା ପଦକ୍ଷେପ ନେଇଛି । ଯାହାଦ୍ଵାରା ସୀମାରେ ଉତ୍ତେଜନା ସୃଷ୍ଟି ହୋଇଛି । ବାସ୍ତବରେ ଭାରତ ସୀମାରେ ନିଜର ସ୍ଥିତିକୁ ଦୃଢ଼ କରିବାକୁ ଲାଗିଛି । ଯେଉଁଥି ପାଇଁ ସୀମାରେ ଟ୍ୟାଙ୍କ ଏବଂ ପଦାତିକ ଯାନ ନିୟୋଜିତ ହେଉଛି ।

ବାସ୍ତବରେ, ଭାରତୀୟ ସେନା ରବିବାର ଦିନ ଲେହଠାରୁ ୨୦୦ କିଲୋମିଟର ଦୂରରେ ଥିବା ପୂର୍ବ ଲଦାଖର ଚୁମାର ଡେମୋକୋକ ଅଞ୍ଚଳରେ ଟ୍ୟାଙ୍କ ଏବଂ ପଦାତିକ ଯାନ ନିୟୋଜିତ କରିଛି । ଏହି ଅବଧି ମଧ୍ୟରେ ସେନା ଦ୍ଵାରା ବିଏମପି-୨ ପଦାତିକ ଯୁଦ୍ଧ ଯାନ ସହିତ ଟି-୯୦ ଏବଂ ଟି-୭୨ ନିୟୋଜିତ କରାଯାଇଛି । ଏହି ଟ୍ୟାଙ୍କଗୁଡ଼ିକର ବିଶେଷ ଗୁଣ ହେଉଛି ଯେ ଏହା ପୂର୍ବ ଲଦାଖରେ ମାଇନସ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଶତ୍ରୁ ଉପରେ ଆକ୍ରମଣ କରିପାରିବ । ସେନାର ଏହି ନିୟୋଜନ ସମ୍ପର୍କରେ ୧୪ଟି କର୍ପସ ଅଫ ଷ୍ଟାଫ ମେଜର ଜେନେରାଲ ଅରବିନ୍ଦ କପୁର କହିଛନ୍ତି ଯେ, “ଫାୟାର ଆଣ୍ଡ ଫ୍ୟୁରି କର୍ପସ ହେଉଛି ଭାରତୀୟ ସେନାର ଏକମାତ୍ର ଗଠନ ଅଟେ ଏବଂ ଦୁନିଆର ଏଭଳି କଠୋର ଅଞ୍ଚଳରେ ମେକାନାଇଜଡ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛି । ଏହି ଅଞ୍ଚଳରେ ଟ୍ୟାଙ୍କ, ପଦାତିକ ଯୁଦ୍ଧ ଯାନ ଏବଂ ଭାରୀ ବନ୍ଧୁକର ଏହି ଅଞ୍ଚଳରେ ରକ୍ଷଣାବେକ୍ଷଣ କରିବା ଏକ ଆହ୍ଵାନ ଅଟେ ।

କହିଦଉଛୁ ଯେ ଚୀନ୍ ଏବଂ ଭାରତ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ଲାଇନରେ ପ୍ରାୟ ଚାରିମାସ ଧରି ତିକ୍ତତା ଚାଲୁଛି । ଚୀନ୍ ତରଫରୁ ଅନେକ ଥର ଭାରତୀୟ ଅଞ୍ଚଳକୁ କାବୁ କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ପ୍ରତ୍ୟେକ ଥର ଭାରତୀୟ ସେନା ଚୀନ୍ ସୈନ୍ୟମାନଙ୍କୁ ଉପଯୁକ୍ତ ଉତ୍ତର ଦେଇ ଫେରେଇ ଦେଇଛି । କେବଳ ଏତିକି ନୁହେଁ, ତିକ୍ତତା ମଧ୍ୟରେ ଚୀନ୍ ସୀମାର ସୀମାନ୍ତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ମଧ୍ୟ କରୁଛି । ସୂଚନାନୁସାରେ, ଚୀନ୍ ପାର୍ଶ୍ୱ LAC – ପଶ୍ଚିମ (ଲଦାଖ), ମଧ୍ୟ (ଉତ୍ତରପ୍ରଦେଶ , ହିମାଚଳ ପ୍ରଦେଶ) ଏବଂ ପୂର୍ବ (ସିକ୍କିମ୍, ଅରୁଣାଚଳ ପ୍ରଦେଶ)ର ତିନୋଟି ଅଞ୍ଚଳରେ ସେନା, ଆର୍ଟିଲିରି ଏବଂ ଆର୍ମରର ନିର୍ମାଣ ଆରମ୍ଭ କରିସାରିଛି ।

Be the first to comment

Leave a Reply

Your email address will not be published.


*