କରୋନା ନିୟମ ଭାଙ୍ଗୁଥିବାରୁ ପୋଲିସ ଅଟକାଇ ଥିଲା ଝିଅଟିକୁ ପରେ ଝିଅଟି ମଝି ରାସ୍ତାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀକୁ ଅର୍ନଗୋଳ ଭାବରେ କରିଥିଲା ଗାଳି ! ଦେଖନ୍ତୁ Videoଟି…

କରୋନା ନିୟମ ଭାଙ୍ଗୁଥିବାରୁ ପୋଲିସ ଅଟକାଇ ଥିଲା ଝିଅଟିକୁ ପରେ ଝିଅଟି ମଝି ରାସ୍ତାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀକୁ ଅର୍ନଗୋଳ ଭାବରେ କରିଥିଲା ଗାଳି ! ଦେଖନ୍ତୁ Videoଟି…

କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଦେଶରେ ଅନେକ ପ୍ରତିବନ୍ଧକ ଲଗାଯାଇଛି ଏବଂ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ନିୟମ ଉଲ୍ଲଂଘନ କରୁଛନ୍ତି ଏବଂ ପୋଲିସ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଉଛି । ଏହି ସମୟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା କରୋନା ନିୟମ ଉଲ୍ଲଂଘନ କରୁଥିବା ବେଳେ ଧରାପଡିଥିଲେ । ପୋଲିସ ତାଗିଦ କରିବାରୁ, ସେ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ । ଏହି ମହିଳା ସମସ୍ତ ସୀମା ଅତିକ୍ରମ କରି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଗାଳିଗୁଲଜ କରୁଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ବିହାରର ଅଟେ ।

ଭାଇରାଲ ହେଉଥିବା ଭିଡିଓରେ ପାଟନା ପୋଲିସ ସ୍କୁଟି ଚଲଉଥିବା ଝିଅକୁ ଅଟକାଇ ତାଙ୍କୁ କର୍ଫ୍ୟୁ ପାସ୍ ମାଗିଥିଲେ । ନାବାଳିକା ଜଣକ ଏଥିରେ ରାଗି ଯାଇଥିଲେ ଏବଂ କେବଳ ପୋଲିସ ସହ ଅସଦାଚରଣ କରିନଥିଲେ ବରଂ ପୋଲିସକୁ ଧମକ ଦେଇ କହିଲା ତୁମ ୟୁନିଫର୍ମ ବାହାର କରିଦେବି । ଭିଡିଓରେ ଏହି ମହିଳା ଜଣକ କହିଛନ୍ତି ଯେ ଆସନ୍ତାକାଲି ଆମର କର୍ଫ୍ୟୁ ପାସ୍ କରାଯିବ । ଆପଣ ଚାଲାଣ କାଟି କିଛି ଠିକ କରିନାହାନ୍ତି । ଆଜି ତୁମେ ତୁମର ଚାକିରି ଛାଡିଦିଅ । ଯଦି ସମଗ୍ର ବିହାରରେ ଦଙ୍ଗା ନହୁଏ; ତେବେ ମୋର ନାମ ପରିବର୍ତ୍ତନ କରିଦେବେ ।

ମହିଳା ଜଣକ ଏତିକିରେ ଅଟକି ନଥିଲେ, “କଠୋର ଭାବେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସି କଣ ଚାଲାଣ କାଟିବେ । ଯେତେବେଳେ ଇଚ୍ଛା ଲକ୍ଡ଼ାଉନ କରିଦେଲେ, ଯେତେବେଳେ ଇଚ୍ଛା ବଜ଼ାର ବନ୍ଦ କରିଦେଲେ । ରାସ୍ତା କଡର ବେପାରୀ ପ୍ରତିଦିନ କମାଏ ଏବଂ ଖାଏ; ତାର କଣ ହେବ ? ସେତ ଭୋକରେ ମରୁଛି ନା । ଏଠାରେ ଚାଲାଣ ପରେ ଚାଲାଣ କଟାଯାଉଛି । ଚାଲାଣ କଟାଯାଉଥିବା ଟଙ୍କା ଯାଉଛି କୁଆଡେ ମୋଦୀଙ୍କ ପକେଟକୁ ନା ନୀତିଶ କୁମାରଙ୍କ ପକେଟକୁ ?”

ଏହା ସତ୍ତ୍ୱେ ପୋଲିସ ନିଜର ମୌନତାକୁ ବଜାୟ ରଖିଥିଲା । ପୁଣି ଯେତେବେଳେ ମହିଳା ଜଣକ ହେଲମେଟ ନ ପିନ୍ଧିଥିବାରୁ ତାଙ୍କୁ ତାଗିଦ କରାଯାଇଥିଲା, ସେତେବେଳେ ସେ ପୁଣି ରାଗି ଯାଇଥିଲେ । ମହିଳା ସୀମା ଅତିକ୍ରମ କରି କୁହନ୍ତି, ହେଲମେଟକୁ କିକ୍ କରନ୍ତୁ କାରଣ କରୋନା ପାଇଁ ଲକ୍ଡ଼ାଉନ ଠାରୁ ଅଧିକ କରାଯାଇଛି । ଯଦି ଜଣେ ବ୍ୟକ୍ତି କରୋନାରେ ମରିଯାଏ; ତେବେ ହେଲମେଟ କ’ଣ କରିବ ? ଶୁଣିବାକୁ ଚାହୁଁଛନ୍ତି, ଶୁଣନ୍ତୁ ମୁଁ ପୋଲ ଖୋଲୁଛି- ଡାକ୍ତରଖାନାରେ କ’ଣ ହୁଏ ? କୌଣସି ବ୍ୟକ୍ତିକୁ କାଶ କିମ୍ବା କଫ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି କିନ୍ତୁ ସେଠାରେ ତାଙ୍କୁ କରୋନା ହୋଇଥିବାର କୁହାଯାଏ ।

ଏହାପରେ ମହିଳା ସ୍କୁଟିରୁ ଏକ ଟିକେଟ ଆଣି କୁହନ୍ତି, ଦେଖ, ମୋର ଟ୍ରେନ ଟିକେଟ, ଯିବାକୁ ଗାଡି ମିଳୁନାହିଁ; ମୁଁ ତିନି ଘଣ୍ଟା ହେଲାଣି ବୁଲୁଛି । ଦେଢ ଲକ୍ଷ ଟଙ୍କାର ସ୍କୁଟିକୁ ଷ୍ଟେସନରେ ତ ପାର୍କିଂ କରିପାରିବି ନାହିଁ । ଅପରାଧ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଅ ନାହିଁ । କଣ ନିଜ କାର୍ଯ୍ୟ ସମ୍ବନ୍ଧରେ କୌଣସି ଜାଗାକୁ ଯିବା ଅପରାଧ କି ? ମୋ ଘରେ ଫର୍ଚୁନର କାର ଅଛି, ହେଲେ ମୁଁ ବାହାର କରିପାରିବି ନାହିଁ । ମୋଦୀ ଏସବୁ କରୁଛନ୍ତି । ଯଦି ସେ ମୋର ଚାଲାଣ କାଟନ୍ତି, ତେବେ ମୁଁ ମଧ୍ୟ ତାଙ୍କର ଚାଲାଣ କାଟିବି । ଏହା କହି ମହିଳା ସ୍କୁଟି ଉପରେ ବସି ଚାଲିଗଲେ ।

ଏହି ଭିଡିଓକୁ ସମସ୍ତେ ନିନ୍ଦା କରୁଛନ୍ତି । ସୂଚନାଯୋଗ୍ୟ, ନିକଟରେ ଏକ ସମାନ ଭିଡିଓ ମଧ୍ୟ ଦିଲ୍ଲୀରୁ ପ୍ରକାଶ ପାଇଥିଲା । ଯେଉଁଥିରେ କାର୍ (CAR)ରେ ଯାଉଥିବା ସ୍ୱାମୀ-ସ୍ତ୍ରୀ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା । ତେଣୁ ସେମାନେ ପୋଲିସ ସହ ଅଶ୍ଲୀଳନ ବ୍ୟବହାର ଆରମ୍ଭ କରିଥିଲେ । ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଭୁଲ ଭାଷା ବ୍ୟବହାର କରିଥିଲେ । ପରଦିନ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଥିଲା ​​ଏବଂ ଏକ ମାମଲା ରୁଜୁ କରାଯାଇଥିଲା । ଏହା ପରେ ସେମାନେ କ୍ଷମା ମାଗିଥିଲେ ।

Leave a Reply

Your email address will not be published. Required fields are marked *