କରୋନାକାଳୀନ ପରିସ୍ଥିତିରେ ନିଶ୍ଚୟ ସେବନ କରନ୍ତୁ ଅର୍ଜୁନ ଗଛର ଛାଲିରୁ ପ୍ରସ୍ତୁତ କାଢା ! ଶରୀରରେ ଅମ୍ଳଜାନର କୌଣସି ଅଭାବ ରହିବ ନାହିଁ…

କରୋନାକାଳୀନ ପରିସ୍ଥିତିରେ ନିଶ୍ଚୟ ସେବନ କରନ୍ତୁ ଅର୍ଜୁନ ଗଛର ଛାଲିରୁ ପ୍ରସ୍ତୁତ କାଢା ! ଶରୀରରେ ଅମ୍ଳଜାନର କୌଣସି ଅଭାବ ରହିବ ନାହିଁ…

କାଢାକୁ କରୋନା ଭୁତାଣୁ ବିରୁଦ୍ଧରେ ଏକ ରାମବାଣ ଉପାୟ ଭାବେ ବିବେଚନା କରାଯାଏ ଏବଂ ଏହାକୁ ପିଇବା ଦ୍ୱାରା ଅସଂଖ୍ୟ ଲାଭ ମିଳିଥାଏ । ଅର୍ଜୁନ୍ ଗଛର ଛାଲିରୁ ପ୍ରସ୍ତୁତ କାଢା ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ ଏବଂ ଏହାର ବ୍ୟବହାର ଶରୀରର ଦୁର୍ବଳତାକୁ ଦୂର କରିଥାଏ । ଯେଉଁମାନେ କରୋନା ଦ୍ୱାରା ସଂକ୍ରମିତ ଅଟନ୍ତି ସେମାନଙ୍କ ପାଇଁ କାଢା ବନାଇବା ସମୟରେ ଅର୍ଜୁନ ଛାଲ ବ୍ୟବହାର କରିବା ଜରୁରୀ ଅଟେ । ଭାରତୀୟ ଆୟୁର୍ବେଦରେ ଏହାର ଅନେକ ଔଷଧୀୟ ଗୁଣ ବର୍ଣ୍ଣନା କରାଯାଇଛି ।

‘ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଚାରିଟେବୁଲ୍ ସର୍ଭିସେସ୍’ର ଆୟୁର୍ବେଦାଚାର୍ଯ୍ୟ କହିଛନ୍ତି ଯେ କରୋନା ଭୁତାଣୁ ପ୍ରଥମେ ଫୁସ୍-ଫୁସ୍ କୁ ସଂକ୍ରମିତ କରୁଛି ଏବଂ ଫୁସ୍-ଫୁସ୍ ପାଇଁ ଅର୍ଜୁନ ଛାଲିର କାଢା ରାମବାଣ ଭଳି କାର୍ଯ୍ୟ କରେ । ଏହା ‘ଫୁସ୍-ଫୁସ୍’କୁ ସଂକ୍ରମିତ ହେବାରୁ ରକ୍ଷା କରିଥାଏ ଏବଂ ଅର୍ଜୁନ ଛାଲି କାଢା ପିଇବା ଦ୍ୱାରା ‘ଫୁସ୍-ଫୁସ୍’ରେ ସଠିକ୍ ପରିମାଣରେ ଅମ୍ଳଜାନ ମିଳିଥାଏ । କରୋନା ଭୁତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ନିୟମିତ ଅର୍ଜୁନ ଛାଲି କାଢା ପିଇବା ଉଚିତ ଏବଂ ଏହା ସହିତ କରୋନା ଔଷଧ ମଧ୍ୟ ଖାଇବା ଉଚିତ । ଯଦି ଆପଣ କରୋନା ଦ୍ୱାରା ଆକ୍ରାନ୍ତ ଅଟନ୍ତି ତେବେ ଦିନକୁ ଦୁଇଥର ଏହି କାଢା ପିଅନ୍ତୁ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି କାଢା ତିଆରି କରିବାର ପଦ୍ଧତି ।

କାଢା ତିଆରି କରିବାର ପଦ୍ଧତି

କାଢା ତିଆରି କରିବା ପାଇଁ ଆପଣଙ୍କୁ ୧-ଲିଟର ପାଣି, ୨୦୦ଗ୍ରାମ୍ ଅର୍ଜୁନ ଛାଲି ପାଉଡର୍, ଗୋଲମରିଚ, ଜୁଆଣୀ, ଲବଙ୍ଗ, ଡାଲଚିନି ଏବଂ ଗୁଡ଼ ଆବଶ୍ୟକ ହେବ । ସର୍ବପ୍ରଥମେ ଗ୍ୟାସ୍ ଜଳାଇ ପାଣି ଗରମ କରନ୍ତୁ । ପାଣି ଭଲ ଭାବରେ ଫୁଟିଗଲା ପରେ ସେଥିରେ ଅର୍ଜୁନ ଛାଲି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଜୁଆଣୀ, ଲବଙ୍ଗ ଏବଂ ଡାଲଚିନି ପକାନ୍ତୁ । ଯେତେବେଳେ ପାଣି ଫୁଟି ଫୁଟି ଅଧା ହୋଇଯିବ ଗ୍ୟାସ୍ ବନ୍ଦ କରି ଏହି ପାଣିକୁ ଛାଣି ଦିଅନ୍ତୁ ଏବଂ ଏହାକୁ ପିଅନ୍ତୁ । ଯଦି ଆପଣ ଚାହାଁନ୍ତି ତେବେ ଆପଣ ଏଥିରେ ଗୁଡ଼ ମିଶାଇ ପାରିବେ । ପ୍ରତିଦିନ ଏହି କାଢା ଦୁଇଥର ପିଅନ୍ତୁ । ମନେରଖନ୍ତୁ ଏହି କାଢାକୁ ‘ଅଧା କପ୍’ରୁ ଅଧିକ ପିଅନ୍ତୁ ନାହିଁ । ଏହାକୁ ମାତ୍ରାଧିକ ପିଇବା ଦ୍ୱାରା ପେଟ ସମସ୍ୟା ସୃଷ୍ଟି ହୋଇପାରେ ।

ଘରେ ତିଆରି କରନ୍ତୁ ଅର୍ଜୁନ ଛାଲି ପାଉଡର୍

ଆପଣ ଅତ୍ୟନ୍ତ ସହଜରେ ଘରେ ଅର୍ଜୁନ ଛାଲି ପାଉଡର୍ ତିଆରି କରିପାରିବେ । ପ୍ରଥମେ ଅର୍ଜୁନ ଗଛ ଛାଲିକୁ କାଟି ଆଣନ୍ତୁ । ଏହକୁ ପାଣିରେ ଧୋଇ ଭଲ ଭାବରେ ସଫା କରିଦିଅନ୍ତୁ । ପରେ ଏହାକୁ ଖରାରେ ଶୁଖିବାକୁ ରଖିଦିଅନ୍ତୁ । ଏହା ଭଲ ଭାବରେ ଶୁଖିଯିବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ପାଉଡର୍ ପ୍ରସ୍ତୁତ କରିନିଅନ୍ତୁ ଏବଂ ବ୍ୟବହାର କରନ୍ତୁ ।

ଅର୍ଜୁନ ଛାଲି କାଢା ପିଇବାର ଉପକାର

ଏହି ପାନୀୟ ପିଇବା ଦ୍ୱାରା କାଶରୁ ମୁକ୍ତି ମିଳିଥାଏ ।

ଏହା ‘ଫୁସ୍-ଫୁସ୍’କୁ ହେଉଥିବା ରକ୍ତ ଯୋଗାଣକୁ ସଠିକ୍ ରଖିବାରେ ସାହାଯ୍ୟ କରେ ।

ଏହା ଗଳା ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ।

ଏହି କାଢା ପିଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୁଏ ଏବଂ ଶରୀରକୁ ଶକ୍ତି ମିଳିଥାଏ ।

ଏହି କାଢା ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟାରୁ ଆରାମ ମିଳିଥାଏ ।

ଉଚ୍ଚ ରକ୍ତଚାପ ରୋଗୀମାନେ ଅର୍ଜୁନ ଛାଲି କାଢା ପିଇବା ଆବଶ୍ୟକ । ଏହା ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

Leave a Reply

Your email address will not be published. Required fields are marked *