୫୧ ବର୍ଷ ବୟସରେ Shane Warne ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ !

୫୧ ବର୍ଷ ବୟସରେ Shane Warne ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ !

ଶେନ ୱାର୍ଣ୍ଣ (Shane Warne) ଏବଂ ହୋଲିଉଡ଼ ଅଭିନେତ୍ରୀ ମାର୍ଗୋ ରୋବୀ (Margot Robbie)ଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରେ ନଜର ଆସୁଛି । କିନ୍ତୁ ବର୍ତ୍ତମାନ ୱାର୍ଣ୍ଣ ଅଷ୍ଟ୍ରେଲିଆରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀଙ୍କ ସବୁ ଇନଷ୍ଟାଗ୍ରାମ ପୋଷ୍ଟକୁ ଲାଇକ୍ କରୁଛନ୍ତି ।

ଅଷ୍ଟ୍ରେଲିଆର ପୂର୍ବ ସ୍ପିନ ଖେଳାଳୀ ଶେନ ୱାର୍ଣ୍ଣ ନା କେବଳ କ୍ରିକେଟ ଦୁନିଆରେ ନିଜର ନାମ ଅର୍ଜନ କରିଛନ୍ତି ବରଂ ତାଙ୍କର ପ୍ରେମ ମୈଦାନରେ ମଧ୍ୟ ଭଲ ବୋଲିଂ କରିଛନ୍ତି । ଏହି ପ୍ରସିଦ୍ଧ ଚୋକଲେଟ୍ ବୟ ପୁଣିଥରେ ପ୍ରେମରେ ପଡ଼ିବା ଭଳି ପ୍ରତିତ ହେଉଛି ।

ଶେନ ୱାର୍ଣ୍ଣ ଏବଂ ହୋଲିଉଡ଼ ଅଭିନେତ୍ରୀ ମାର୍ଗୋ ରବୀଙ୍କ ମଧ୍ୟରେ ନକଟତରତା ଦିନକୁ ଦିନ ବଢ଼ିବାରେ ନଜର ଆସିଛି । ୱାର୍ଣ୍ଣ ଅଷ୍ଟ୍ରେଲିଆରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀଙ୍କର ପ୍ରତ୍ୟେକ ଇନଷ୍ଟାଗ୍ରାମ ପୋଷ୍ଟକୁ ଲାଇକ୍ କରୁଛନ୍ତି । ସେ ରବୀଙ୍କ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି ଯେ, “Keeping rocking it Margot.” ଅନ୍ୟ ଏକ ଫୋଟରେ ୱାର୍ଣ୍ଣ ଲେଖିଛନ୍ତି ଯେ, “ଅଶୀ” ଅର୍ଥାତ ଅଷ୍ଟ୍ରେଲିୟାନ । ଏପରି ଲାଗୁଛି ଯେପରି ପୂର୍ବ କ୍ରିକେଟର ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇସାରିଛନ୍ତି ।

ନିଜ ଜୀବନ ଉପରେ ଫିଲ୍ମ ବନାଇବାକୁ ଚାହାଁନ୍ତି ୱାର୍ଣ୍ଣ :-

ସୂଚନା ଅନୁଯାୟୀ ଶେନ ୱାର୍ଣ୍ଣ ଏକ ଫିଲ୍ମ ପ୍ରୋଜେକ୍ଟରେ କାମ କରୁଛନ୍ତି ଯାହାକି ତାଙ୍କ ଜୀବନ ଉପରେ ପର୍ଯ୍ୟବେସିତ ଅଟେ । ଶେନ ଚାହାଁନ୍ତି ଯେ ମାର୍ଗୋ ରବୀ ଏହି ଫିଲ୍ମରେ ତାଙ୍କର ପୂର୍ବ ପତ୍ନୀ ସିମୋନ କଲାହାନ ଚରିତ୍ରରେ ଅଭିନୟ କରନ୍ତୁ ବୋଲି ।

ସେକ୍ସ ସ୍କେଡାଲର କିଙ୍ଗ ରହିଛନ୍ତି ୱାର୍ଣ୍ଣ :-

ଶେନ ୱାର୍ଣ୍ଣଙ୍କୁ ପ୍ରାୟ ସେକ୍ସ ସ୍କେଡାଲର କିଙ୍ଗ ବୋଲି କୁହାଯାଇଥାଏ । ତାଙ୍କ ଉପରେ ଏହି ଆରୋପ ଲାଗିଥିଲା ଯେ, ସେ ବ୍ରିଟିଶ ନର୍ସ ଡୋନା ରାଇଟଙ୍କୁ ଆପତ୍ତିଜନକ ମେସେଜ ପଠାଇ ଥିଲେ । ଏହା ବ୍ୟତୀତ ୨୦୦୬ କାଉଁଟି କ୍ରିକେଟରେ ମିଡ଼ିଲସେକ୍ସ ଟିମ ବିପକ୍ଷରେ ଥିବା ମ୍ୟାଚ ପୂର୍ବରୁ ଦୁଇ ମୋଡଲସଙ୍କ ସହିତ ୱାର୍ଣ୍ଣଙ୍କ ଫୋଟ ଲିକ୍ ହୋଇଥିଲା । ଏହି ଘଟଣାର ଚର୍ଚ୍ଚା ଆଜିବି ହୋଇଥାଏ ।

ଖୁବ୍ ଶାନଦାର ରହିଥିଲା ଇଣ୍ଟରନ୍ୟାସନଲ୍ କ୍ୟାରିଅର :-

ଶେନ ୱାର୍ଣ୍ଣଙ୍କ ଇଣ୍ଟେରନ୍ୟାସନାଲ କ୍ୟାରିଅର ଖୁବ୍ ଉଚ୍ଚକୋଟିର ଥିଲା । ସେ ୧୯୯୨ ରୁ ୨୦୦୭ ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ୧୪୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଏବଂ ୭୦୮ଟି ୱିକେଟ୍ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ସେ ୧୯୪ “ୱନ୍-ଡେ”ରେ ୨୫.୭୩ ସମାନରୁ ୨୯୩ ୱିକେଟ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *