୨୧ ବର୍ଷ ବୟସରେ ଘରଦ୍ୱାର ଛାଡ଼ି ହୋଇଗଲେ ସାଧବୀ ! ଆଜି କେବଳ ତାଙ୍କ ସ୍ୱର ଶୁଣିବା ପାଇଁ ରୁଣ୍ଡ ହୁଅନ୍ତି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼…

୨୧ ବର୍ଷ ବୟସରେ ଘରଦ୍ୱାର ଛାଡ଼ି ହୋଇଗଲେ ସାଧବୀ ! ଆଜି କେବଳ ତାଙ୍କ ସ୍ୱର ଶୁଣିବା ପାଇଁ ରୁଣ୍ଡ ହୁଅନ୍ତି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼…

ଯେବେମଧ୍ୟ ଆପଣ ସାଧୁମାନଙ୍କ ବିଷୟରେ ଚିନ୍ତା କରୁଥିବେ ସେତେବେଳେ ଆପଣଙ୍କ ମସ୍ତିଷ୍କରେ ଏକ ବୟସ୍କ ଓ ବଡ଼ ଲୋକଙ୍କ ଛବି ଆସୁଥିବ । ଅଧିକାଂଶ ସମୟରେ ସାଧୁ ମାନେ ପ୍ରବଚନ ଦେବାର ଆମ୍ଭେମାନେ ଶୁଣିଛୁ କିମ୍ବା ଦେଖିଛୁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସାଧବୀଙ୍କ ବିଷୟରେ ସୁଚାଇବୁ ଯାହାଙ୍କ ବିଷୟରେ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ସାଧବୀ ବୟସରେ ବହୁତ ଛୋଟ ଅଟନ୍ତି । ୨୧ ବର୍ଷର ଏହି ସାଧବୀ ପାଠପଢ଼ା ପୂରଣ କରିବା ପାଇଁ କଲେଜ୍ ମଧ୍ୟ ଯାଆନ୍ତି । କିଏ ଅଟନ୍ତି ଏହି ସାଧବୀ ? କଣ ଅଟେ ତାଙ୍କ ନାମ ଆସନ୍ତୁ ଜାଣିବା ।

୨୧ ବର୍ଷୀୟ ଏହି ସାଧବୀ ରାଜସ୍ଥାନର ଅଧିବାସୀ ଜୟା କିଶୋରୀ ଧାର ଅଟନ୍ତି । ଭୋପାଳର ଇନ୍ଦୋର୍ ଠାରେ ସାଧବୀ ଜୟା କିଶୋରୀଙ୍କ ପ୍ରବଚନ ହୋଇଥିଲା । ୨୧ ବର୍ଷର ଏହି ସାଧବୀ ଲୋକଙ୍କ ଉପରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଛୋଟ ବୟସର ଏହି ସାଧବୀଙ୍କ ପ୍ରବଚନ ଶୁଣିବା ପାଇଁ ଲୋକମାନେ ଦୂର ଦୁରାନ୍ତରୁ ଆସିଥିଲେ । କୁହାଯାଏ ଯେ ଇନ୍ଦୋରରେ ହେଇଥିବା ପ୍ରବଚନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକଙ୍କ ଭିଡ଼ ହୋଇଥିଲା । ଏତେ ଲୋକଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଅର୍ଥାତ ଫେବୃଆରୀ ମାସରେ ଏହି ସତସଙ୍ଗ ହୋଇଥିଲା । ଏହି ସତସଙ୍ଗ ୯ ରୁ ୧୨ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ଭବ୍ୟ ସତସଙ୍ଗ ପାଇଁ ପାଖପାଖି ତିନି ଲକ୍ଷ ବର୍ଗ ଫୁଟରେ ପଣ୍ଡାଲ୍ ଲଗାଯାଇଥିଲା । ସୂତ୍ରରୁ ଜଣାପଡ଼ିଛି ଯେ ଇନ୍ଦୋରରେ ଜୟା କିଶୋରୀଙ୍କ ଏହା ପ୍ରଥମ ସତସଙ୍ଗ ଅଟେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରିନ୍ତି ଯେ ମାତ୍ର ୧୦ ବର୍ଷ ବୟସରେ ଜୟା କିଶୋରୀ ନିଜ ହୃଦୟ ଭଗବାନ ଶ୍ରୀକୃଷ୍ଣକୁ ଦେଇ ବସିଥିଲେ । ଘରେ ଭକ୍ତିର ବାତାବରଣ ଥିବା ଯୋଗୁଁ ତାଙ୍କ ମନ ଭଗବାନ ଶ୍ରୀକୃଷ୍ଣଙ୍କ ତରଫରୁ ବଢିବାକୁ ଚାଲିଗଲା । ଜୟା ନିଜର ପ୍ରଥମ ସୁନ୍ଦରକାଣ୍ଡ ପାଠ ୧୦ ବର୍ଷ ବୟସରେ କରିଥିଲେ । ତାଙ୍କର ମିଠା ବାଣୀ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥିଲା । ତାଙ୍କ ବାଣୀର ଯାଦୁ ଏପରି ଚାଲିଲା ଯେ ଆଜି ଲୋକେ ତାଙ୍କୁ ଶୁଣିବା ପାଇଁ ବହୁ ଦୂର ଦୂରରୁ ଆସନ୍ତି ।

ଜୟା କିଶୋରୀ ଭକ୍ତି ସଙ୍ଗେ ସଙ୍ଗେ ନିଜ ପାଠପଢ଼ା ମଧ୍ୟ ଜାରି ରଖନ୍ତି । ଭଗବାନଙ୍କ ଭକ୍ତିର ପ୍ରଭାବ ନିଜ ପାଠପଢ଼ା ଉପରେ ପଡ଼ିବାକୁ ଦିଅନ୍ତି ନାହିଁ । କୋଲକାତାର ମହାଦେବ ବିରଲା ୱାଲର୍ଡ଼ ଏକାଡେମୀରୁ ଜୟା ସ୍କୁଲ୍ ଶିକ୍ଷା ପ୍ରାପ୍ତ କରିଛନ୍ତି । ବର୍ତ୍ତମାନ ସେ ଭବାନୀପୁର ଗୁଜୁରାତି ସୋସାଇଟିରୁ ନିଜର ଆଗାମୀ ପାଠପଢା ପୂରଣ କଲେ । ବାଲ୍ୟ କାଳରୁ ଭଗବାନଙ୍କ ଭକ୍ତିରେ ଲୀନ ହେବା କାରଣରୁ ଲୋକମାନେ ଜୟାଙ୍କୁ ରାଧା ବୋଲି ସମ୍ବୋଧନ କରୁଥିଲେ । ଇନ୍ଦୋରରେ ହୋଇଥିବା ପ୍ରବଚନର ଲାଇଭ୍ ମଧ୍ୟ ଟେଲିକାଷ୍ଟ ସଂସ୍କାର ଚ୍ୟାନେଲରେ ପ୍ରସାରଣ କରଯାଇଥିଲା ।

Leave a Reply

Your email address will not be published. Required fields are marked *