‘SBI’ ଗ୍ରାହକଙ୍କ ପାଇଁ ଜରୁରୀ ଖବର ! ବଦଳିଗଲା ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବା ସମୟ…

‘SBI’ ଗ୍ରାହକଙ୍କ ପାଇଁ ଜରୁରୀ ଖବର ! ବଦଳିଗଲା ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବା ସମୟ…

ପ୍ରଥମେ ଯେଉଁଠି SBI ବ୍ରାଞ୍ଚରେ ସକାଳ ୧୦ ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ ହେଉଥିଲା, ବର୍ତ୍ତମାନ ଏହାକୁ ୨ ଘଣ୍ଟା ବୃଦ୍ଧି କରିଦିଆଯାଇଛି । ବର୍ତ୍ତମାନ ବ୍ୟାଙ୍କ ଶାଖା ଗୁଡ଼ିକ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଖୋଲା ରହିବ ।

କରୋନାର ଦ୍ୱିତୀୟ ଲହରୀ ଧୀରେ ଧୀରେ କମ୍ ହେବାକୁ ଲାଗିଛି କିଛି ରାଜ୍ୟ ଜାରି କଟକଣା ଗୁଡ଼ିକୁ କୋହଳ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଏଥି ମଧ୍ୟରେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ର ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ବ୍ୟାଙ୍କ ଶାଖାର କାର୍ଯ୍ୟ ସମୟରେ ପରିବର୍ତ୍ତନ କରିଛନ୍ତି । ପ୍ରଥମେ ଯେଉଁଠି SBI ଶାଖାରେ ସକାଳ ୧୦ଟା ରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ କାମ ଚାଲୁଥିଲା, ବର୍ତ୍ତମାନ ଏହି ଅବଧିକୁ ବୃଦ୍ଧି କରିଦିଆଯାଇଛି । ବର୍ତ୍ତମାନ ବ୍ୟାଙ୍କ ଶାଖା ଗୁଡ଼ିକ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଖୋଲା ରହିବ ।

ବ୍ୟାଙ୍କ କାର୍ଯ୍ୟକ୍ରମର ସମୟ ପରିବର୍ତ୍ତନ

ଜଣାଇଦେଉଛୁ ଯେ କରୋନା ବୃଦ୍ଧି ମାମଲା ଯୋଗୁଁ ବ୍ୟାଙ୍କ କାର୍ଯ୍ୟର ସମୟ କମ୍ କରି ଦେଇଥିଲେ । କିନ୍ତୁ ବର୍ତ୍ତମାନ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଏମିତିରେ କାର୍ଯ୍ୟ କରିବା ସମୟ ୨ ଘଣ୍ଟା ବୃଦ୍ଧି କରି ଦିଆଯାଇଛି । SBI ନିଜ ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରୁ ଏହାର ସୂଚନା ଦେଇଛନ୍ତି ଯେ ଗ୍ରାହକ ସକାଳ ୧୦ରୁ ସନ୍ଧ୍ୟା ୪ଟା ମଧ୍ୟରେ ନିଜ ବ୍ୟାଙ୍କ ସହ ଜଡ଼ିତ କାମ କରାଇପାରିବେ । ବ୍ୟାଙ୍କ ଟ୍ୱିଟରେ ଲେଖାଯାଇଛି ଯେ, ୧ ଜୁନ୍ ୨୦୨୧ରୁ ଆମର ସମସ୍ତ ଶାଖା ସକାଳ ୧୦ ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଟଙ୍କା ଉଠାଇବା ନିୟମ ପରିବର୍ତ୍ତନ

ଏହା ପୂର୍ବରୁ SBI ନିଜ ଗ୍ରାହକଙ୍କ ପାଇଁ ଏକ ନୋଟଫିକେସନ୍ ଜାରି କରି ଟଙ୍କା ବାହାର କରିବା ନିୟମ ବିଷୟରେ କହିଥିଲେ । ଏହା ଅନୁସାରେ, ବର୍ତ୍ତମାନ ଘରୋଇ ଶାଖାରୁ ଟଙ୍କା ଉଠାଇବା ସୀମା ବୃଦ୍ଧି କରାଯାଇଛି, ଏବଂ ଗ୍ରାହକମାନେ ଏକ ଦିନରେ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ବାହାର କରିବେ ।

ଗୋଟିଏ ଦିନରେ ଉଠାଇ ପାରିବେ ୨୫୦୦୦ ଟଙ୍କା

SBI ନିଜର ଅଧିକାରୀକ ଟ୍ୱିଟର୍ ହେଣ୍ଡେଲରୁ ଏହା ସମ୍ବନ୍ଧରେ ଟ୍ୱିଟ୍ କରି କହିଥିଲେ ଯେ, ‘କରୋନା ମହାମାରୀରେ ନିଜ ଗ୍ରାହକଙ୍କ ସମର୍ଥନ କରିବା ପାଇଁ SBI ଚେକ୍ ଓ ନିକାସି ଫର୍ମ ମାଧ୍ୟମରେ ଘରୋଇ ନଗଦ ନିକାସି ସୀମା ବୃଦ୍ଧି କରାଯାଇଛି । ବର୍ତ୍ତମାନ ଗ୍ରାହକମାନେ ନିଜ ନିକଟ ଶାଖା (ହୋମ୍ ବ୍ରାଞ୍ଚକୁ ଛାଡି) ନିଜେ ଯାଇ ଗୋଟିଏ ଦିନରେ ନିଜ ସେଭିଂ ଆକାଉଣ୍ଟରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ।’

Leave a Reply

Your email address will not be published. Required fields are marked *