ସୁଶାନ୍ତଙ୍କ କେସରେ ପୋଲିସକୁ ମିଳିଲା ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ରିୟା ସୁଶାନ୍ତଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ଼ର ବ୍ୟବହାର କରୁଥିଲେ !

ସୁଶାନ୍ତଙ୍କ କେସରେ ପୋଲିସକୁ ମିଳିଲା ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ରିୟା ସୁଶାନ୍ତଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ଼ର ବ୍ୟବହାର କରୁଥିଲେ !

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା କରିବା ପରେ ଚାଲିଥିବା ପୋଲିସର ସନ୍ଧାନରେ ପ୍ରତିଦିନ କିଛି ନା କିଛି ନୂଆଁ ଖୁଲାସା ନିଶ୍ଚିତ ଭାବରେ ହେଉଛି । ଏହା ହୋଇପାରେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ୍ ହାତରେ କୌଣସି ଦୃଢ଼ ପ୍ରମାଣ ଲାଗିନାହିଁ । ଯାହାଦ୍ଵାରା ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସନ୍ଦିଗ୍ଧ ବୋଲି କୁହାଯିବ । ଶୁକ୍ରବାର ଦିନ ଏହି କେସରେ ଆଉ ଏକ ପର୍ଦାଫାସ ହୋଇଛି ।

google

ପୋଲିସକୁ ସୁଶାନ୍ତଙ୍କ ଆକାଉଣ୍ଟ ବିବରଣୀ ମିଳିଛି । ଯେଉଁଥିରୁ ଜଣାପଡ଼ିଛି ଯେ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ମଧ୍ୟ ତାଙ୍କ କ୍ରେଡିଟ କାର୍ଡ଼ ଏବଂ ଡେବିଟ କାର୍ଡ଼ର ବ୍ୟବହାର କରୁଥିଲେ । ସୁଶାନ୍ତଙ୍କ ମାମଲାରେ ପୋଲିସ୍ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସହିତ ଜଡ଼ିତ ୩୦ରୁ ଅଧିକ ଲୋକଙ୍କୁ ପଚରା ଉଚୁରା କରି ସାରିଛି । ତା’ସହିତ ପୋଲିସ୍ ସୁଶାନ୍ତଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ସନ୍ଧାନ କରିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତଥ୍ୟ ହାତରେ ଲାଗିନାହିଁ ।

google

ପୋଷ୍ଟମର୍ଟମ ଏବଂ ଫରେନ୍ସିକ ରିପୋର୍ଟ ମୁତାବକ ସୁଶାନ୍ତଙ୍କ ମାମଲା ସମ୍ପୂର୍ଣ୍ଣ ଭାବରେ ଆତ୍ମହତ୍ୟା ଦିଗରେ ପ୍ରମାଣ କରୁଛି । ଖବର ଅନୁସାରେ ବର୍ତ୍ତମାନ ପୋଲିସ ନିଜର ଅନୁସନ୍ଧାନ ଆଗକୁ ବଢ଼ାଇଛି ଏବଂ ସୁଶାନ୍ତଙ୍କ ଆକାଉଣ୍ଟର ବିବରଣୀ ମିଳିଛି ଯେଉଁଥିରେ ଗତ ୧୧ ମାସର ରେକର୍ଡ଼ ରହିଛି ଏବଂ ସେଥିରୁ ଜଣାପଡିଛି ଯେ ସୁଶାନ୍ତଙ୍କ ଡେବିଟ୍ କାର୍ଡ଼ ଏବଂ କ୍ରେଡିଟ୍ କାର୍ଡ଼ ଦ୍ଵାରା ରିୟା ଶୋପିଙ୍ଗ କରୁଥିଲେ ।

google

ମିଡିଆ ରିପୋର୍ଟ ଅନୁସାରେ ରିୟା ଗତବର୍ଷ ୟୁରୋପ ଟୂରର ଖର୍ଚ୍ଚ ମଧ୍ୟ ସୁଶାନ୍ତଙ୍କ ଦ୍ଵାରା କରିଥିଲେ । କେବଳ ଏତିକି ନୁହେଁ ସୁଶାନ୍ତଙ୍କ ଡେବିଟ୍ କାର୍ଡ଼ ଏବଂ କ୍ରେଡିଟ୍ କାର୍ଡ଼ର ପିନ୍ କୋଡ଼ ଏବଂ ପାସୱାର୍ଡ ମଧ୍ୟ ରିୟାଙ୍କ ପାଖରେ ଥିଲା । ଖବର ମୁତାବକ ଅନେକ ଥର ରିୟା ସୁଶାନ୍ତଙ୍କ ଡେବିଟ୍ କାର୍ଡ଼ ଏବଂ କ୍ରେଡିଟ୍ କାର୍ଡ଼ ନିଜ ସହିତ ନେଇ ବାହାରକୁ ଯାଉଥିଲେ ଏବଂ ଅନେକ ଦିନ ପର୍ଯ୍ୟନ୍ତ ଏହି ରିୟାଙ୍କ ପାଖରେ ରହୁଥିଲା ।

google

ଶୁକ୍ରବାର ଦିନ ପୋଲିସ୍ ସୁଶାନ୍ତଙ୍କ ମନୋବୈଜ୍ଞାନିକ ଚିକିତ୍ସକ ଡକ୍ଟର କେସୀ ଚାୱଡ଼ାଙ୍କୁ ମଧ୍ୟ ପଚରାଉଚୁରା କରିଛି । ଏହାପରେ ପୋଲିସ ସୁଶାନ୍ତଙ୍କ ପରିବାରବର୍ଗ, ସାଙ୍ଗସାଥୀ, ଚାକର ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପଚରା ଉଚୁରା କରିବାକୁ ଡକାଇ ପାରେ ।

Leave a Reply

Your email address will not be published. Required fields are marked *