ବାବା ରାମଦେବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ IMAର ଚିଠି….

ବାବା ରାମଦେବଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ IMAର ଚିଠି….

କୋଭିଡ୍‌-୧୯ ସଂକ୍ରମଣର ସଙ୍କଟକାଳୀନ ସ୍ଥିତିରେ ବାବା ରାମଦେବଙ୍କ ଏଲୋପାଥି ଚିକିତ୍ସା ସମ୍ବନ୍ଧୀୟ ବିବାଦୀୟ ମନ୍ତବ୍ୟ ଜଟିଳ ସମସ୍ୟା ଭିତରକୁ ଟାଣି ନେଇଛି । ପୂର୍ବରୁ ‘ଇଣ୍ଡିଆନ୍ ମେଡିକାଲ୍‌ ଆସୋସିଏସନ୍‌’ (IMA)ର ଉତ୍ତରଖଣ୍ଡ ଶାଖା ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଥିବା ବେଳେ ଏବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ବାବା ରମଦେବାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି । ଚିଠିରେ ଆଇଏମ୍ଏ ଉଲ୍ଲେଖ କରିଛି ଯେ, ବାବା ରାମଦେବ ଭ୍ରମାତ୍ମକ ସୂଚନା ପ୍ରଚାର କରୁଛନ୍ତି ଓ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ବାବାଙ୍କ ଏପରି କାର୍ଯ୍ୟକଳାପ ଦେଶଦ୍ରୋହୀ ପରି ଲାଗୁଛି, ତେଣୁ କେନ୍ଦ୍ର ସରକାର ତତକାଳୀନ ବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ରାମଦେବାଙ୍କ ଏହିପରି ଭ୍ରମାତ୍ମକ କଥାକୁ ରୋକିବା ପାଇଁ ଆଇଏମ୍ଏ କେନ୍ଦ୍ର ସରକାର ମୋଦୀଙ୍କୁ ଅନୁରୋଧ କରିଛନ୍ତି ।

ଆଇଏମଏ ପ୍ରଧାନମନ୍ତ୍ରୀଙ୍କ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ, ଆଇଏମଏ କ୍ରମାଗତ ୧୮ ବର୍ଷ ବୟସରୁ ଉର୍ଦ୍ଧ ବୟସ୍କର ବ୍ୟକ୍ତିଙ୍କୁ ଟିକାକରଣ ଉପରେ ଗୁରୁତ୍ଵାରୋପ ଦେଉଛି । ଭାରତ ସରକାର ଓ ମୋଡେର୍ଣ୍ଣ ହେଲ୍‌ଥ କେୟାରର ପେଶାଦାର ସଂସ୍ଥାଙ୍କ ଅବଦାନ୍ୟରୁ ଭାରତ ଆଜିକୁ ପ୍ରାୟ ୨୦ କୋଟି ଲୋକଙ୍କ ଟିକାକରଣ କରିପାରିଛି । କହିବାକୁ ଗଲେ ଅଳ୍ପ ସମୟରେ ସମଗ୍ର ଭାରତରେ ବହୁ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇପାରିଛି, ଯାହା ଏକ ପ୍ରଶଂସନୀୟ କଥା । କିନ୍ତୁ ବାବା ରମାଦେବଙ୍କ ଏହିପରି ବିବାଦୀୟ ମନ୍ତବ୍ୟ ବାସ୍ତବରେ ଡାକ୍ତର, ନାର୍ସଙ୍କ ମନୋବଳକୁ ହ୍ରାସ କରୁଛି କେବଳ ଏତିକି ନୁହେଁ ବରଂ ସାଧାରଣ ଜନତାଙ୍କୁ ମଧ୍ୟ ବାବା ଭୁଆଁ ଭୁଲାଉଛନ୍ତି, ଯାହା ଏକ ଲଜ୍ଜ୍ୟାର ବିଷୟ !

sambad

ହସ୍ତଗତ ହୋଇଥିବା ସୂଚନାରୁ ଜଣାପଡିଛି ଯେ, ଆଇଏମଏ ଓ ବାବା ରାମଦେବଙ୍କ ମଧ୍ୟରେ କ୍ରମଶ ବଢିବାରେ ଲାଗିଛି । ଏହି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ସମସ୍ତ ଡାକ୍ତର, ନାର୍ସ ଏପରିକି ସାଧାରଣ ବର୍ଗର ଜନତା ମଧ୍ୟ ବାବାଙ୍କ ପ୍ରତି ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଆଇଏମ୍ଏ, ବାବା ରାମଦେବଙ୍କୁ ମାନହାନୀ ନୋଟିସ୍ ପଠାଇଛି । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ୧୫ ଦିନ ଭିତରେ କ୍ଷମା ନ ମାଗିଲେ ୧୦୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜ୍ଜ କରାଯିବ ବୋଲି ଆଇଏମଏ ନୋଟିସ୍‌ରେ ଉଲ୍ଲେଖ କରିଛି । ଡାକ୍ତର ସଂଗଠନ ଦାବି କରିଛନ୍ତି ଯେ, ରାମଦେବଙ୍କୁ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଲିଖିତ କ୍ଷମା ମାଗିବା ଉଚିତ୍ । ଅନ୍ୟଥା ବାବା ରାମଦେବଙ୍କ ବିରୋଧରେ ଏଫଆଇଆର ଦିଆଯିବ ବୋଲି ଆଇଏମ୍ଏ କହିଛି ।

ଆଇଏମ୍ଏ ଦାବିକୁ ଭିତ୍ତିକରି ବାବା ନିଜ ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିନେଲେ । କିନ୍ତୁ ଏହାପରେ ପୁଣି ଥରେ ଆଇଏମ୍ଏକୁ ଏଲୋପାଥି ଉପରେ ୨୫ ପ୍ରଶ୍ନ କରିଥିଲେ । ଏହା ପରଠୁ ରାମଦେବ ଏବଂ ଆଇଏମ୍ଏ ମଧ୍ୟରେ ବିବାଦ କମିବାର ନାଁ ଧରୁନାହିଁ ।

Leave a Reply

Your email address will not be published. Required fields are marked *