‘IMA’ର ଆରୋପ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ଲକ୍-ଡାଉନ୍ ପ୍ରସ୍ତାବକୁ ! ବର୍ତ୍ତମାନ ପରିସ୍ଥିତିରେ ସରକାର ହୁଅନ୍ତୁ ଜାଗ୍ରତ…

‘IMA’ର ଆରୋପ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ଲକ୍-ଡାଉନ୍ ପ୍ରସ୍ତାବକୁ ! ବର୍ତ୍ତମାନ ପରିସ୍ଥିତିରେ ସରକାର ହୁଅନ୍ତୁ ଜାଗ୍ରତ…

ଡାକ୍ତରଙ୍କ ସର୍ବୋଚ୍ଚ ସଂସ୍ଥା IMA ଘେରିଛି ସରକାରଙ୍କୁ । ଦେଶରେ କରୋନାର ଅଣାୟତ ପରିସ୍ଥିତି ପାଇଁ ଦାୟୀ କରିଛି କେନ୍ଦ୍ର ସରକାରଙ୍କୁ ।

ମେଡିକାଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (‘IMA’) ଏକ ବୟାନ୍ ଜାରି କରି କେନ୍ଦ୍ର ସରକାରଙ୍କୁ ଘେରିଛି । ‘IMA’ କହିଛି ଯେ କରୋନାର ଦ୍ଵିତୀୟ ତରଙ୍ଗ ଦେଶରେ ନ ବ୍ୟାପିବା ପାଇଁ ‘IMA’ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲା କିନ୍ତୁ ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

‘IMA’ କେନ୍ଦ୍ର ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କହିଛି ଯେ ବର୍ତ୍ତମାନ କେନ୍ଦ୍ର ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଦରୁ ଉଠି କରୋନା ସଙ୍କଟକୁ ସାମ୍ନା କରିବା ଉଚିତ । ‘IMA’ ଅଭିଯୋଗ କରିଛି ଯେ ଭାରତ ସରକାର ‘IMA’ର ସଦସ୍ୟ ତଥା ଦେଶର ବଡ଼ ବଡ଼ ଡାକ୍ତର ମାନଙ୍କ ପରାମର୍ଶକୁ କୌଣସି ଗୁରୁତ୍ୱ ଦେଇନାହାଁନ୍ତି ।

‘IMA’ ଅଭିଯୋଗ କରିଛି ଯେ କରୋନା ମହାମାରୀକୁ ନେଇ ଯେଉଁ ନିଷ୍ପତ୍ତି ସବୁ ନିଆଯାଉଛି ତାହାର ସାଧାରଣ ସ୍ତର ସହ କୌଣସି ସମ୍ପର୍କ ନାହିଁ । କେନ୍ଦ୍ର ଅଧିକାରୀମାନେ ବାସ୍ତବତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ‘IMA’ ଗତ ୨୦ଦିନ ଧରି ଯୋଜନାବଦ୍ଧ ଭାବେ ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଆସୁଛି ।

‘IMA’ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାଇତ୍ୱହୀନତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି ଏବଂ ଏହାକୁ ତୀବ୍ର ସମାଲୋଚନା କରିଛି । ଶନିବାର ଦିନ ପ୍ରକାଶିତ ବିବୃତ୍ତିରେ ‘IMA’ କହିଛି ଯେ କୋଭିଡ୍ ମହାମାରୀ ସହ ମୁକାବିଲା କରିବାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଳସୁଆମି ଏବଂ ଅନୁପଯୁକ୍ତ କାର୍ଯ୍ୟ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ତାଣ୍ଡବ କରିବାରେ ଲାଗିଛି । ଡାକ୍ତରଖାନା ଗୁଡିକର ଅବସ୍ଥା ଦିନ କୁ ଦିନ ଖରାପ ହେବାରେ ଲାଗିଛି । ଧୀରେ ଧୀରେ ବଢୁଥିବା ରୋଗୀଙ୍କ ସଂଖ୍ୟା ଡାକ୍ତରମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ ତିନି ଦିନ ଧରି ପ୍ରତିଦିନ ୪ଲକ୍ଷରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଶନିବାର ଦିନ ୪୧୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କର ମୃତ୍ୟୁ ଘଟିଛି ।

‘IMA’ ଏହା ମଧ୍ୟ କହିଛି ଯେ ପୃଥକ୍ ପୃଥକ୍ ଲକଡାଉନରୁ କୌଣସି ସୁଫଳ ମିଳିବ ନାହିଁ । ରାଜ୍ୟଗୁଡିକ ନିଜ ନିଜ ସୀମା ଭିତରେ ଲକଡାଉନ୍ ଲଗାଉଛନ୍ତି, କିନ୍ତୁ କୌଣସି ଲାଭ ହେଉନାହିଁ । ସରକାର ତୁରନ୍ତ ଦେଶର ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଉଚିତ । ଡାକ୍ତରୀ ଦଳକୁ ସମୟ ଏବଂ ସୁବିଧା ଦିଆଯିବା ଉଚିତ୍ ଯାହା ଦ୍ୱାରା ରୋଗୀଙ୍କର ଉତ୍ତମ ପରିଚାଳନା ହୋଇପାରିବ ।

Leave a Reply

Your email address will not be published. Required fields are marked *