Covid-19ର Third Waveକୁ ନେଇ IIT, ଦିଲ୍ଲୀ ସରକାରଙ୍କୁ ପୂର୍ବ ସତର୍କ ସୂଚନା !

Covid-19ର Third Waveକୁ ନେଇ IIT, ଦିଲ୍ଲୀ ସରକାରଙ୍କୁ ପୂର୍ବ ସତର୍କ ସୂଚନା !

କରୋନାର ଦ୍ୱିତୀୟ ଲହରୀରୁ ସମ୍ପୂର୍ଣ୍ଣ ଭାବେ ଶାନ୍ତି ମିଳିବା ପୂର୍ବରୁ ତୃତୀୟ ଲହରୀକୁ ନେଇ (IIT-Delhi) ହାଇକୋର୍ଟରେ ଆଗତ କଲେ ରିପୋର୍ଟ । ଏଥିରେ ଦିଲ୍ଲୀକୁ ନେଇ ଦିଆଯାଇଥିବା ଚେତାବନୀ ଭୟ ସୃଷ୍ଟି କରୁଛି…

ଦିଲ୍ଲୀ IIT ଅଧିକାରୀ ଆପ୍ ସରକାରଙ୍କୁ ଦେଲେ ପୂର୍ବରୁ ସତର୍କ ରହିବାକୁ ସୂଚନା :

କରୋନାର ତୃତୀୟ ଲହରୀରେ ପ୍ରତିଦିନ ୪୫ ହଜାର କରୋନା ସଂକ୍ରମିତ ମାମଲା ରଜ୍ଜୁ ହୋଇପାରେ ।

‘ଅକ୍ସୀଜେନ୍’କୁ ନେଇ ସଠିକ୍ ବ୍ୟବସ୍ଥା କରିବା ପାଇଁ କରାଯାଇଛି ଅନୁରୋଧ ।

ଦିଲ୍ଲୀସ୍ଥିତ IIT ନିଜର ଏକ ରିପୋର୍ଟରେ କହିଛି ଯେ, ଦିଲ୍ଲୀକୁ କରୋନାର ସବୁଠାରୁ ଅଭାବନୀୟ ପରିସ୍ଥିତି ସହ ଲଢ଼ିବା ପାଇଁ ପ୍ରସ୍ତୁତ ରହିବା ଉଚିତ । ଏଠାରେ କୋଭିଡ୍-୧୯ ସଂକ୍ରମଣର ପ୍ରତିଦିନ ପାଖାପାଖି ୪୫,୦୦୦ ମାମଲା ରଜ୍ଜୁ ହୋଇଆସୁଛି । ଏଥିମଧ୍ୟରୁ ୯,୦୦୦ ରୋଗୀ ଏପରି ଅଟନ୍ତି, ଯାହାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଦରକାର ପଡିବ । ଏହି ରିପୋର୍ଟ କରୋନାର ତୃତୀୟ ଲହରୀକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଜମା କରାଯାଇଛି ।

ପ୍ରତିଦିନ ଲାଗିବ ୯୪୪ ମିଟ୍ରିକ୍ ଟନ୍ ଅକ୍ସୀଜେନ୍

ଶୁକ୍ରବାର ଦିନ ଆଗତ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ଏପରି ବିପଦରୁ ମୁକ୍ତି ପାଇବା ପାଇଁ ସହରକୁ ପ୍ରତିଦିନ ମୋଟ ‘୯୪୪ ମିଟ୍ରିକ୍ ଟନ୍ ଅକ୍ସୀଜେନ୍’ର ଆବଶ୍ୟକତା ରହିଛି । ଏହାକୁ ନେଇ ଜଷ୍ଟିସ୍ ବିପିନ୍ ସାଙ୍ଗହି ଓ ଜଷ୍ଟିସ୍ ଯଶମିତ ସିଂହ ପୀଠ ଦିଲ୍ଲୀ ସରକାରଙ୍କ ଠାରୁ ୪ ସପ୍ତାହ ଭିତରେ ଏକ ଚାର୍ଟ ଦାଖଲ କରିବା ପାଇଁ କହିଛନ୍ତି । ଏହି ରିପୋର୍ଟରେ କରାଯାଇଥିବା ଅନୁରୋଧ ଆଧାରରେ ଦିଆଯାଇଥିବା ସମୟ ସୀମା ପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଅଦାଲତ ରିପୋର୍ଟ ନିଷ୍କର୍କରେ ଏକ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି ଯେ ସରକାରକୁ ବିଭିନ୍ନ ସ୍ଥାନରେ ଓ ହସ୍ପିଟାଲରେ ଅକ୍ସୀଜେନ୍ ଉତ୍ପାଦନ ବ୍ୟବସ୍ଥା ସ୍ଥାପିତ କରିବା ଉଚିତ ।

ପୀଠ କହିଛନ୍ତି ଯେ, ‘ଆମେ ଏକ ଶତାବ୍ଦୀରେ ଥରେ ଆସୁଥିବା ମହାମାରୀ ସହ ଲଢ଼ୁଛୁ । ଐତିହାସିକ ପ୍ରମାଣ ଅନୁସାରେ, ଶେଷ ମହାମାରୀ ୧୯୨୦ ମସିହାରେ ଆସିଥିଲା । ଅକ୍ସୀଜେନ୍ ମେନ୍ୟୁଫେକ୍ଚରିଂ ପ୍ଲାଣ୍ଟ ସ୍ଥାପନାକୁ ପ୍ରଥମ ପ୍ରାଥମିକତା ଦିଆଯିବା ଉଚିତ୍ ।’

ଦ୍ୱିତୀୟ ଲହରୀରୁ ୬୦% ଅଧିକ ହେବେ ରୋଗୀ

(IIT-Delhi) ରିପୋର୍ଟରେ ୩ଟି ସ୍ଥିତି ବିଷୟରେ ଆଲୋଚନା କରାଯାଇଛି । ପ୍ରଥମ ସ୍ଥିତିରେ କରୋନାର ଦ୍ୱିତୀୟ ଲହରୀ ଭଳି ପରିସ୍ଥିତି ଥିବା ଯୋଗୁଁ ରୋଗୀ ସଂଖ୍ୟା, ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା, ଅକ୍ସୀଜେନ୍ ଆବଶ୍ୟକତାର ଅନୁମାନ ଲଗାଯାଉଛି । ଦ୍ୱିତୀୟ ସ୍ଥିତିରେ ନୂତନ ମାମଲାର ୩୦ ପ୍ରତିଶତ ବୃଦ୍ଧି ହେବା ଫଳରେ ଯେଉଁ ଆବଶ୍ୟକତାକୁ ନେଇ ଅଟେ । ସେପଟେ ତୃତୀୟ ସ୍ଥିତି ରୋଗୀ ସଂଖ୍ୟାରେ ୬୦% ବୃଦ୍ଧି ହେବାକୁ ନେଇ ଅଟେ । ଏହି ତୃତୀୟ ସ୍ଥିତିରେ ପ୍ରତିଦିନ ୪୫ ହଜାରରୁ ଅଧିକ ମାମଲା ରୁଜୁ ହେବ ବୋଲି ଅନୁମାନ କରାଯାଉଛି ।

କ୍ରାୟୋଜେନିକ୍ ଅକ୍ସୀଜେନ୍ ଟେଙ୍କର୍ କିଣିବା ପାଇଁ କରାଯାଇଛି ଆବେଦନ

ଟାଇମସ୍ ଅଫ୍ ଇଣ୍ଡିଆର ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ (IIT-Delhi) ପ୍ରଫେସର୍ ସଞ୍ଜୟ ଧୀର ରିପୋର୍ଟର୍ ନିଷ୍କର୍ଷକୁ ନେଇ କୋର୍ଟରେ କହିଛନ୍ତି ଯେ ଅକ୍ସୀଜେନର ଭଣ୍ଡାରନ୍ କ୍ଷମତାରେ ବୃଦ୍ଧି, ଦିଲ୍ଲୀ ବାହାରେ ଆପୂର୍ତ୍ତିରେ ସୁଧାର ଓ କ୍ରାୟୋଜେନିକ୍ ଅକ୍ସୀଜେନ୍ ଟେଙ୍କର୍ ଅଭାବକୁ ଦୂର କରିବା ପାଇଁ ତତ୍କାଳୀନ ଉପାୟ କରାଯିବା ଉଚିତ । ଏଥିସହିତ ଅକ୍ସୀଜେନ୍ ପାଇଁ ରିଫିଲର୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଆବେଦନ କରାଯାଇଛି । ତଦନୁଯାୟୀ ହସ୍ପିଟାଲ୍ ଗୁଡ଼ିକୁ ସ୍ଥାନୀୟ ରିଫିଲିଙ୍ଗ ଷ୍ଟେସନ୍ ଭାବେ ସ୍ଥାପିତ କରିବା ପାଇଁ ବିଚାର କରାଯାଇଛି । ରିପୋର୍ଟ ଅନୁଯାୟୀ ଦିଲ୍ଲୀ ସରକାରକୁ ବିତରଣକୁ ସୁବ୍ୟବସ୍ଥିତ କରିବା ପାଇଁ ୨୦-୧୦୦ ଟନର୍ କ୍ଷମତା ଥିବା ୨୦-୨୫ କ୍ରାୟୋଜେନିକ୍ ଅକ୍ସୀଜେନ୍ ଟେଙ୍କର୍ କିଣିବା ଉଚିତ ।

Leave a Reply

Your email address will not be published. Required fields are marked *