ଯଦି ଆପଣଙ୍କର କିମ୍ବା ଆପଣଙ୍କ ସାଙ୍ଗର ନାମ “S”ରୁ ଆରମ୍ଭ ହେଉଥାଏ , ତେବେ ଏହି ଖବରରୁ ତାଙ୍କ ବିଷୟରେ ଗୁପ୍ତ କଥା ଜାଣନ୍ତୁ :-

S ନାମର ବ୍ୟକ୍ତି :-

ନାମର ଅକ୍ଷରରୁ ଅନେକ କିଛି ବିଷୟରେ ସନ୍ଧାନ କରାଯାଇପାରେ, ଯେଉଁଥିରୁ ଆପଣଙ୍କ ସ୍ଵଭାବ ମଧ୍ୟ ଜାଣିହେବ । ପ୍ରାୟତଃ ଆପଣ ଶୁଣିଥିବେ କିମ୍ବା ଅନୁଭବ କରିଥିବେ ଯେ ଗୋଟିଏ ନାମର ଅକ୍ଷରରେ ଥିବା ଲୋକଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ଅନୁଭୂତ ହୋଇଥାଏ, ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏପରି ଅକ୍ଷର ବିଷୟରେ କହିବାକୁ ଯାଉଛୁ, ଯାହା ସହିତ ଜଡ଼ିତ ଲୋକ ଆପଣଙ୍କ ଜୀବନରେ କେଉଁଠି ନା କେଉଁଠି ନିହାତି ରହିଥିବେ । ପ୍ରକୃତରେ, କିଛି ଅକ୍ଷର ଏପରି ହୋଇଥାଏ, ଯାହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ, ଏମିତିରେ ଆଜି ଆମେ ଆପଣଙ୍କୁ S ନାମର ଲୋକଙ୍କ ବିଷୟରେ କିଛି ଏପରି ଗୁପ୍ତ କଥା କହିବାକୁ ଯାଉଛୁ, ଯାହାକୁ ଆପଣ ଅନୁଭବ କରି ଜାଣିପାରିବେ ।

google

ନାମ ମଣିଷର ପ୍ରଥମ ପର୍ଯ୍ୟାୟ ହୋଇଥାଏ, ଯେଉଁଥିରୁ ତାର ପରିଚୟ ମିଳିଥାଏ । ଯଦି ଆପଣଙ୍କୁ କିଛି ଏପରି ନାମ ଶୁଣିବାକୁ ମିଳେ, ଯାହା ଅତ୍ୟନ୍ତ ପ୍ରଭାବପୂର୍ଣ୍ଣ ହୋଇଥାଏ, ତେବେ ଆପଣ ସେହି ବିଷୟରେ ଜାଣିବାକୁ ଅଧିକ ଇଚ୍ଛା ମଧ୍ୟ କରିବେ । ଏମିତିରେ ଆପଣ ସେହି ଦିଗରେ ଆକର୍ଷିତ ମଧ୍ୟ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନାମ ଦ୍ଵାରା ଆମ ଜୀବନରେ ବହୁତ ଅଧିକ ପ୍ରଭାବ ପଡ଼ିଥାଏ ।

S ଅକ୍ଷର (Letter)ରୁ ଆରମ୍ଭ ହେଉଥାଏ ନାମର ବ୍ୟକ୍ତି ବିଶେଷ :-

S ନାମକ ବ୍ୟକ୍ତିର ଅଙ୍କ ୧ ହୋଇଥାଏ, ଏମିତିରେ ଏହି ଅଙ୍କ ଅଧିକ ପ୍ରଭାବଶାଳୀ ହୋଇଥାଏ । ଶାସ୍ତ୍ର ଅନୁସାରେ, ଏହି ବ୍ୟକ୍ତିମାନେ ଖୁବଶୀଘ୍ର ଅନ୍ୟକୁ ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି । ଆସନ୍ତୁ ଜାଣିବା ତାଙ୍କ ସ୍ଵଭାବ ବିଷୟରେ କିଛି ଗୁପ୍ତ କଥା ।

୧) ନେତା ଏବଂ ସଫଳ ବ୍ୟବସାୟୀ :-

google

ଶାସ୍ତ୍ର ଅନୁସାରେ ଏମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରନ୍ତି ଓ ଏମାନେ ଜନ୍ମରୁ ହିଁ ନେତା ବୋଲି ଅତ୍ୟୁକ୍ତି ହେବ ନାହିଁ । S ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ବିଶେଷମାନେ ନାମ ଓ ଟଙ୍କା କମେଇବା ଅଧିକ ପସନ୍ଦ କରିଥାନ୍ତି । ସେମାନେ ସଫଳ ବ୍ୟବସାୟୀ ମଧ୍ୟ ହୋଇପାରନ୍ତି ।

୨) ବିଶ୍ୱସ୍ଥ :-

S ନାମର ବ୍ୟକ୍ତି ନିଜର ପାର୍ଟନରକୁ କେବେବି ଧୋକା ଦିଅନ୍ତି ନାହିଁ । ଏହା ସହିତ ଅତ୍ୟନ୍ତ ରୋମାଣ୍ଟିକ ସ୍ଵଭାବର ମଧ୍ୟ ହୋଇଥାନ୍ତି । ଏହା ବ୍ୟତୀତ ସେମାନଙ୍କ ମନରେ ଯେଉଁ କଥା ଥାଏ, ତାହା ହିଁ ମୁଁହରେ କହିଥାନ୍ତି ।

୩) ନିଜ ଅନୁଭବକୁ ଲୁଚାଇବା :-

goohle

ଏହି ଅକ୍ଷରରେ ଆରମ୍ଭ ହେଉଥିବା ଲୋକ ନିଜର ଅନୁଭବକୁ ପ୍ରାୟ ଲୁଚାଇଥାନ୍ତି । ଏମାନଙ୍କୁ ନିଜଠାରୁ ଅଧିକ ଅନ୍ୟର ଚିନ୍ତା ରହିଥାଏ । ଏହି କାରଣ ଯୋଗୁଁ ସେମାନେ ବେଳେ ବେଳେ ଅବସାଦର ଶିକାର ହୋଇଯାଇଥାନ୍ତି । କାରଣ ଏମାନେ ନିଜର ଭାବନାକୁ କାହାକୁ କୁହନ୍ତି ନାହିଁ ।

୪) ସଚ୍ଚୋଟତାର ସହିତ ବନ୍ଧୁତ୍ଵ ନିଭାନ୍ତି :-

S ନାମର ବ୍ୟକ୍ତି ଯଦି କାହା ସହିତ ବନ୍ଧୁତା କରନ୍ତି, ତେବେ ସେମାନଙ୍କୁ ମାଝି ରାସ୍ତାରେ କେବେ ବି ଛାଡ଼ନ୍ତି ନାହିଁ ବରଂ ସୁଖ ହେଉ କିମ୍ବା ଦୁଃଖ ସବୁବେଳେ ସାଥୀରେ ହିଁ ରହିଥାନ୍ତି । କେବଳ ସେତିକି ନୁହେଁ, ଏମାନଙ୍କୁ ଅନ୍ୟର ସାହାଯ୍ୟ କରିବାରେ ଅଧିକ ଖୁସି ମିଳିଥାଏ ।

୫) ଅତ୍ୟଧିକ କ୍ରୋଧ :-

google

ଏମାନଙ୍କ ଭିତରେ ଅତ୍ୟଧିକ କ୍ରୋଧ ଥାଏ । ଏମାନଙ୍କୁ ଟିକିଏ ଟିକିଏ କଥାରେ କ୍ରୋଧ ଅସିଯାଏ, ଯେଉଁଥି କାରଣରୁ ଲୋକମାନେ ତାଙ୍କ ଠାରୁ ଦୂରେଇ ଯାଆନ୍ତି କିନ୍ତୁ ଏମାନେ ହୃଦୟରୁ ଖୁବ ଭଲ ହୋଇଥାନ୍ତି । ତା’ସହିତ ଏମାନେ କ୍ରୋଧରେ ନିଜର ଜ୍ଞାନ ମଧ୍ୟ ହରାଇ ବସନ୍ତି ।

୬) ଆତ୍ମବିଶ୍ୱାସୀ :-

ଏହି ଲୋକଙ୍କ ମଧ୍ୟରେ ଖୁବ ଆତ୍ମବିଶ୍ୱାସ ଦେଖିବାକୁ ମିଳିଥାଏ । ଆତ୍ମବିଶ୍ବାସ କାରଣରୁ ଏମାନେ ଦୀର୍ଘ ଏବଂ ଉଚ୍ଚ ଲକ୍ଷ ସ୍ଥିର କରନ୍ତି । ତା’ସହିତ ନିଜର ଆତ୍ମବିଶ୍ଵାସ କାରଣରୁ ଅନ୍ୟଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତି ।

୭) ପରିଶ୍ରମରେ ବିଶ୍ଵାସ କରିବା :-

google

ଏହି S ଅକ୍ଷରରେ ଆରମ୍ଭ ହୋଇଥିବା ବ୍ୟକ୍ତି ବିଶେଷମାନେ ଭାଗ୍ୟ ଠାରୁ ଅଧିକ ନିଜ ପରିଶ୍ରମରେ ଭରସା କରିଥାନ୍ତି । ଯେଉଁ କାମକୁ ହାତକୁ ନେଇଥାନ୍ତି, ତାହାକୁ ସମ୍ପୂର୍ଣ୍ଣ କରିବା ପରେ ହିଁ ନିଶ୍ଵାସ ନିଅନ୍ତି । ଏମିତିରେ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡ଼ିଥାଏ, କିନ୍ତୁ ସଫଳତା ବିଳମ୍ବରେ ମିଳିଥାଏ ।

S ନାମର ବ୍ୟକ୍ତିଙ୍କର ଗୁଣ ଓ ଦୋଷ -୧

google

– ପୁସ୍ତକ ଭିତ୍ତିକ ଜ୍ଞାନ ବ୍ୟତୀତ ସାଧାରଣ ଜ୍ଞାନର ଭଣ୍ଡାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି S ଅକ୍ଷରରେ ଆରମ୍ଭ ହୋଇଥିବା ନାମଧାରୀ ବ୍ୟକ୍ତି ବିଶେଷମାନେ ଯେକୌଣସି ବ୍ୟକ୍ତି ସହିତ ଖୁବ୍ ଭଲ ସମ୍ପର୍କ ଗଢି ରଖିଥାନ୍ତି ଏବଂ ତାଙ୍କୁ ଜଣାଥାଏ ଯେ କାହା ସହିତ କିପରି ବ୍ୟବହାର କରିବା ଉଚିତ ।

– S ନାମର ଲୋକ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି । ସେମାନେ କୌଣସି ବି ଜିନିଷକୁ ନେଇ ଡରନ୍ତି ନାହି, ସ୍ଥିରତାର ସହିତ ତାର ସାମ୍ନା କରନ୍ତି । ଏମାନେ କଥାରେ ଏପରି କୋମଳତା ଓ ଭାବବିହ୍ଵଳତା ପ୍ରକାଶ କରିଥାନ୍ତି, ଯାହାଫଳରେ ସାମ୍ନା ଥିବା ଲୋକ ତାଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି । ଏମାନେ କୌଣସି ବି ବ୍ୟକ୍ତିକୁ ନିଜର ବ୍ୟକ୍ତିଗତ ତଥା ଗୁପ୍ତା କଥାରେ କୁହି ନଥାନ୍ତି ।

– ଏହି S ନାମଧାରୀ ବ୍ୟକ୍ତିଙ୍କୁ ଯେଉଁଠାରୁ ବି ଜ୍ଞାନ ମିଳିଥାଏ, ତାହାକୁ ହାସଲ କରିବାକୁ ପ୍ରଚେଷ୍ଟା କରନ୍ତି । କୌଣସି ପ୍ରକାରର ଜ୍ଞାନକୁ ଶିଖିବାକୁ ପଛାନ୍ତି ନାହିଁ ଏବଂ କୌଣସି ନୂଆ କାମ କରିବାକୁ ଭୟଭୀତ ହୁଅନ୍ତି ନାହିଁ ।

google

S ନାମକ ବ୍ୟକ୍ତିଙ୍କର ଗୁଣ ଏବଂ ଦୋଷ -୨

– S ନାମକ ବ୍ୟକ୍ତି ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାନ୍ତି । ଏମାନେ ସହଜରେ କାହାକୁ ବି ଖୁସି କରିପାରନ୍ତି ।

– ସେମାନଙ୍କ ହୃଦୟ ପରିଷ୍କାର ହୋଇଥାଏ । କିନ୍ତୁ ସେମାନଙ୍କ କ୍ରୋଧ ଲୋକଙ୍କ ଆଗରେ ଖରାପ କରିଦେଇଥାଏ । କାରଣ କ୍ରୋଧରେ ମଧ୍ୟ ଏମାନେ ସତ୍ୟ ହିଁ କହିଥାନ୍ତି ।

– ସତ୍ୟ ଏବଂ ନିଜର ସିଦ୍ଧାନ୍ତ ପାଇଁ ସେମାନେ ଅନ୍ୟାୟ ବିରୋଧରେ ମଧ୍ୟ ଲଢିବାକୁ ପ୍ରସ୍ତୁତ ରହିଥାଆନ୍ତି । ସେମାନେ କାହାକୁ ଡରନ୍ତି ନାହିଁ ଏବଂ କାହାକୁ ଲାଜ ମଧ୍ୟ କରନ୍ତି ନାହିଁ । ସେମାନଙ୍କୁ ସତ୍ୟ ସହିତ ଚାଲିବା ସର୍ବଦା ପସନ୍ଦ ଥାଏ ।

google

S ନାମକ ବ୍ୟକ୍ତିଙ୍କର ଗୁଣ ଏବଂ ଦୋଷ- ୩

– ଏମାନେ ନିଜକୁ ସବୁ ପରିସ୍ଥିତିରେ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଚାହାଁନ୍ତି । ସେମାନେ ସମସ୍ତ ବନ୍ଧନକୁ ବାନ୍ଧି ଚାଲିଥାନ୍ତି । ସାମାଜିକ ଜୀବନରେ ଏମାନେ ହାସ୍ୟମୁଖ ଏବଂ ମିଳମିଶା ସ୍ଵଭାବର ହୋଇଥାନ୍ତି ।

– ଏହି ଲୋକମାନେ ଖୁବ୍ ରଚନାତ୍ମକ ହୋଇଥାନ୍ତି । କୌଣସି ବି କାର୍ଯ୍ୟକୁ ନିଜ ଅନୁସାରେ କରିବାକୁ ପସନ୍ଦ କରିଥାନ୍ତି । ଏମାନେ କାହାରି କଥାରେ ଭାସିଯାଆନ୍ତି ନାହିଁ ସର୍ବଦା ନିଜ ମନର ହିଁ କଥା ଶୁଣନ୍ତି । ଏମାନଙ୍କୁ ଭିଡ଼ରେ ଚାଲିବା ପସନ୍ଦ ନଥାଏ ।

– କୌଣସି ବି ପରିସ୍ଥିତିକୁ ଏହି ଲୋକମାନେ ସୁଚାରୁ ରୂପେ ନିୟନ୍ତ୍ରଣ କରିନିଅନ୍ତି । ଏମାନଙ୍କୁ ନିଜ ଜିନିଷ ସେୟାର କରିବା ପସନ୍ଦ ନଥାଏ । ଏମାନେ ମନରୁ ଖରାପ ହୋଇନଥାନ୍ତି, ଯାହା ବି କରନ୍ତି ତାହା ଅନ୍ୟଙ୍କ ନିକଟରେ ସତ ସତ କହିଦିଅନ୍ତି ।

google

– S ନାମର ବ୍ୟକ୍ତି ପ୍ରେମ ମାମଲାରେ ଖୁବ୍ ଲଜ୍ଜାଶୀଳ ପ୍ରକୃତିର ହୋଇଥାନ୍ତି । ଏମାନେ ଯାହାକୁ ବି ପ୍ରେମ କରନ୍ତି ତାକୁ ଆନ୍ତରିକତାରେ ହିଁ ଚାହିଁଥାନ୍ତି । ଏମାନେ ପ୍ରେମ କରିବା ପୂର୍ବରୁ ବହୁତ ଭାବିଥାନ୍ତି ।

– ବିବାହିତ ଜୀବନକୁ ସୁଦୃଢ଼ ରଖିବାକୁ ଚେଷ୍ଟା କରିଥାନ୍ତି । ଏମାନେ ନିଜ ଜୀବନସାଥୀକୁ ସର୍ବଦା ନିଜ ତଳେ ହିଁ ରଖିବାକୁ ପସନ୍ଦ କରନ୍ତି, ଯାହାଦ୍ଵାରା ଦାମ୍ପତ୍ୟ ଜୀବନରେ ତାଳମେଳ ରହେନାହିଁ । ଏହି କଥା ମହିଳାଙ୍କ ସହିତ ଅଧିକ ଲାଗୁ ହେଉଛି ।

– ବିବାହ ପରେ S ନାମକ ମହିଳାଙ୍କୁ ଅନେକ ପ୍ରକାରର କାଠିନତାର ସାମ୍ନା କରିବାକୁ ପଡ଼ିଥାଏ ଯେଉଁଠି ପୁରୁଷଙ୍କ ଜୀବନ ବିବାହ ପରେ ଅଧିକ ସୁଖମୟ ହୋଇଯାଏ ।

Be the first to comment

Leave a Reply

Your email address will not be published.


*