ଯଦି ଆପଣଙ୍କ ନଖରେ ମଧ୍ୟ ରହିଛି ଧଳା ଚିହ୍ନ, ତେବେ ବୁଝିଯାନ୍ତୁ ଖୋଲିବାକୁ ଯାଉଛି ଆପଣଙ୍କ ଭାଗ୍ୟର ଚାବି !

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆମ ଶରୀରରେ ଉପସ୍ଥିତ କଳାଜାଇ ଓ ନଖରେ ଦେଖାଯାଉଥିବା ଧଳା ଚିହ୍ନର ଖୁବ ମହତ୍ତ୍ୱ ରହିଛି । ସମୁଦ୍ର ଶାସ୍ତ୍ରରେ ଏହା ବିସ୍ତାର ପୂର୍ବକ କୁହାଯାଇଛି ଯେ, ନଖରେ ରହିଥିବା ଧଳା ଚିହ୍ନ ଶୁଭ ଫଳ ଦେଇଥାଏ କିମ୍ବା ଅଶୁଭ ଫଳ ? ଚାଲନ୍ତୁ ଜାଣିବା ନଖରେ ରହିଥିବା ଏହି ଚିହ୍ନର ଆପଣଙ୍କ ଜୀବନ ଉପରେ କ’ଣ ପ୍ରଭାବ ପକାଇଥାଏ ।

ସମୁଦ୍ର ଶାସ୍ତ୍ର ଅନୁସାରେ ନଖରେ ରହିଥିବା ଧଳା ଚିହ୍ନ ଅନେକ ଥର ଆମ ଜୀବନରେ ବଡ଼ ପରିବର୍ତ୍ତନର କାରଣ ହୋଇଥାଏ । ଅନ୍ୟପକ୍ଷରେ ଚିକିତ୍ସା ବିଜ୍ଞାନ ଅନୁଯାୟୀ ନଖରେ ରହିଥିବା ଏହି ଧଳା ଚିହ୍ନ ଶରୀରରେ ରକ୍ତର ଅଭାବ ଯୋଗୁଁ ଦେଖାଦେଇଥାଏ । ଯଦିଓ ସମୁଦ୍ର ଶାସ୍ତ୍ର ଅନୁସାରେ ଏହି ଚିହ୍ନ ମନୁଷ୍ୟର ରୂପ, ଟଙ୍କା ଓ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ ।

ବୃଦ୍ଧାଙ୍ଗୁଳିରେ ରହିଥିବା ଚିହ୍ନର ମହତ୍ତ୍ୱ…

ସମୁଦ୍ର ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତିର ଆଙ୍ଗୁଠିର ନଖରେ ଧଳା ଚିହ୍ନ ରହିଥାଏ, ସେହି ବ୍ୟକ୍ତି ବ୍ୟବସାୟରେ ଖୁବ୍ ପ୍ରଗତି କରିଥାଏ । ଏହା ସହିତ ଏହି ଚିହ୍ନ କୌଣସି ନୂତନ ବନ୍ଧୁଙ୍କୁ ସାକ୍ଷାତ କରିବା ସଂକେତ ମଧ୍ୟ ଦେଇଥାଏ । କେବଳ ଏତିକି ନୁହେଁ ବରଂ ଏହି ଚିହ୍ନ ସୂଚାଇଥାଏ ଯେ, କେହି ଜଣେ ଆପଣଙ୍କୁ ଉପହାର ଦେବା ବିଷୟରେ ବିଚାର କରୁଛନ୍ତି ।

ତର୍ଜନୀ ଆଙ୍ଗୁଳିରେ ଚିହ୍ନର ମହତ୍ତ୍ୱ :

ଆଙ୍ଗୁଠି ବ୍ୟତୀତ ଯେଉଁ ବ୍ୟକ୍ତିର ତର୍ଜନୀ ଆଙ୍ଗୁଳିରେ ଏହି ଧଳା ଚିହ୍ନ ରହିଥାଏ, ଏହା ଅତ୍ୟନ୍ତ ଭଲ ସଂକେତ ଅଟେ । ଏପରି ବ୍ୟକ୍ତିକୁ ସମାଜରେ ଖୁବ୍ ମାନସମ୍ମାନ ମିଳିଥାଏ ଏବଂ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଖୁବ୍ ଲାଭ ମିଳିଥାଏ । ଯଦି ବ୍ୟବସାୟ ସହ ଜଡ଼ିତ ଅଛନ୍ତି, ତେବେ ଆପଣଙ୍କୁ ଆଗାମୀ ସମୟ ବା ଦିନରେ ବଡ଼ ଲାଭ ହେବାର ସୂଚନା ପ୍ରଦାନ କରିଥାଏ ।

ମଧ୍ୟମା ଆଙ୍ଗୁଳିରେ ଚିହ୍ନର ମହତ୍ତ୍ୱ :

ଯେଉଁ ବ୍ୟକ୍ତିର ମଧ୍ୟମା ଅର୍ଥାତ ହାତ ମଝିର ଆଙ୍ଗୁଳିର ନଖରେ ଧଳା ଚିହ୍ନ ରହିଥାଏ, ତେବେ ଏହା ଶୁଭ ଫଳଦାୟକ ହୋଇଥାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତିଙ୍କୁ ସର୍ବଦା ବାହାରେ ବୁଲିବାକୁ ଭଲ ଲାଗିଥାଏ । ଏହା ସହିତ ଚାକିରୀ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର କରିଥାଏ । ଯଦି ଆପଣଙ୍କ ମଧ୍ୟ ନିଜ ମଧ୍ୟମା ଅଙ୍ଗୁଳି ନଖରେ ଏହିପରି ଚିହ୍ନ ଦେଖାଯାଏ, ତେବେ ଆପଣ ନିଜର ଶତ୍ରୁମାନଙ୍କ ଠାରୁ ସତର୍କତା ରହିବା ଉଚିତ ।

ଅନାମିକା ଆଙ୍ଗୁଳିରେ ଚିହ୍ନର ମହତ୍ତ୍ୱ :

ଯଦି ଆପଣଙ୍କ ଅନାମିକା ଆଙ୍ଗୁଳି ନଖରେ ଧଳା ଦାଗ ରହିଥାଏ, ତେବେ ଏହାର ଅର୍ଥ ଆଗାମୀ ଦିନରେ ଆପଣ ସମାଜରେ କିମ୍ବା ସରକାର ଦ୍ୱାରା ସମ୍ମାନିତ ହେବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ ବରଂ ଆପଣଙ୍କ ଯଶ ଓ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ । ଏହା ବ୍ୟତୀତ ଯଦି ଆପଣଙ୍କୁ ଟଙ୍କାର ଅଭାବ ରହିଛି, ତେବେ ଖୁବଶୀଘ୍ର ଆପଣଙ୍କ ଏହି ସମସ୍ୟା ମଧ୍ୟ ଦୂର ହୋଇଯିବ ।

କଳା, ଧଳା ଓ ଗୋଲାପୀ ଚିହ୍ନର ମହତ୍ତ୍ୱ :

ସମୁଦ୍ର ଶାସ୍ତ୍ର ଅନୁସାରେ ନଖରେ ଧଳା ଚିହ୍ନକୁ ଶୁଭ ବୋଲି କୁହାଯାଏ କିନ୍ତୁ ଯଦି କଳା ଚିହ୍ନ ରହିଛି, ତେବେ ଏହା ଅଶୁଭ ଅଟେ । ହଳଦିଆ ଚିହ୍ନ ରୋଗକୁ ସୂଚିତ କରେ ଏବଂ ଏହା ସହିତ ଆପଣଙ୍କ ପ୍ରତିଟି କାର୍ଯ୍ୟ ଅସଫଳତା ଆଡ଼କୁ ଇଙ୍ଗିତ କରିଥାଏ । ସେହିପରି ଯଦି ଗୋଲାପୀ ଚିହ୍ନ ପଡ଼େ, ତେବେ ଏହା ଆପଣଙ୍କ ସଫଳତାକୁ ଦର୍ଶାଇଥାଏ ।

Be the first to comment

Leave a Reply

Your email address will not be published.


*